ବ୍ରହ୍ମପୁର ରିଙ୍ଗ୍ ରୋଡ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର,୧୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମଙ୍ଗଳବାର ସେ ବହ୍ମପୁର ରିଙ୍ଗ୍ ରୋଡ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରୋଜେକ୍ଟ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର…
ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଭୁବନେଶ୍ୱର,୧୪।୧୧(ଅସମାପିକା ସାହୁ): ଶିଶୁ ଦିବସ ଅବସରରେ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ…
ବାରବାଟୀ-କଟକ ନିର୍ବାଚନୀ ମାମଲା: ମହଲତ ପାଇଁ ବିଧାୟକଙ୍କୁ ୧୦ ହଜାର ଜରିମାନା
କଟକ,୧୪ା୧୧ (କାର୍ତ୍ତିକ ସାହୁ): ବାରବାଟୀ-କଟକ ନିର୍ବାଚନୀ ମାମଲାର ବିଧାୟକ ମହମ୍ମଦ ମୋକିମ୍ଙ୍କ ପକ୍ଷରୁ ଯୁକ୍ତି ବାଢ଼ିବାକୁ ଓକିଲ ମହଲତ ମାଗିବାରୁ ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ସୋମବାର ଶୁଣାଣିରେ ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ…
ଶରୀର ଦାନ ପାଇଁ ପଦ୍ମଶ୍ରୀ ବାବା ବଳିଆଙ୍କ ଘୋଷଣା
ତିର୍ତ୍ତୋଲ, ୧୪।୧୧(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ନିକଟ ବୀଣାପାଣି ମଣ୍ଡପ ପରିସରରେ ପଦ୍ମଶ୍ରୀ ବାବା ବଳିଆ ସୋମବାର ଏକ ଖବରଦାତା ସମ୍ମିଳନୀ ଡାକି ଶରୀର ଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଥିଲେ, ଜୀବନରେ…
ଅଭିନେତ୍ରୀ ମୌସୁମୀ ନାୟକ ଗିରଫ
ଭୁବନେଶ୍ୱର,୧୪।୧୧(ସତ୍ୟଜିତ୍ ରାଉତ): ଧମକ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଭୁବନେଶ୍ୱର ଇନ୍ଫୋସିଟି ଥାନା ପୋଲିସ ସୋମବାର ଗିରଫ କରିଛି। ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଅଞ୍ଚଳରେ ଅଭିଯୁକ୍ତା ମୌସୁମୀଙ୍କ ଘର। ଲେଖିକା ବନସ୍ମିତା ପତିଙ୍କ ଏତଲା…
ଅସମ୍ଭାଳ ବାୟୁ ପ୍ରଦୂଷଣ
ଦିଲ୍ଲୀର ଭୟାବହ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟ ନିକଟରେ ସବୁ ରାଜ୍ୟରେ ରାସାୟନିକ ବାଣଫୁଟା ଉପରେ ରୋକ ଲଗାଇଥିଲେ। ବିଶେଷକରି ପ୍ରଦୂଷଣ ସୃଷ୍ଟିକାରୀ ବାଣ ଯେଭଳି ଫୁଟା ନ ଯିବ ସେଥିଲାଗି ରାଜ୍ୟ ସରକାରମାନେ ପଦକ୍ଷେପ ନେବେ ବୋଲି ସର୍ବୋଚ୍ଚ…
ସଂଖ୍ୟାଲଘୁଙ୍କ ପାଇଁ ୧୫୦ ସାଂସ୍କୃତିକ-ଗୋଷ୍ଠୀ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ୪୫ କୋଟି ମଞ୍ଜୁର
ଭୁବନେଶ୍ୱର,୧୩ା୧୧(ଅନିଲଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୨ଟି ଜିଲାରେ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ଲାଗି ୧୫୦ଟି ବହୁମୁଖୀ ସାଂସ୍କୃତିକ-ଗୋଷ୍ଠୀ କେନ୍ଦ୍ରକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଗୋଷ୍ଠୀ କେନ୍ଦ୍ର ଖ୍ରୀଷ୍ଟିୟାନ, ମୁସଲମାନ, ବୌଦ୍ଧ ଏବଂ…
୨୪ ଘଣ୍ଟାରେ ଲଘୁଚାପ
ଭୁବନେଶ୍ୱର,୧୩ା୧୧(ଅନିଲଦାସ): ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ୧୫ ତାରିଖରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି…
ଟନେଲ ଭୁଶୁଡ଼ିବା ଘଟଣା: ଫସିଛନ୍ତି ୫ ଓଡ଼ିଆ
ଭୁବନେଶ୍ୱର,୧୩ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲଟି ରବିବାର ଭୁଶୁଡ଼ି ପଡ଼ିଥିଲା। ଏଥିରେ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି। ଏହି ଶ୍ରମିକମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ୱେଶ୍ୱର ନାୟକ ଏବଂ କୁଲଡିହାର…
କାଲି ଲଘୁଚାପ, ୧୫ରୁ ବର୍ଷିବ
ଭୁବନେଶ୍ୱର,୧୩ା୧୧: ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି।…
କାର୍ ଚକାରେ ଚାପି ହୋଇ ଚାଲିଗଲା ଜୀବନ
ପୁରୁଣା ଭୁବନେଶ୍ୱର,୧୨ା୧୧(ସୁବାସ ଚନ୍ଦ୍ର ପଧାନ ): ଦିପାବଳୀରେ ସବୁଠି ଉତ୍ସବ ମୁଖର ଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଜୈନିକ ବ୍ୟକ୍ତିଙ୍କ କାର୍ ଚକା ଚଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ…
ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ଆପଣେଇବାକୁ ଭାଜପା ଆଗଭର: ବିଜେଡି
ଭୁବନେଶ୍ୱର,୧୨।୧୧(ଅନିଲ ଦାସ): ଯେଉଁ ନେତାଙ୍କୁ ବିଜେଡି ଦଳରୁ ବିଦାକରି ଦେଇଛି ତାଙ୍କୁ କୋଳେଇ ନେବା ପାଇଁ ଏବେ ଭାଜପା ଆଗଭର। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାଜପାରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ…
Archives


