ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ପୁରୁଣା ଭୁବନେଶ୍ୱର,୨୮।୧୦(ସୁବାସ ଚନ୍ଦ୍ର ପ୍ରଧାନ): ଗତ ବୁଧବାରଠାରୁ ଉପବାସରେ ରହିଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଶୁକ୍ରବାର ସ୍ବାଭାବିକ ହୋଇଛି। ଅପରାହ୍ନ ୧ଟାରେ ମହାସ୍ନାନ ହୋଇଥିଲା। ଅପରାହ୍ନ ୧ଟା ୩୦ରେ ମଙ୍ଗଳଆଳତି, ଅବକାଶ, ଦର୍ଶନ ପରେ ରୋଷହୋମ କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି…
ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା
ଭୁବନେଶ୍ୱର,୨୮ା୧୦(ଅସମାପିକା ସାହୁ): ୨୦୨୪ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଶୁକ୍ରବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଖବରଦାତା ସମ୍ମିଳନୀ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ…
ଶିକ୍ଷକଙ୍କ ବଦଳି ପାଇଁ ୨୯ରୁ ଆବେଦନ
ଭୁବନେଶ୍ୱର, ୨୭।୧୦(ଅସମାପିକା ସାହୁ): ଶିକ୍ଷକଙ୍କ ବଦଳି ପାଇଁ ରାଜ୍ୟ ସରକାର ନୂତନ ଗାଇଡ୍ଲାଇନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଶିକ୍ଷକମାନେ ବଦଳି ପାଇଁ ଆବେଦନ କରିପାରିବେ।…
ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗ: ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୨୭।୧୦: ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ବରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ…
ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେତେବେଳେ ପାକନିଷେଧ, ପୂଜାର୍ଚ୍ଚନା
ଭୁବନେଶ୍ୱର,୨୭ା୧୦(ବନ୍ଦନା ସେଠୀ):ଆସନ୍ତା ୨୮ ତାରିଖ ଶନିବାର ବିଳମ୍ବିତ ରାତିରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ରାତି ୧ଟା ୫ରୁ ଗ୍ରହଣ ଆରମ୍ଭ ହୋଇ ପ୍ରାୟ ୨ଟା ୨୨ରେ ଛାଡ଼ିବ ଅର୍ଥାତ୍ ୧ଘଣ୍ଟା ୧୯ ମିନିଟ୍ ଗ୍ରହଣ ରହିବ। ଏହି ସମୟରେ ଚନ୍ଦ୍ର…
ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧୦: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି…
ମ୍ୟାନ୍ ଅଫ୍ ମିଶନ ଭି.କେ. ପାଣ୍ଡିଆନ
ଭୁବନେଶ୍ୱର,୨୬ା୧୦(ଅନିଲ ଦାସ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ତଥା ୨୦୦୦ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ଭି.କେ. ପାଣ୍ଡିଆନ ଅକ୍ଟୋବର ୨୩ ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ସେ ନିଜର ଚାକିରି କାଳରେ ଓଡ଼ିଶା ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।…
ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ
ଭୁବନେଶ୍ୱର, ୨୬।୧୦ (ଅସମାପିକା ସାହୁ)ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା। ଏହି ଅଭିଯାନ ଗତ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ସରକାରଙ୍କ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡ ଉପାଧ୍ୟକ୍ଷ
ଭୁବନେଶ୍ୱର,୨୫ା୧୦: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ-ଓଜୋଲା ଚେସ୍କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ…
ଆଉ ୫୩ ଓଏଏସ୍ ଅଫିସରଙ୍କ ବଦଳି
ଭୁବନେଶ୍ୱର,୨୫ା୧୦: ରାଜ୍ୟ ସରକାର ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି। ଗତ ୭ ଦିନ ମଧ୍ୟରେ ଜିଲାସ୍ତରରେ କାର୍ଯ୍ୟରତ ମୋଟ୍ ୨୫୦ଜଣ ଓଏଏସ୍ ଅପିସରଙ୍କ ବଦଳି ହୋଇସାରିଛି। ଏବେ ଆଉ ୫୩ ଜଣଙ୍କୁ ବଦଳି କରାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ପାଇଛି। ରାଜସ୍ବ ଓ…
ମାଆଙ୍କ ଭସାଣି ଲାଗି ଗାଇଡଲାଇନ ଜାରି
ଭୁବନେଶ୍ୱର,୨୪।୧୦(ସତ୍ୟଜିତ ରାଉତ) ମହାମାୟାଙ୍କ ଆଜି (ମଙ୍ଗଳବାର) ବିଜୟାଦଶମୀ। ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ମାଆଙ୍କର ଧୁମଧାମରେ ପୂଜାର୍ଚ୍ଚନା ଚାଲିଛି। ଆସନ୍ତାକାଲି (ବୁଧବାର) ମା’ ମେଳାଣି ନେବାମୁ ଯାଉଛନ୍ତି। ଏଥି ପାଇଁ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି…
ଅସତ୍ୟ ଉପରେ ସତ୍ୟର ଜୟ: ଭୁବନେଶ୍ୱରର ଏସବୁ ସ୍ଥାନରେ ହେବ ରାବଣ ପୋଡ଼ି
ଭୁବନେଶର, ୨୪।୧୦: ମଙ୍ଗଳବାର ଦୁର୍ଗାପୂଜାର ଶେଷ ଦିନ ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟର ହେବ ଜୟ। ମାଙ୍କୁ ସିନ୍ଦୂର ଲାଗି ପରେ ସିନ୍ଦୂର ଖେଳିବେ ମହିଳା। ପରେ ସାରେ ଅନୁଷ୍ଠିତ ହେବ ରାବଣପୋଡ଼ି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ…

