ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେତେବେଳେ ପାକନିଷେଧ, ପୂଜାର୍ଚ୍ଚନା

ଭୁବନେଶ୍ୱର,୨୭ା୧୦(ବନ୍ଦନା ସେଠୀ):ଆସନ୍ତା ୨୮ ତାରିଖ ଶନିବାର ବିଳମ୍ବିତ ରାତିରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ରାତି ୧ଟା ୫ରୁ ଗ୍ରହଣ ଆରମ୍ଭ ହୋଇ ପ୍ରାୟ ୨ଟା ୨୨ରେ ଛାଡ଼ିବ ଅର୍ଥାତ୍‌ ୧ଘଣ୍ଟା ୧୯ ମିନିଟ୍‌ ଗ୍ରହଣ ରହିବ। ଏହି ସମୟରେ ଚନ୍ଦ୍ର ଉପରେ ମାତ୍ର ୬ ପ୍ରତିଶତ ଛାୟା ପଡିବ। ତେବେ ରାତି ୧୧ଟା ୩୧ରେ ଚନ୍ଦ୍ର ଉପରେ ଉପଛାୟା ପଡ଼ିବା ଆରମ୍ଭ ହେବ। ଏହା ଖାଲି ଆଖିକୁ ଦେଖାଯିବ ନାହିଁ। ରାତି ୧ଟା ୫ ବେଳକୁ ଛାୟା ଦୃଶ୍ୟମାନ ହେବ। ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ଆଟ୍‌ଲାଣ୍ଟିକ୍‌ ମହାସାଗର ସମେତ ସମଗ୍ର ବିଶ୍ୱରେ ଖାଲି ଆଖିରେ ଦେଖାଯିବ। ଅକ୍ଟୋବର ୧୪ରେ ଘଟିଥିବା ସୂର୍ଯ୍ୟୋପରାଗର ୧୪ ଦିନ ପରେ ଏହି ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ। ଅପରପକ୍ଷେ ଶନିବାର କୁମାରପୂର୍ଣ୍ଣିମା ରହୁଥିବାରୁ ଗ୍ରହଣର ପ୍ରଭାବ ଚନ୍ଦ୍ରପୂଜା ଉପରେ ପଡିବ। ଜ୍ୟୋତିର୍ବିଦ୍ୟା ବିଶାରଦ ପ୍ରସନ୍ନ କୁମାର ମହାପାତ୍ରଙ୍କ ମତାନୁଯାୟୀ, ଗ୍ରହଣର ପ୍ରାୟ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୪ଟାରୁ ପାକନିଷେଧ ଓ ଦେବାର୍ଚ୍ଚନା ବନ୍ଦ ରହିବ। ତେବେ ଚନ୍ଦ୍ରପୂଜା କରିବାକୁ ଚାହୁଁଥିବା କୁମାରୀମାନେ ଚନ୍ଦ୍ର ଉଦୟ ସମୟରେ ପୂଜା କରିପାରିବେ। ସେହିପରି ରାତି ୨ଟା ୩୦ ପରେ ଗଜଲକ୍ଷ୍ମୀ ପୂଜା କରାଯାଇପାରିବ। ରବିବାରକୁ ଗ୍ରହଣର କୌଣସି ପ୍ରଭାବ ରହିବ ନାହିଁ। ସେହିପରି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଚନ୍ଦ୍ର ଉପରେ କେବଳ ଗୋଟିଏ ଛାଇ ପଡିବ। ଏଥିରେ ଚନ୍ଦ୍ରପୂଜା କରିବାରେ କୌଣସି ଅସୁବିଧା ନାହିଁ। ଅପରପକ୍ଷେ ଆସନ୍ତା ବର୍ଷ ୨୦୨୪ରେ ୨ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟୋପରାଗ ହେବାର ଅଛି। ଏହାର ପ୍ରଭାବ ଭାରତ ଉପରେ ରହିବ ନାହିଁ ବୋଲି ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?