Posted inଜାତୀୟ

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’: ବଢୁଛି ପବନର ବେଗ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬।୫: ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ ଅଧିକ ଘନୀଭୁତ ହୋଇ ରବିବାର ଭୀଷଣ ବାତ୍ୟାର ରୂପ ନେଇ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ବାଲଂଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଏବଂ ଝଟକା ପବନ ୧୩୫ କିଲୋମିଟର ରହିଛି। ବାତ୍ୟା ନେଇ ପଶ୍ଚିମବଙ୍ଗରେ ରେଡ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲାରେ ପ୍ରଶାସନ ସତର୍କ ରହିଛି। ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି। ଦୀଘା ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ୧୨ଟି ଏନଡିଆରଏଫ ଟିମ ମୁତୟନ ଅଛନ୍ତି। ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
‘ରେମାଲ’ ପରେ ବିପର୍ଯ୍ୟୟ ମୁକାବିଲା ପାଇଁ ଭାରତୀୟ ନୌସେନା ବର୍ତ୍ତମାନର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଅନୁସରଣ କରି ପ୍ରସ୍ତୁତି ଆରମ୍ଭ କରିଛି। ନୌସେନା ମୁଖ୍ୟାଳୟରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏଥିସହ ପୂର୍ବ ନୌସେନା କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଭାରତୀୟ ନୌସେନା ତୁରନ୍ତ ମୁତୟନ ପାଇଁ ଏଚଏଡିଆର ଏବଂ ଚିକିତ୍ସା ସାମଗ୍ରୀ ସହିତ ସଜ୍ଜିତ ଦୁଇଟି ଜାହାଜକୁ ପ୍ରସ୍ତୁତ କରିଛି। ଏହାବ୍ୟତୀତ ଭାରତୀୟ ନୌସେନାର ସି କିଙ୍ଗ ଓ ଚେତକ ହେଲିକପ୍ଟର ସହ ଡୋର୍ନିୟର ବିମାନ ମଧ୍ୟ ଶୀଘ୍ର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି। ସେପଟେ ‘ରେମାଲ’ ଉପରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।
ଅପରପକ୍ଷେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତେବେ ‘ରେମାଲ’ର ପ୍ରଭାବରେ ରବିବାର ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା ସହ ସଂଲଗ୍ନ କଟକ ଜିଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ତୀବ୍ରବୃଷ୍ଟିପାତ(ଘଣ୍ଟାପ୍ରତି ୨ରୁ ୩ସେମି) ଲାଗିରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳ ସ୍ଥିତି ପରଖିଲେ ଜଳସମ୍ପଦ ପ୍ରମୁଖ ସଚିବ, ବିପର୍ଯ୍ୟସ୍ତର ବାସ୍ତବ ଚିତ୍ର ଦେଖି…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କୂଳ ଲଂଘନ ସହ ବନ୍ଧ ଭାଙ୍ଗିଯିବା ଫଳରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ…

ସୃଷ୍ଟି ହେଲା ଅବପାତ: IMD ଡିଜି କହିଲେ ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆସନ୍ତାକାଲି ବାତ୍ୟା, ପବନର ବେଗ ରହିବ…

ଭୁବନେଶ୍ୱର,୩୧ା୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଅବପାତ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ…

ସଫଳତା ପାଇବା ପାଇଁ ହେଲେ ମଣିଷକୁ ହରିଣ ଶିକାରୀ ପରି ହେବା ଉଚିତ୍‌, ଜାଣନ୍ତୁ ଏପରି ରହସ୍ୟ କଥା କାହିଁକି କହିଛନ୍ତି ଚାଣକ୍ୟ…

ଜଣେ ବ୍ୟକ୍ତି ଯେତେବେଳେ ନିଜର କାର୍ଯ୍ୟ ଏବଂ ଲକ୍ଷ୍ୟରେ ସଫଳ ହୁଏ, ସେତେବେଳେ ହିଁ ଏକ ସୁଖୀ ଜୀବନ ସମ୍ଭବ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ…

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ

ମୁମ୍ବାଇ: ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫…

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?