ବିଧବାଙ୍କୁ ବଳାତ୍କାର

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ଜଣେ ବିଧବାଙ୍କୁ ବଳାତ୍କାର। ନୟାପଲ୍ଲୀ ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଏନେଇ ପୀଡିତା ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୩୭୬(୨) ଓ ୫୦୬ରେ ଏକ ମାମଲା (ନଂ.୧୦୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ସାଲିଆସାହିରେ ନିଜର ଛୋଟ ପିଲାଙ୍କୁ ନେଇ ରୁହନ୍ତି। ତାଙ୍କ ଘର ନିକଟକୁ ଜଣେ ଯୁବକ ପ୍ରାୟ ସମୟରେ ଆସି ନଜର ରଖନ୍ତି। ମହିଳା ଛୋଟ ପିଲାଙ୍କ ସହ ରହିଥିବା ଦେଖି ଉକ୍ତ ଯୁବକ ଜଣକ ଟାର୍ଗେଟ କରିଥିଲେ। କିଛିଦିନ ତଳେ ସେ ହଠାତ ମହିଳାଙ୍କ ଘର ଭିତରକୁ ପଶିଯାଇଥିଲେ। ମହିଳା ଜଣକ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଯୁବକ କବାଟ ବନ୍ଦ କରି ତାଙ୍କୁ ବଳାତ୍କାର କରିଥିଲେ। ଫଳରେ ମହିଳା ଜଣକ ଏବେ ଗର୍ଭବତୀ ଥିବା ପୋଲିସ କହିଛି। ପୋଲିସ ଘଟଣାର ସତ୍ୟାସତ ଜାଣିବା ପାଇଁ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା କରିଥିବା ଜଣାପଡିଛି। ରିପୋର୍ଟ ଆସିବା ପରେ ପୂରା ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର…

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର, ୧୨ା୮(ବନ୍ଦନା ସେଠୀ):ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ…

ସରକାର ଦେବେ ଆଡ୍‌ମିଶନ ଫି’, ଛାତ୍ରୀଛାତ୍ର ଭରିବେ ପରୀକ୍ଷା ଫି’

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’…

କିଏ ହେବେ ରାଜ୍ୟର ନୂଆ ଡିଜିପି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୨ା୮(ସୁନିତ୍‌ ମିଶ୍ର): ରାଜ୍ୟର ନୂଆ ଡିଜିପି କିଏ ହେବେ ତାହାକୁ ନେଇ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଇତିମଧ୍ୟରେ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୨।୮ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri