ଜାତୀୟ

ଜୁନ୍‌ ୧ରେ ଜେଲ୍‌ ଯିବେ କେଜ୍‌ରିଓ୍ବାଲ, ୬ରେ ରାହୁଲ ଗାନ୍ଧୀ ଯିବେ…

ନୂଆଦିଲ୍ଲୀ,୨୭ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ଶାହା କହିଛନ୍ତି, କେଜ୍‌ରିଓ୍ବାଲଙ୍କୁ ଜୁନ୍‌ ୧ରେ ଜେଲ ଯିବାକୁ ପଡ଼ିବ ଏବଂ ରାହୁଲ ବାବା ଜୁନ୍‌…

୧୫୦ ଆସନ ଉପରକୁ ଜିତିବ ନାହିଁ ଭାଜପା, ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କିଏ କଲେ ଏତେ ବଡ ଦାବି

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ ଜୁନ ୧ରେ ଅନୁଷ୍ଠିତ ହେବ। ଏହି ଶେଷ ପର୍ଯ୍ୟାୟ ଭୋଟିଂ ଅନ୍ତର୍ଗତ ଚଣ୍ଡିଗଡ଼ରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ଏଠାରୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ…

ପ୍ରଶାନ୍ତ କିଶୋରଙ୍କ ବଡ ଭବିଷ୍ୟବାଣୀ, ଗୋଟିଏ କି ଦୁଇଟି ନୁହେଁ ୟୁପି, ବିହାରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଭାଜପାକୁ କେତେ ସିଟ ମିଳିବ କଲେ ଦାବି

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଭୋଟ ମଧ୍ୟରେ ଫଳାଫଳକୁ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ଗୋଟିଏ କଥା ସ୍ପଷ୍ଟ ଯେ ଭାଜପା ୩୭୦ ରେ ପହଞ୍ଚୁନାହିଁ। ତେବେ ସେ ଆହୁରି…

ମୋଦିଙ୍କ ମନ୍ଦିର ନିର୍ମାଣ କରିବୁ, ତୁଳସୀପତ୍ର ବି ଚଢାଇବୁ: କାହିଁକି ଏମିତି କହିଲେ ମମତା ବାନାର୍ଜୀ

କୋଲକାତା,୨୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ବାଓଲୋଜିକାଲ ଭାବେ ଜନ୍ମ ନେଇନାହାନ୍ତି। ଭଗବାନ ତାଙ୍କୁ ପୃଥିବୀକୁ ପଠାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୪୭ ପର୍ଯ୍ୟନ୍ତ…

ଜାମିନ ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍‌ରିଓ୍ବାଲ, କହିଲେ କାରଣ…

ନୂଆଦିଲ୍ଲୀ,୨୭ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି ପାଇଁ ଦାବି କରି କେଜ୍‌ରିଓ୍ବାଲ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ନିର୍ବାଚନ ପ୍ରଚାର…

ମା’ କ୍ଷୀର ବିକ୍ରି ଉପରେ କଟକଣା, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭।୫: ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ଅଧିନିୟମ, ୨୦୦୬ ଅନୁଯାୟୀ ମା’ କ୍ଷୀରର ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ତେଣୁ ଏହାର ବ୍ୟବସାୟ ଲାଗି ହେଉଥିବା ସବୁ ପ୍ରକାର କାର୍ଯ୍ୟକଳାପ…

ରେମାଲର ପ୍ରଭାବ: ପ୍ରବଳ ପବନ ସାଙ୍ଗକୁ ବର୍ଷା, ଉପୁଡ଼ିଲା ବଡ଼ବଡ଼ ଗଛ

କୋଲକାତା,୨୭ା୫: ସାମୁଦ୍ରିକ ଝଡ଼ ରେମାଲ ଲ୍ୟାଣ୍ଡଫଲ୍‌ କରିବା ପରେ କୋଲକାତାରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ କୋଲକାତାର ଅନେକ ଅଞ୍ଚଳରେ ଜଳମଗ୍ନ ହୋଇଯାଇଛି। କେବଳ ଏତିକି ନୁହେଁ, ଝଡ଼ତୋଫାନ ଯୋଗୁ ଅନେକ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି।…

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ: ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ପରୀକ୍ଷା

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟଣା ଏହାର ନିରାପତ୍ତା ମାନକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଉକ୍ତ ମନୋରଞ୍ଜନ କେନ୍ଦ୍ର ଆପତ୍ତି ବିହୀନ ପ୍ରମାଣପତ୍ର…

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ଝଟକା? ଭାଜପାରେ ସାମିଲ ହେବେ…

ଲକ୍ଷ୍ନୌ,୨୬।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି କ୍ରମାଗତ ଭାବରେ ଅସୁବିଧାର ସମ୍ମୁଖୀନ ହେଉଛି, ସମାଜବାଦୀ ପାର୍ଟିର ବହୁ ବିଶିଷ୍ଟ ନେତା ଦଳ ଛାଡି ଗତ ତିନି ମାସ ମଧ୍ୟରେ ଭାଜପାରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସେହି ସିରିଜରେ…

ବାପ-ପୁଅଙ୍କୁ ମାରିଦେଲେ ମାଓବାଦୀ

ଛତ୍ରା,୨୬ା୫: ଝାଡ଼ଖଣ୍ଡର ଛତ୍ରା ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ବାପ-ପୁଅଙ୍କୁ ହତ୍ୟା କରିଛନ୍ତି। କୁଣ୍ଡା ଥାନା ଅଧୀନ ହିନ୍ଦିଆକାଲା ଗ୍ରାମରେ ଏହି ଘଟଣା ଘଟିଛି। ଆଦିବାସୀ ସମ୍ପ୍ରଦାୟର ଛେଦି ବିହୋର ଓ ତାଙ୍କ ପୁଅ ପଙ୍କଜଙ୍କୁ ମାଓବାଦୀମାନେ ୧୦,୦୦୦ ଟଙ୍କା…

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’: ବଢୁଛି ପବନର ବେଗ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬।୫: ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ ଅଧିକ ଘନୀଭୁତ ହୋଇ ରବିବାର ଭୀଷଣ ବାତ୍ୟାର ରୂପ ନେଇ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ବାଲଂଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ଭାଜପା ପ୍ରଚାର ଗାଡି ଉପରକୁ ଆକ୍ରମଣ, ଭାଙ୍ଗିଲା କାଚ

ପାଟନା,୨୬।୫: ବର୍ତ୍ତମାନ ସମଗ୍ର ଦେଶରେ ଏକ ନିର୍ବାଚନ ପରିବେଶ ଅଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ବକ୍ସର ଜିଲାରେ ମଧ୍ୟ ରାଜନୀତି ଶିଖରରେ ରହିଛି। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ମେ’ରେ ବକ୍ସରରେ ପହଞ୍ଚିଥିଲେ। ସମସ୍ତ ଦଳ ଏବେ ନିର୍ବାଚନ ପ୍ରଚାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?