ମେଟ୍ରୋ

ଖୋଲିଲା ଭିତରକନିକା, ପ୍ରଥମ ଦିନରେ ୪୭ ପର୍ଯ୍ୟଟକ

ରାଜନଗର, ୨।୮ (ଭାସ୍କର ରାଉତରାୟ): ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାରଠାରୁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ଦୀର୍ଘ ୩ମାସ ପରେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଥିବାରୁ ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ମରାମତି ହେଉନି ଏସ୍‌କେପ୍‌

ଧାମନଗର,୨।୮ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲାର ଧାମନଗର ଏକ ବନ୍ୟା ପ୍ଲାବିତ ଅଞ୍ଚଳ। ଉପରମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ବୈତରଣୀ ଓ ତା’ର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଆସି ବ୍ଲକର ୩୧ ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତର ଚାଷଜମି ଜଳମଗ୍ନ ହେବା…

ଝଡ଼ବର୍ଷାରେ ୨କି.ମି. ଭାରରେ ବୁହାହେଲେ ଗର୍ଭବତୀ

ଦଶମନ୍ତପୁର, ୨।୮( ଅରବିନ୍ଦ ନାୟକ ): ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଝଡ ବର୍ଷାରେ ୨ କିମି ଭାରରେ ବୁହା ହେବାପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଗଲେ ଗର୍ଭବତୀ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ…

ଅମାପ ଶକ୍ତିର ଅଧିକାରୀ ଯୁବପିଢ଼ି

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨।୮: ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମାଜର ପ୍ରମୁଖ ଅଙ୍ଗ। ଯୁବସମାଜ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ ରହିବ। ଯୁବସମାଜ ନିଜ ଉର୍ଜା ବଳରେ ଦେଶକୁ ଆଲୋକ, ପ୍ରଗତି ପଥରେ ଆଗେଇ ନେବେ।…

ରାଜ୍ୟର ୫୫ଟି ବ୍ଲଡ୍‌ ବ୍ୟାଙ୍କ୍‌ରେ କାର୍ଯ୍ୟକାରୀ ହେବ ନାଟ୍‌ ପଦ୍ଧତି

ଭୁବନେଶ୍ୱର,୨।୮(ଅଭିଜିତ ଦାସ): ରାଜ୍ୟରେ ରକ୍ତ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ରକ୍ତ ସଂକ୍ରମିତ ରୋଗୀ ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଥିବାବେଳେ ୨୦ରୁ ୩୦ ପ୍ରତିଶତ ସହରାଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ରକ୍ତଜନିତ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ସମସ୍ତ…

ସମ୍ବଲପୁରୀ ପାଟବସ୍ତ୍ର ପିନ୍ଧି ଦର୍ଶନ ଦେଲେ ସମଲେଇ

ସମ୍ବଲପୁର,୨।୮(ଶୁଭାଶିଷ ପାଢ଼ୀ): ସମ୍ବଲପୁରୀ ଦିନ୍‌ ପାଳନ ଅବସରରେ ମଙ୍ଗଳବାର ସମ୍ବଲପୁରର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀ ସମ୍ବଲପୁରୀ ଶାଢିରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। କେବଳ ମା’ ସମଲେଶ୍ବରୀ ନୁହନ୍ତି, ମନ୍ଦିରର ପାଶର୍‌ବ ଦେବଦେବୀ ଓ ବାହନ ସିଂହ ମଧ୍ୟ ସମ୍ବଲପୁରୀ…

ଜବ୍‌ ସ୍କାମ୍‌: ସିବିଆଇ ତଦନ୍ତ ଦାବି କଲେ ପରୀକ୍ଷାର୍ଥୀ

ଭୁବନେଶ୍ବର, ୨।୮(ସୁନିତ୍‌ ମିଶ୍ର): ଓଏସ୍‌ଏସ୍‌ସି(ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ) ଦ୍ୱାରା ପରିଚାଳିତ ୨୦୨୦-୨୩ ମଧ୍ୟରେ ହୋଇଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଉ। ଏହିସବୁ ପରୀକ୍ଷା ପୁଣିଥରେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଅନ୍‌ଲାଇନ ମାଧ୍ୟମରେ କରାଯାଉ। ଜାତୀୟ ସ୍ତରରେ ଏନ୍‌ଟିଏ ବହୁ…

ଦୃଷ୍ଟିବାଧିତ ଶାନ୍ତିଲାଲ ନିର୍ବାଚନ ଲଢ଼ି ପାରିବେ: ସିଭିଲ କୋର୍ଟ

ନୂଆପଡ଼ା,୨।୮(ମକାରୁ ବେମାଲ):୨୦୨୨ ପଞ୍ଚାୟତ ନିର୍ବାଚନରେ ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ ଅଧୀନ ଦାବ୍ରିପଡାର ଦୃଷ୍ଟିବାଧିତ ଶାନ୍ତିଲାଲ ଶବର ସରପଞ୍ଚ ପ୍ରାର୍ଥୀରୁ ବାଦ୍‌ ପଡିବା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୨ ସରପଞ୍ଚ ନିର୍ବାଚନକୁ ନୂଆପଡା ସିଭିଲ…

ସଚେତନତା ସୃଷ୍ଟି ପାଇଁ କର୍ମଚାରୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର,୨।୮: (ସତ୍ୟଜିତ୍‌ ରାଉତ): ହୋଟେଲ ନାଁରେ ସାଇବର ଠକମାନେ ଫେକ୍‌ ୱେବ୍‌ସାଇଟ୍‌ ଖୋଲି ପର୍ଯ୍ୟଟକଙ୍କୁ ଜାଲରେ ଫଶାଉଛନ୍ତି। ଫେକ୍‌ ଓ୍ବେବ୍‌ସାଇଟ୍‌ରେ ପର୍ଯ୍ୟଟକମାନେ ବୁକିଙ୍ଗ କରି ଟଙ୍କା ହରାଉଛନ୍ତି। ଫଳରେ ହୋଟେଲ ମାଲିକ ଓ ପର୍ଯ୍ୟଟକ ସମସ୍ୟାରେ ପଡ଼ୁଛନ୍ତି। ଏଭଳିସ୍ଥିରେ ଏହି ଠକେଇ…

ଦିନକ  ପାଇଁ ଏସବୁ  ଜିଲାରେ  ସ୍କୁଲ ଛୁଟି ଘୋଷଣା 

ଭୁବନେଶ୍ୱର, ୨।୮: ଲଘୁଚାପ  ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ  ବେହାଲ ହୋଇପଡ଼ିଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ବଲାଙ୍ଗୀରରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ବର୍ତ୍ତମାନ ବିଭିନ୍ନ ଜିଲାରେ ଦିନକ ପାଇଁ ସ୍କୁଲ ବନ୍ଦ  ଘୋଷଣା ହୋଇଛି।…

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ବର, ୨।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ମଙ୍ଗଳବାର ଅଦଳବଦଳ କରିଛନ୍ତି। କଟକ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବର କୁମାର କରଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଓଡ଼ିଶା…

ଯୁକ୍ତ୨ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, ୨।୮(ଅସମାପିକା ସାହୁ): ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ୨ ଜୁନିୟର କଲେଜରେ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମଦିନରେ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନ ଓ ଏକାଡେମିକ୍‌ ବିଷୟରେ ଜାଣିବା ସହ ନୂଆ ଅନୁଭୂତି ସାଉଣ୍ଟିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri