ଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ୪ ପ୍ରତିଶତ ଡିଏ ବୃଦ୍ଧି କଲେ ମମତା ସରକାର

କୋଲକାତା,୯।୨: ପଶ୍ଚିମବଙ୍ଗ ବିଧାନସଭାରେ ମମତା ସରକାରଙ୍କ ପକ୍ଷରୁ ଗୁରୁବାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରାଯାଇଥିଲା। ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ବଜେଟ ଅଭିଭାଷଣରେ ଭାଜପା ବିଧାୟକମାନେ ଗୃହ ଭିତରେ ସ୍ଲୋଗାନ ଦେଇଥିଲେ। ଏଥିରେ ରାଗିଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ଭାଜପା ଟିକେଟ୍‌ରେ ଏହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି କଙ୍ଗନା

ନୂଆଦିଲ୍ଲୀ,୯ା୨: ଭାରତୀୟ ଜନତା ପାର୍ଟି ଖୁବ୍‌ଶୀଘ୍ର ଲୋକ ସଭା ନିର୍ବାଚନ-୨୦୨୪ ପାଇଁ ପ୍ରାୟ ୧୫୦ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ଯେଉଁ ଆସନରୁ ଭାଜପା ହାରିଛି ସେଠାରେ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଏହି ଆସନରେ ହିମାଚଳ…

ଚାକିରି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୨: ଚାକିରି ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦିଲ୍ଲୀ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟରେ ଲାଲୁ ଯାଦବ, ରାବ୍ରି…

କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ

ନୂଆଦିଲ୍ଲୀ,୯।୨: ମତ୍ସ୍ୟ କ୍ଷେତ୍ର ପାଇଁ ନୂତନ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର (ସିସିଇଏ) ଅନୁମୋଦନ କରିଛି। ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନା (ପିଏମ-ଏମକେଏସଏସଓ୍ବାଇ) । ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା ଅଧୀନରେ ଏହା…

ସ୍କୁଲ ଉଡ଼ାଇଦେବାକୁ ଧମକ

ଚେନ୍ନାଇ, ୯।୨: ଚେନ୍ନାଇର କେତେକ ସ୍କୁଲକୁ ବିସ୍ଫୋରଣରେ ଉଡ଼ାଇବାକୁ ଗୁରୁବାର ଇମେଲ୍‌ରେ ଧମକ ମିଳିଥିଲା। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଭୟରେ ନିଜ ପିଲାମାନଙ୍କୁ ନେବାକୁ ବିଦ୍ୟାଳୟକୁ ଚାଲିଆସିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା। ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକ…

ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ଭର୍ତ୍ତି କରିଥିବା ବ୍ୟକ୍ତିକୁ ଗିରଫ କରାଯାଉ: ଭାଜପା

ଭୁବନେଶ୍ୱର,୯।୨(ସୁନିତ୍‌ ମିଶ୍ର):ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ପହଞ୍ଚାଇବା ସହିତ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି। ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ…

କଂଗ୍ରେସର କୃଷ୍ଣପତ୍ର ବନାମ ଏନ୍‌ଡିଏର ଶ୍ୱେତପତ୍ର

ନୂଆଦିଲ୍ଲୀ,୯ା୨:କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଗୁରୁବାର ବ୍ଲାକ୍‌ ପେପର (କୃଷ୍ଣପତ୍ର) ଜାରି କରିଛି। ଗତ ୧୦ ବର୍ଷ ଶାସନ କାଳରେ ଦରଦାମ୍‌ ଓ ବେରୋଜଗାରି ବୃଦ୍ଧି ପାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ଏବଂ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ…

ମଦ୍ରାସା ଭଙ୍ଗାକୁ ନେଇ ଜଳୁଛି ହଲଦ୍ୱାନି: ୬ ମୃତ, ୧୦୦ ଆହତ, ଇଣ୍ଟରନେଟ୍‌ ସେବା ବନ୍ଦ

ହଲଦ୍ୱାନି,୯।୨:ଉତ୍ତରାଖଣ୍ଡର ହଲଦ୍ୱାନିରେ ପ୍ରଶାସନ ପକ୍ଷରୁ ଗୁରୁବାର ଏକ ବେଆଇନ ମଦ୍ରାସାକୁ ଭାଙ୍ଗିଦିଆଯିବାରୁ ବ୍ୟାପକ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ବହୁ ଗାଡ଼ି ପୋଡ଼ିଦେଇଛନ୍ତି। ଏହି ଆକ୍ରମଣରେ ୬ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି। ୧୦୦ରୁ…

ଦିଲ୍ଲୀ ଚଲୋ ଡାକରା: ଚାଷୀ ନେତାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଚଣ୍ଡିଗଡ଼,୮।୨: ଦିଲ୍ଲୀ ଚଲୋ’ ଡାକରା ଦେଇଥିବା କୃଷକ ନେତାମାନଙ୍କ ସହ ୩ ଜଣ କେନ୍ଦ୍ରମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ଆସନ୍ତା ୧୩ ତାରିଖରେ ଦିଲ୍ଲୀ…

ଫେସବୁକ ଲାଇଭ କରି ଉଦ୍ଧବ ଗ୍ରୁପ ନେତାଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୮।୨: ମୁମ୍ବାଇରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଗୁରୁବାର (ଫେବୃଆରୀ ୮) ସାରେ ମୁମ୍ବାଇର ଦହିସର ଅଞ୍ଚଳରେ ଉଦ୍ଧବ ଠାକରେ ଗୋଷ୍ଠୀ ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ତାଙ୍କୁ ତିନିଟି ଗୁଳି ବାଜିବାରୁ ସେ ଗୁରୁତର ଆହତ…

୪୦ ହଜାର ଫୁଟ ଉପରେ ରେଳମନ୍ତ୍ରୀଙ୍କୁ ନାପକିନରେ ଲେଖି ଦିଆଗଲା ପ୍ରସ୍ତାବ, ୬ ମିନିଟ ପରେ ମିଳିଲା ସରପ୍ରାଇଜ

ନୂଆଦିଲ୍ଲୀ,୮।୨: ଅକ୍ଷୟ ସତନାଲିୱାଲା କଳ୍ପନା କରି ନଥିବେ ଯେ ବିମାନ ଉଡ଼ାଣ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ କାଗଜ ନାପକିନ ଉପରେ ପ୍ରସ୍ତାବ ଦେବା ପରେ (ଘରୋଇ ବିମାନର ଉଚ୍ଚତା ୩୨ ରୁ ୪୦ହଜାର ଫୁଟ), ରେଳ ପ୍ରଶାସନ ତୁରନ୍ତ…

ଉଦ୍ଧବ ଗ୍ରୁପଙ୍କ ନେତାଙ୍କ ଉପରେ ୪ ରାଉଣ୍ଡ ଗୁଳି! ପ୍ରବକ୍ତା ଆନନ୍ଦ କହିଲେ ଏବେ କେହି ନୁହେଁ ସୁରକ୍ଷିତ

ମୁମ୍ବାଇ,୮।୨: ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଥିବା ଗୁଳି ବିନିମୟରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରାଯାଇଥିଲା। ତତକ୍ଷଣାତ୍‌ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏଜେନ୍ସି ଅନୁଯାୟୀ, ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?