ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର,୭।୨(ସୁନିତ୍‌ ମିଶ୍ର): କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଏବଂ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟ ସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି) ଆଦେଶ (ସଂଶୋଧନ) ବିଲ୍‌ – ୨୦୨୪ ଉପରେ ବିବୃତିି ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଏହି ଐତିହାସିକ ବିଲ୍‌ ମାଧ୍ୟମରେ ଓଡ଼ିଶାର ୪ଟି ବିଶେଷରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡ଼ି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବଣ୍ଡା ଓ ମାଙ୍କଡ଼ିଆଙ୍କ ସହ ୧୫ ଜନଜାତି ସମୁଦାୟରେ ୫୦ରୁ ଊର୍ଦ୍ଧ୍ୱ ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି। ଯେଉଁମାନେ ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିଲେ, ସେମାନଙ୍କୁ ମୋଦି ସରକାରରେ ସୁରକ୍ଷା ସହ ଅଧିକାର ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାଢେ ୪କୋଟି ଓଡ଼ିଆଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଜନଜାତିଙ୍କ ପ୍ରତି ପୂର୍ବରୁ ହୋଇଥିବା ଐତିହାସିକ ଭୁଲ୍‌କୁ ସୁଧାରିଛନ୍ତି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଜନଜାତି ସମୁଦାୟଙ୍କ ପାଇଁ ଏହି ବିଧେୟକ ଆର୍ଥିକ-ସାମାଜିକ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇବ। ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହେବା ସମୟରେ ଯେଉଁ ଉତ୍ସାହ ଥିଲା, ଏହି ବିଧେୟକ ଆଇନରେ ପରିଣତ ହେଲେ ଓଡ଼ିଶାର ଜନଜାତି ସମାଜର ବିଶେଷତଃ ୪ଟି ଆଦିମ ଜନଜାତି ସମୁଦାୟଙ୍କ ମଧ୍ୟରେ ସେହି ଉତ୍ସାହ ଦେଖାଯିବ। ଏହି ସମୁଦାୟଙ୍କୁ ନ୍ୟାୟ ଏବଂ ସାମ୍ବିଧାନିକ ଅଧିକାର ଦେବା ଏବଂ ସେମାନଙ୍କୁ ଆକାଂକ୍ଷା ତଥା ଅଭିଳାଷକୁ ପୂରଣ କରିବା ଦିଗରେ ଏହି ପଦକ୍ଷେପ ସଫଳ ହେବ। ଦେଶରେ ଜନଜାତିଙ୍କ ଅଧିକାରକୁ ସୁରକ୍ଷା ପାଇଁ ସମ୍ବିଧାନରେ ପ୍ରାବଧାନ ରହିଛି। କିନ୍ତୁ ଏପରି ଅନେକ ଉଦାହରଣ ରହିଛି, ଯେତେବେଳେ ସମ୍ବିଧାନକୁ ବଦଳାଇବାର ପ୍ରୟାସ କରାଯାଇଛି। ଓଡ଼ିଶାରେ ମଧ୍ୟ ଏପରି ଦୁର୍ଭାଗ୍ୟଜନକ ପଦକ୍ଷେପ ନିଆଯାଇଥିଲା। ନିକଟରେ ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଥିଲା। ଏହି ସମ୍ବିଧାନ ବିରୋଧୀ ନିଷ୍ପତ୍ତିକୁ ଜନଜାତିଙ୍କ ସମେତ ସବୁ ଆଡୁ ବିରୋଧ ହେବା ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଜନଜାତିଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ସହ ସାଲିସ୍‌ କରିବାର ଅଧିକାର କାହାର ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?