ମେଟ୍ରୋ

ଟ୍ରାଫିକ୍‌ ପରେ ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର,୧୪।୯(ବ୍ୟୁରୋ) – ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଧରପଗଡ଼ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇ ନିଜର ସମସ୍ତ କାଗଜପତ୍ର ସଜାଡ଼ିବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟର ସବୁ ଆର୍‌ଟିଓ ଅଫିସ୍‌ଠାରୁ ଆରମ୍ଭ କରି ପ୍ରଦୂଷଣ…

ରେଳ ଷ୍ଟେଶନରେ ଚମକିବ ଓଡ଼ିଶାର ଐତିହ୍ୟ: ଥ୍ରୀ-ଡିରେ ଝଲସିବ କଳା, ସଂସ୍କୃତିର କାରୁକାର୍ଯ୍ୟ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଫନୀରେ ଉଜୁଡି ପଡିଥିବା ଭୁବନେଶ୍ୱର ରେଳ ଷ୍ଟେଶନ ଧୀରେ ଧୀରେ ସଜାଡି ହେଉଥିବାବେଳେ ପୁଣି ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବେ ଗଢ଼ିବାକୁ ଲାଗିପଡିଛି କର୍ତ୍ତୃପକ୍ଷ। ବର୍ତ୍ତମାନ ନୂଆ ରୂପରେ ନଜର ଆସିବ ଷ୍ଟେଶନ ପରିସର। ଷ୍ଟେଶନରେ ଭିତରେ ପାଦ ରଖୁ ରଖୁ ଯାତ୍ରୀ…

ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ: ୧୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୬ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ପ୍ରଧାନଶିକ୍ଷକ, ୪ଜଣ ଇଞ୍ଜିନିୟର, ୨ଜଣ ରେଭିନ୍ୟୁ ଅଫିସର(ଆର୍‌ଆଇ), ଜଣେ ଫାର୍ମାଶିଷ୍ଟ, ଜଣେ ଅମୀନ, ଜଣେ ପଞ୍ଚାୟତ ଇକ୍ଜିକ୍ୟୁଟିଭ୍‌ ଅଫିସର ଏବଂ ୨ଜଣ କିରାଣୀ…

ପିସିସି ସଭାପତିଙ୍କୁ ସମାଲୋଚନା ପ୍ରସଙ୍ଗ: ନିରଞ୍ଜନ କହିଲେ ‘ଅସନ୍ତୋଷ ହୋଇ ଇତୀଶ ଏପରି ପିଲାଳିଆ କଥା କହିଛନ୍ତି’

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଗୁରୁବାର ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ। ସେ କହିଛନ୍ତି, ଇତୀଶ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଡିଜିଙ୍କ…

ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ: ପ୍ରକଳ୍ପ କାର୍ଯ୍ୟରେ ଯୋଗ ଦେବେ ୫ ଶିକ୍ଷାନବୀଶ ଆଇଏଏସ୍‌ ଅଫିସର

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ। ସହରର ଭିତ୍ତିଭୂମି ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି। ତେବେ…

୩ମାସ ଟ୍ରାଫିକ ନିୟମ କୋହଳ ହେବାରୁ ଗାଡ଼ିଚାଳକ ବେପରୁଆ: କିନ୍ନରଙ୍କ ଅଭିନବ ଉପାୟରେ ସଚେତନତା

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ଯାହାଦ୍ୱାରା ଗାଡ଼ିଚାଳକ ଏବେ ପୁଣି ବେପରୁଆ ହୋଇଗଲେଣି। ସେମାନେ ଢିଲାଭାବେ ଗାଡ଼ିଚାଳନା କରୁଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଟ୍ରାଫିକ…

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆ : ଆଦୃତିକୁ ନେଇ ହେବ ସର୍ଭେ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଗରିବ ଆଦିବାସୀମାନେ ଚାଷ କରୁଥିବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୯ରେ ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ସାମିଲ କରିଛନ୍ତି। ଏହା ଆଦୃତ ହେବା ପରେ ସମସ୍ତ ଜିଲାରେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।…

ଶିଶୁପାଳଗଡ଼ର ରାମପାର୍ଟ ହୋଇଯିବ ନିଶ୍ଚିହ୍ନ : ଅନିଶ୍ଚିତତା ଭିତରେ ଖନନ, ଗବେଷଣା ଓ ଅଧ୍ୟୟନ

ପୁରୁଣା ଭୁବନେଶ୍ୱର,୧୩।୯(ଡି.ଏନ.ଏ.) : ସମ୍ପ୍ରତି ଐତିହ୍ୟ ସ୍ଥଳଗୁଡିକର ସୁରକ୍ଷା ବିପନ୍ନ। ଯେଉଁଥିପାଇଁ ଗବେଷକମାନଙ୍କର ଗବେଷଣା ଓ ଅଧ୍ୟୟନ ଅନିଶ୍ଚିତତା ଭିତରେ ରହିଛି। ଏଗୁଡିକର ସୁରକ୍ଷା ଏବଂ ପରିଚାଳନା ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀମାନଙ୍କ ନିଷ୍କ୍ରିୟତା କୀର୍ତ୍ତିରାଜିଗୁଡିକୁ ସଙ୍କଟ ମୁହଁକୁ ଠେଲି ଦେଉଛି।…

ଟ୍ରାଫିକ ପରିଚାଳନା ଢାଞ୍ଚା ବଦଳିବ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଏଥିସହ ବଢ଼ିଚାଲିଛି ଦୁର୍ଘଟଣା। ଏନେଇ ଗୁରୁବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଅତିରିକ୍ତ ଟ୍ରାଫିକ ଡିସିପି, ଟ୍ରାଫିକ ଏସିପିଙ୍କ ସହ…

ବ୍ୟାନ୍‌ ସତ୍ତ୍ୱେ ଗୁଟ୍‌ଖା ଖୁଲମଖୁଲା ବିକ୍ରି : ଯାଞ୍ଚ ରିପୋର୍ଟ ଦେବେ ଅତିରିକ୍ତ ଡିଜି

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ରାଜ୍ୟରେ ଗୁଟ୍‌ଖା ବ୍ୟାନ୍‌ ସତ୍ତ୍ୱେ ଖୁଲମ୍‌ଖୁଲା ବିଭିନ୍ନ ସ୍ଥାନରେ ବିକ୍ରି ଚାଲିଛି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ଆଇନ୍‌ ମୁତାବକ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ଗୁଟ୍‌ଖାର ପ୍ରସ୍ତୁତି, ମହଜୁଦ ଓ ବ୍ୟବସାୟ କରିବା ସମ୍ପୂର୍ଣ୍ଣ ବେଆଇନ। ଏହା…

ଅଟକିଛି ଶିଖରଚଣ୍ଡୀର ବିକାଶ : ସୁଧୁରିନି ଫନୀ ପରର ସ୍ଥିତି

ଭୁବନେଶ୍ୱର,୧୩।୯ : ବାତ୍ୟା ଫନୀରେ ଶିଖରଚଣ୍ଡୀ ପାହାଡ ବିଶେଷଭାବେ କ୍ଷତିଗସ୍ତ ହୋଇଥିଲା। ବହୁ ଗଛ ଭାଙ୍ଗି ଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାମଧ୍ୟରେ ୪ମାସ ବିତିଯାଇଥିଲେ ମଧ୍ୟ ଗଛଗୁଡିକ ଏବେ ବି ସେମିତି ରାସ୍ତା ଉପରେ ପଡ଼ିଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?