Odisha Elections 2024

୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୫।୨(ସତ୍ୟଜିତ୍‌ ରାଉତ): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ଗ୍ରାମ ନିକଟରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ରବିବାର ଚଢ଼ାଉ କରି ୩ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଚାଲାଣକାରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ସିର୍କାକୁଟି ଅଞ୍ଚଳର କିଶୋର ଚନ୍ଦ୍ର ମଲ୍ଲିକ (୫୮)। ଜବତ ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏନେଇ ଏସ୍‌ଟିଏଫ୍‌ ପକ୍ଷରୁ ଏକ ମାମଲା (ନଂ.୪/୨୦୨୩) ରୁଜୁ କରାଯିବା ସହ ଅଭିଯୁକ୍ତ କିଶୋରଙ୍କୁ କନ୍ଧମାଳ ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, କିଶୋର ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା। ରବିବାର ସକାଳେ ଗଞ୍ଜେଇ ଚାଲାଣ ବେଳେ ଏସ୍‌ଟିଏଫ୍‌ ଓ କନ୍ଧମାଳ ପୋଲିସର ମିଳିତ ଟିମ୍‌ ଚଢ଼ାଉ କରି କିଶୋରଙ୍କୁ କାବୁ କରିଥିଲା। ତେବେ ସେ କେଉଁଠୁ ଏତେ ପରିମାଣର ଗଞ୍ଜେଇ ଆଣିଥିଲେ ତାହା ଜାଣିବାକୁ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ଏସ୍‌ଟିଏଫ୍‌ ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି। ୨୦୨୦ରୁ ଏସ୍‌ଟିଏଫ୍‌ ୭୪ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ୍‌, ୧୨୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ୩ କେଜି ୬୩୦ ଗ୍ରାମ ଅଫିମ ଜବତ କରିଥିବାବେଳେ ୧୮୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଗତବର୍ଷ ଏସ୍‌ଟିଏଫ୍‌ ବିଭିନ୍ନ ମାମଲାରେ ଜବତ ହୋଇ ମାଲଖାନାରେ ଗଚ୍ଛିତ ଥିବା ୮୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜାଳି ନଷ୍ଟ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଟିଲାଗଡ଼ରେ ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍‌ ଖୋଲିବା ପରେ ଭୋଟରମାନେ ଲମ୍ବା...

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ

ଭୁବନେଶ୍ୱର,୨୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ...

ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା...

ରାଜ୍ୟ ନେତାଙ୍କ ସହ ମୋଦିଙ୍କ ଆଲୋଚନା, ଦେଲେ ଗୁରୁମନ୍ତ୍ରଣା

ଭୁବନେଶ୍ୱର, ୧୯।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି, କଣ୍ଟାବାଞ୍ଜି ଆସନରେ ହେବ ଆଜି ଭୋଟ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri