ଜାତୀୟ

ମମତାଙ୍କୁ କିଏ ମାରିଥିଲା ଧକ୍କା? ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଆବାସ ଯିବ ପୋଲିସ

କୋଲକାତା,୧୫।୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ପୋଲିସ କମିଶନରଙ୍କୁ କହିଛନ୍ତି ଯେ ତାଙ୍କୁ ବେଡରୁମରେ ପଛପଟୁ ଠେଲି ଦିଆଯାଇଥିଲା, ଯେଉଁଥିପାଇଁ ସେ ତଳେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ବ୍ୟତୀତ ଏସଏସକେଏମ ହସ୍ପିଟାଲର ନିର୍ଦ୍ଦେଶକ ମଣିମୟ ବନ୍ଦୋପାଧ୍ୟାୟ ମଧ୍ୟ…

ଆଇପିଏଲ୍‌ରେ ପ୍ରଥମ ଉଇକେଟ୍‌ କିଏ ନେଇଥିଲେ ଜାଣନ୍ତି

ନୂଆଦିଲ୍ଲୀ,୧୫।୨:୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହୋଇଥିଲା। ଏହି ଲିଗରେ ସୌରଭ ଗାଙ୍ଗୁଲି, ସେନ୍‌ ୱାର୍ନ ଏବଂ ରିକି ପଣ୍ଟିଙ୍ଗଙ୍କ ଭଳି ମହାନ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହା ଏପ୍ରିଲ ୧୮, ୨୦୦୮ ଥିଲା ଯେତେବେଳେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ କୋଲକାତା…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ବେଙ୍ଗାଲୁରୁ,୧୫।୩: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ସୂଚନାନୁସାରେ, ୟେଦ୍ୟୁରପ୍ପା ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ଏହି ସଂପର୍କରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ…

ସର୍ବାଧିକ ଚାନ୍ଦା ଦେଇଥିବା ଦେଶର ଶ୍ରେଷ୍ଠ ୧୦ କମ୍ପାନୀ

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ (ଇସି) ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ସାର୍ବଜନୀନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗତ ୧୨ ତାରିଖରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଇସିଙ୍କ ନିକଟରେ ତାଖଲ କରିଥିଲେ। ମାର୍ଚ୍ଚ ୧୫…

ଅପେକ୍ଷାର ହେବ ଅନ୍ତ! ଆଜି ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ଇସି

ନୂଆଦିଲ୍ଲୀ,୧୫।୩: ନିର୍ବାଚନ ଆୟୋଗର ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନାମ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର (୧୪ ମାର୍ଚ୍ଚ)ରେ ଅନୁଷ୍ଠିତ ଚୟନ କମିଟି ବୈଠକରେ କେରଳର ଜ୍ଞାନେଶ କୁମାର ଏବଂ ପଞ୍ଜାବର ବଲବିନ୍ଦର ସନ୍ଧୁଙ୍କ ନାମ ଚୂଡାନ୍ତ ହୋଇଛି। ଏହି…

ସକାଳୁ ସକାଳୁ ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ସକାଳୁ ସକାଳୁ ଥରିଉଠିଛି ମଣିପୁର। ସକାଳେ ମଣିପୁରରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୩.୯ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଶୁକ୍ରବାର ସୂଚନା ଦେଇଛି ଯେ ମଣିପୁରର ଉଖରୁଲରେ…

ହ୍ବିଲ ଚେୟାରରେ ନଜର ଆସିଲେ ମମତା

କୋଲକାତା,୧୫।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ବର୍ତ୍ତମାନ ଅବଜରଭେଶନରେ ଅଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏସଏସକେଏମ ହସ୍ପିଟାଲର ନିର୍ଦ୍ଦେଶକ ଡା.ମଣିମୋୟ ବନ୍ଦୋପାଧ୍ୟାୟ ଏହି ସୂଚନା ଦେଇଛନ୍ତି। ଘରେ ପଡିବା କାରଣରୁ…

ବୋର୍ଡ ପରୀକ୍ଷାରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ: ପରୀକ୍ଷା ନିୟନ୍ତ୍ରକଙ୍କୁ ପଡ଼ିଲା ମହଙ୍ଗା

ଭରୁଚ୍‌,୧୪।୩: ଗୁଜରାଟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ହିଜାବକୁ ନେଇ ବିବାଦ ଦେଖାଦେଇଛି। ଭରୁଚ୍‌ ଜିଲା ଏକ ବେସରକାରୀ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଗଣିତ ପରୀକ୍ଷା ଦେବାକୁ କେତେଜଣ ମୁସଲ୍‌ମାନ୍‌…

ଆଗକୁ ନିର୍ବାଚନ: ଭାଜପା ଉପରେ ବଡ଼ ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୧୪।୩: ଭାଜପା ୪୫ଟି କମ୍ପାନୀରୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୪୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିଥିବା କଂଗ୍ରେସ ଗୁରୁବାର ଅଭିଯୋଗ ଆଣିଛି।…

୨୩ ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବାକୁ ରାଜ୍ୟ ମାନଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୪।୩: ଅନେକ ସ୍ଥାନରେ ଗୃହପାଳିତ କୁକୁର ଆକ୍ରମଣ ଖବର ଆସିବା ପରେ କେନ୍ଦ୍ର ସରକାର ୨୩ ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତି ନେଇଛନ୍ତି। ପିଟବୁଲ୍ ଟେରିଅର୍, ଆମେରିକୀୟ ବୁଲଡୋଗ୍, ରଟୱିଲର୍ ଏବଂ ମାଷ୍ଟିଫ୍ ସମେତ ୨୩ ଟି ପ୍ରଜାତିର…

ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମମତା ବାନାର୍ଜୀଙ୍କ ଫଟୋ ତ୍ରୁଣମୂଳ କଂଗ୍ରେସ (ଟିଏମସି) ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି।…

ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, ଖାରଜ ହେଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୧୪।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କ୍ୟୁରେଟିଭ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ବର୍ଷ ଅକ୍ଟୋବର ୩୦ରେ, ମଦ ଦୁର୍ନୀତି ମାମଲାରେ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଏହା ପରେ ଡିସେମ୍ବର୧୪ ରେ ସୁପ୍ରିମକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?