ଯୁବଶକ୍ତିଙ୍କୁ ସଶକ୍ତ କରିବା ପାଇଁ ଭଲ ପଦକ୍ଷେପ: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୬।୭(ଅନିଲ ଦାସ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ଯୁବଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନ୍ଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି…
ଦିନସାରା ବର୍ଷିଲା
ଭୁବନେଶ୍ୱର,୧୬।୭(ବନ୍ଦନା ସେଠୀ)ରାଜ୍ୟ ରାଜଧାନୀରେ ଶନିବାର ଦିନସାରା ବର୍ଷା ଛେଚିଛି। ଫଳରେ ଏହି ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି ସ୍ମାର୍ଟସିଟିର ସ୍ମାର୍ଟ ବ୍ୟବସ୍ଥା। ରାସ୍ତାଘାଟ, ନାଳ ସବୁ ଏକାକାର। ଆଣ୍ଠୁଏ ଉଚ୍ଚର ପାଣିରେ ପଶି ଯାତାୟାତ କଲେ ଲୋକେ। ବିଭିନ୍ନ ଅଞ୍ଚଳରେ…
ରମାଦେବୀ ବିଶ୍ୱବିଦ୍ୟାଳୟରୁ ଅଲଗା ହେବ ଜୁନିୟର କଲେଜ
ଭୁବନେଶ୍ୱର,୧୬।୭(ଅନୁରାଧା ମହାରଣା)ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ଜୁନିୟର କଲେଜ ଅଲଗା ହେବ। ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ନିଷ୍ପତ୍ତି ଅନୁସାରେ, ଜୁନିୟର କଲେଜ ବା ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଲଗା…
ବର୍ଷାରେ କଟକ ଜଳାର୍ଣ୍ଣବ
କଟକ,୧୬।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଲଘୁଚାପଜନିତ ଲଗାଣ ବର୍ଷାରେ କଟକ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଗଳି ରାସ୍ତାରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ସେହିପରି ଆଉ କେତେକ ଅଞ୍ଚଳର ଲୋକଙ୍କ ଘରେ ପାଣି ପଶିଯାଇଛି। ଏଥିପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷାଜଳ…
କମ୍ପ୍ୟୁଟରଜନିତ ତ୍ରୁଟି ଯୋଗୁ ଭିନ୍ନକ୍ଷମ ପରୀକ୍ଷାର୍ଥୀ ହଟହଟା
କଟକ,୧୬।୭ (କାର୍ତ୍ତିକ ସାହୁ)ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ଜଣେ ଭିନ୍ନକ୍ଷମ ଛାତ୍ରଙ୍କୁ କମ୍ ମାର୍କ ମିଳିଛି। ସେ ଓଏମ୍ଆର୍ ସିଟ୍ରେ ଯେତିକି ଠିକ୍ ଉତ୍ତର ଦେଇଛନ୍ତି ତାଙ୍କୁ ସେତିକି ମାର୍କ ମିଳିନାହିଁ। କମ୍ପ୍ୟୁଟରରେ ମୂଲ୍ୟାୟନଜନିତ ତ୍ରୁଟି ପାଇଁ ତାଙ୍କର ନମ୍ବର କମ୍…
ମାଲବାହୀ ଟ୍ରେନ୍ରୁ ବଗି ଛିଡ଼ିଗଲା
ଭୁବନେଶ୍ୱର,୧୬।୭(ଅଭିଜିତ ଦାସ)ବାହାନଗା ଟ୍ରେନ୍ ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ମନରୁ ଲିଭୁ ନ ଥିବାବେଳେ ଗୋଟିକ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି। କେଉଁଠି ଟ୍ରେନ୍ରେ ନିଆଁ ଲାଗିଲାଣି ତ ଆଉ କେଉଁଠି ଲାଇନ୍ଚ୍ୟୁତ ହେଲାଣି। ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣା ଘଟୁଥିବାବେଳେ ଶନିବାର…
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ବ୍ୟୟ ହେବ ୬ କୋଟି ୪୧ ଲକ୍ଷ ଟଙ୍କା
ଭୁବନେଶ୍ୱର,୧୫ା୭(ଅନିଲ ଦାସ): ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା…
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର କ୍ଷେତ୍ର ପରିଦର୍ଶନ କଲେ ଛାତ୍ରୀଛାତ୍ର
ଭୁବନେଶ୍ୱର,୧୫ା୭(ଅସମାପିକା ସାହୁ): କଟକ ଜିଲା ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ୨୦ ଜଣ ଛାତ୍ରୀଛାତ୍ର କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ। ଛାତ୍ରୀଛାତ୍ରଙ୍କୁ ପୁସ୍ତକ ପଞ୍ଜୀକରଣ, ଗ୍ରନ୍ଥାଗାର ପରିଚାଳନା,…
କଂଗ୍ରେସରୁ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ
ଭୁବନେଶ୍ୱର,୧୫ା୭(ଅନିଲ ଦାସ): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଶନିବାର କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନକୁ ନେଇ ରାଜ୍ୟ କଂଗ୍ରେସରେ ଜୋର୍ଦାର ଚର୍ଚ୍ଚା ଚାଲିଛି।…
ଭାଙ୍ଗିଲା ରାମେଶ୍ୱର ମନ୍ଦିରର ଦଧିନଉତି
ଭୁବନେଶର,୧୫।୭: ଘଡ଼ଘଡ଼ିରେ ଭୁବନେଶରରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଭାଙ୍ଗିପଡ଼ିଛି। ମନ୍ଦିର ଭିତରେ ସେବାୟତ ଥିବା ବେଳେ ଏହି ଅଘଟଣ ଘଟିଛି। ସଂପୂର୍ଣ୍ଣ ଭାବେ ଦଧିନଉତି ଭାଙ୍ଗି ଯାଇଥିବା ସେବାୟତଙ୍କ ପକ୍ଷରୁ ସୂଚନା ମିଳିଛି।
ଓଏଏସସ୍ତରରେ ଅଦଳବଦଳ: କାହାକୁ କେଉଁ ଦାୟିତ୍ୱ
ଭୁବନେଶ୍ୱର, ୧୫।୭(ଅନିଲ ଦାସ): ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ୍ ଅଫିସର ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ…
ଟୁଇନ୍ ସିଟି ଜଳମଗ୍ନ: ଆହୁରି ୩ ଦିନ ବର୍ଷିବ
ଭୁବନେଶ୍ୱର, ୧୫।୭(ଅନିଲ ଦାସ): ଟୁଇନ୍ ସିଟି ସମେତ ଉପକୂଳ ଓ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶନିବାର ସକାଳୁ ବର୍ଷା ଲାଗି ରହିଛି। ଶନିବାର ଠାରୁ ଆଗାମୀ ୩ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
Archives


