ଜାତୀୟ

ଅଖିଳେଶଙ୍କ ହାତ ଛାଡିବା ପରେ ନୂଆ ଦଳ ଘୋଷଣା କଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଇଣ୍ଡିଆ ମେଣ୍ଟକୁ କରିବେ ସମର୍ଥନ

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଶକ୍ତିଶାଳୀ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ଗୁରୁବାର ତାଙ୍କର ନୂତନ ରାଜନୈତିକ ଦଳ ଘୋଷଣା କରିଛନ୍ତି। ମୌର୍ଯ୍ୟ ତାଙ୍କ ନୂଆ ଦଳର ନାମ ରଖିଛନ୍ତି ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’।…

ଏହି ରାଜ୍ୟରେ ୧୦୦ଟଙ୍କା କିଲୋ ବିକ୍ରି ହେଲା ଚିକେନ, କିଣିବାକୁ ଆସିଲେ ନାହିଁ ଗ୍ରାହକ!

ବିଶାଖାପାଟନମ,୨୨।୨: ଅଧିକାଂଶ ମାଂସାହାରୀ ଖାଦ୍ୟପ୍ରେମୀ ଅନ୍ୟ ମାଂସ ଅପେକ୍ଷା ଚିକେନ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଦୁଇଟି ତେଲୁଗୁ ରାଜ୍ୟରେ କୁକୁଡ଼ାମାନେ ବାର୍ଡ-ଫ୍ଲୁ ରୋଗରେ ପୀଡିତ ଥିବା ସନ୍ଦେହ କରାଯିବା ପରେ ଲୋକମାନେ ଚିକେନ ଖାଇବାକୁ ଭୟ…

‘କଂଗ୍ରେସ ସହିତ ଏଏପି ମେଣ୍ଟ କଲେ କେଜ୍‌ରିଓ୍ବାଲଙ୍କୁ କରାଯିବ ଗିରଫ’

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଲୋକ ସଭା ଆସନ ବାଣ୍ଟନକୁ ନେଇ ଦିଲ୍ଲୀରେ ଆଲୋଚନା ଚାଲିଛି। ସେପଟେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ, ଆମ ଆଦମୀ ପାର୍ଟିର…

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମିଳିତ ସହଯୋଗ ପରେ ବର୍ତ୍ତମାନ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ୨୫ ଫେବୃଆରୀରେ ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ।…

ଖାର୍ଗେଙ୍କୁ ଜେଡ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଗୃହ ମନ୍ତ୍ରଣାଳୟର ପାରାମିଲିଟାରୀ ଫୋର୍ସ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦିଆଯାଇଛି। ଆଇବିର ଥ୍ରେଡ ପରସେପ୍ସନ ରିପୋର୍ଟ ଆଧାରରେ ସିଆରପିଏଫର ଏହି ଜେଡ ପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ,୨୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ନୂତନ ଦଳ ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’ ଆରମ୍ଭ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ସମୟରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏହା…

କେବଳ ଦିଲ୍ଲୀ ନୁହେଁ ଆଉ ୪ ରାଜ୍ୟରେ ବି ଏକାଠି ମିଶି ନିର୍ବାଚନ ଲଢିବେ ଏଏପି-କଂଗ୍ରେସ

ନୂଆଦିଲ୍ଲୀ,୨୨।୨: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମଧ୍ୟରେ ମଧ୍ୟ ଏକ ମେଣ୍ଟ ଦେଖାଯାଉଛି। ବିଶେଷ କଥା ହେଉଛି ଏହି ମେଣ୍ଟ କେବଳ ଦିଲ୍ଲୀରେ ସୀମିତ…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ ଆଶ୍ୱସ୍ତି

ମୁମ୍ବାଇ,୨୨।୨: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ କୋର୍ଟରେ ଚକ୍କର କାଟୁଥିବା ନଜର ଆସିଥିଲେ। ଅଭିନେତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନର ନ୍ୟାୟିକ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, କିନ୍ତୁ…

ପୁଣି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, ଲୋକପ୍ରିୟତାରେ ନମ୍ବର-୧ 

ନୂଆଦିଲ୍ଲୀ,୨୨।୨: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଲୋକପ୍ରିୟତା ମାମଲାରେ ପଛରେ ପକାଇ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ପାଶ୍ଚାତ୍ୟ ଦେଶର ନେତାମାନେ ମଧ୍ୟ ଏହା ସ୍ବୀକାର କରୁଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମର୍ନିଂ କନ୍ସଲ୍ଟ ପକ୍ଷରୁ…

କଣ୍ଡୋମରେ ନିର୍ବାଚନ ପ୍ରଚାର, ଘର ଘର ବୁଲି ବାଣ୍ଟୁଛନ୍ତି ଦଳୀୟ କର୍ମୀ

ନୂଆଦିଲ୍ଲୀ,୨୨।୨: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ଦଳ। ଏନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ନିର୍ବାଚନରେ ଏକାଠି ଲଢିବାକୁ ନେଇ ଗଡ ତିଆରିଥିବା ଇଣ୍ଡିଆ ମେଣ୍ଟ ଏବେ ଅଧାଗଢା ଘରେ ଏକାକୀ ପଡିଯାଇଛି।…

PM Kisan 16th Installment: ଆସିଲା ତାରିଖ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଜଡ଼ିତ କୃଷକଙ୍କ ପାଇଁ ଖୁସିଖବର। ଚଳିତ ମାସରେ ୧୬ତମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ଶେଷ ସପ୍ତାହରେ ୨୦୦୦ ଟଙ୍କା କୃଷକଙ୍କ ଖାତାକୁ ଟ୍ରାନ୍ସଫର କରିବେ। ପିଏମ୍‌ କିଷାନର…

କୃଷି ଆନ୍ଦୋଳନକୁ ନେଇ କରିପାରିବେନି ଟ୍ବିଟ୍‌! ଏଲନ ମସ୍କ କହିଲେ…

ନୂଆଦିଲ୍ଲୀ,୨୨।୨: ଦେଶର ବିଶିଷ୍ଟ ବ୍ୟକ୍ତିଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଏନେଇ ଏକ୍ସ ମୁଖ୍ୟ ତଥା ସିିଇଓ ଏଲନ ମସ୍କ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଭାରତ ସରକାର ଏକ୍ସର ଏପରି ଅଭିଯୋଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri