ବିଧବାଙ୍କୁ ବଳାତ୍କାର
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ଜଣେ ବିଧବାଙ୍କୁ ବଳାତ୍କାର। ନୟାପଲ୍ଲୀ ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଏନେଇ ପୀଡିତା ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୩୭୬(୨) ଓ ୫୦୬ରେ ଏକ ମାମଲା (ନଂ.୧୦୩/୧୯) ରୁଜୁ କରି ତଦନ୍ତ…
ପୋଲିସ କମିଶନରଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍କାର: କହିଲେ ପରିବର୍ତ୍ତନ ପାଇଁ ସହଯୋଗ ଲୋଡ଼ା
ସମ୍ପ୍ରତି ଭୁବନେଶ୍ୱର-କଟକ ଦ୍ୱୈତନଗରୀରେ ହିଂସା, ମହିଳା ଓ ଶିଶୁ ନିର୍ଯାତନା, ଆପରାଧିକ କାର୍ଯ୍ୟକଳାପ ସହ ଟ୍ରାଫିକ୍ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ଏଭଳିସ୍ଥିତିରେ ନିକଟରେ ପୋଲିସ କମିଶନରେଟ ଭାବେ ଦାୟିତ୍ୱ ନେଇଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ଅପରାଧକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଧନଜୀବନକୁ…
ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍ରେ ଚଳପ୍ରଚଳ
ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ ପୋଲିସର ଇଚ୍ଛାଶକ୍ତିର ଅଭାବ ଥିବା ଭଳି ମନେହେଉଛି। ନୂଆ ମୋଟର ଯାନ ଆଇନ ଲାଗୁ…
୬୪ ବର୍ଷରେ ପୁରୁଣାଷ୍ଟେଶନ ବଜାର ଦୁର୍ଗାପୂଜା: ଏଥର ତୋରଣରେ ଔରଙ୍ଗାବାଦର ଅଜନ୍ତା-ଏଲୋରା ଗୁମ୍ଫା
କଟକ ରୋଡ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଉଛି ରାଜଧାନୀ। ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ତୋରଣ। ମୃଣ୍ମୟୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି ଶିଳ୍ପୀ ଓ କାରିଗର। ଏହି ଦୌଡରେ ସାମିଲ ହୋଇଛି ଭୁବନେଶ୍ୱର ପୁରୁଣାଷ୍ଟେଶନ ବଜାର ସାର୍ବଜନୀନ ଦୁର୍ଗାପୂଜା…
ରାଜଧାନୀରେ ପୁଣି ଲୁଟ୍, ଚୋରି ଗ୍ୟାଙ୍ଗ୍ ସକ୍ରିୟ: ଦିନ ଦ୍ୱିପ୍ରହରରେ ଚୋରାଇନେଲେ କାର୍
ଭୁବନେଶ୍ୱର,୧୫।୯(ବ୍ୟୁରୋ): ଗତ କିଛିଦିନ ତଳେ ରାଜଧାନୀରେ ୪ ଚକିଆ ଲୁଟେରା ଗ୍ୟାଙ୍ଗ୍ ମାତିଥିଲେ। ସେମାନେ ଡ୍ରାଇଭର ବସିଥିବା କାର୍କୁ ଟାର୍ଗେଟ କରି ଲୁଟ କରୁଥିଲେ। ହେଲେ ଏହି ଗ୍ୟାଙ୍ଗ୍ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଗୋଟିଏ ଦିନରେ ୪ଟି ବଡ଼ ଧରଣର ଘଟଣା…
ୟୁନିଟ୍-୧ ମାର୍କେଟରୁ ଯୁବକଙ୍କୁ ଅପହରଣ: ୧୫ ଦିନ ପରେ ବି ଅମରଙ୍କର ମିଳୁନି ପତ୍ତା
ଭୁବନେଶ୍ୱର,୧୫।୯(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍-୧ ମାର୍କେଟରୁ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ପେଟ୍ରୋଲ ଟାଙ୍କି ନିକଟରେ ବାଇକ ପାର୍କିଂ କରି ମାର୍କେଟ ଭିତରକୁ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରହିଛି। ହେଲେ ସେ ଆଉ…
ନନ୍ଦନକାନନରେ ଦୁଇ ହାତୀ ଅସୁସ୍ଥ
ବାରଙ୍ଗ, ୧୫।୯(ଡି.ଏନ୍.ଏ.): ନନ୍ଦନକାନନରେ ଥିବା ଦନ୍ତାହାତୀ ଚନ୍ଦନ ଶୁକ୍ରବାରଠାରୁ ଅସୁସ୍ଥ ହୋଇଥିବା ଜଣାପଡିଛି। ଚନ୍ଦନକୁ ଜ୍ୱର ହେଉଥିବାବେଳେ ଶନିବାର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଛନ୍ତି। ଚନ୍ଦନ ୨୮ଜୁଲାଇ୨୦୧୦ରେ ଚନ୍ଦକାରୁ ମା’ବାପାଙ୍କୁ ହରାଇ ନନ୍ଦନକାନନକୁ ଆସିଥିବାବେଳେ ଏବେ ତାକୁ ୯ବର୍ଷ ହୋଇଛି। ସେହିପରି…
ଡିଏଲ୍ ଆବେଦନ ପାଇଁ ଆର୍ଟିଓରେ ବଢ଼ିଲା ସ୍ଲଟ୍: ଥିଲା ଦୈନିକ ୧୫୦, ହେଲା ୪୫୦
ଭୁବନେଶ୍ୱର,୧୫।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ଭିତରେ ଏକପ୍ରକାର ଛନକା ପଶିଥିଲା। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ଆବଶ୍ୟକ କାଗଜପତ୍ର କରିବା ପାଇଁ ଆର୍ଟିଓ କାର୍ଯ୍ୟାଳୟରେ ଭିଡ଼ ଲଗାଇଥିଲେ। ମାତ୍ର ଆର୍ଟିଓରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍)…
୧୪ ଜିଲାରେ କାର୍ଯ୍ୟକାରୀ ହେବ ପେସା ରୁଲ୍: ୨୦୬୮ ପଞ୍ଚାୟତ ହାତରୁ ଯିବ କ୍ଷମତା, ସବୁ ଆଦିବାସୀ ଗ୍ରାମରେ ଗଠନ ହେବ ପରିଷଦ
ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ଗ୍ରାମ ପରିଷଦ(କାଉନ୍ସିଲ) ହାତରେ ରହିବ। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବେ ନାହିଁ। ରାଜ୍ୟରେ ଥିବା ୧୪ଟି ଅନୁସୂଚିତ…
ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଅନୁରୋଧ
ଭୁବନେଶ୍ୱର(ବ୍ୟୁରୋ)/ଚଣ୍ଡିଗଡ଼, ୧୫।୯(ଆଇଏଏନ୍ଏସ୍): ଶିଖ୍ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଶନିବାର ଅନୁରୋଧ କରିଛନ୍ତି। ଅମରିନ୍ଦର ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ
ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ ବ୍ୟତିକ୍ରମ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜୀବନ ସହ ସଂଗ୍ରାମ କରୁଥିବା…
ଏଣିକି ଭଲ କାମ କଲେ ଥାନାଧିକାରୀଙ୍କୁ ମିଳିବ ପଦୋନ୍ନତି, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୯(ବ୍ୟୁରୋ): ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର କାର୍ଯ୍ୟକ୍ରମ’। ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୬୩୫ଜଣ ଥାନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ୫-ଟିରେ ଭଲ କାମ…

