୧୪ ଜିଲାରେ କାର୍ଯ୍ୟକାରୀ ହେବ ପେସା ରୁଲ୍‌: ୨୦୬୮ ପଞ୍ଚାୟତ ହାତରୁ ଯିବ କ୍ଷମତା, ସବୁ ଆଦିବାସୀ ଗ୍ରାମରେ ଗଠନ ହେବ ପରିଷଦ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ଗ୍ରାମ ପରିଷଦ(କାଉନ୍‌ସିଲ) ହାତରେ ରହିବ। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବେ ନାହିଁ। ରାଜ୍ୟରେ ଥିବା ୧୪ଟି ଅନୁସୂଚିତ ଜନଜାତିବହୁଳ ଜିଲାରେ କାର୍ଯ୍ୟକାରୀ ହେବ ପଞ୍ଚାୟତ ଏକ୍ସଟେନ୍‌ସନ ସିଡ୍ୟୁଲ ଏରିଆ(ପେସା) ନିୟମ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପେସା ରୁଲ୍‌-୨୦୧୯ ପ୍ରସ୍ତୁତ କରାଯାଇଛି। ଏହି ଚିଠା ବିଲ୍‌ ଆଇନ ବିଭାଗର ଅନୁମୋଦନ ଲାଭ କରିସାରିଛି। ଅବକାରୀ ଅଧିକାର ଗ୍ରାମଗୁଡ଼ିକୁ ଦିଆଯିବ କି ନାହିଁ ସେ ନେଇ ଅବକାରୀ ବିଭାଗର ମତାମତ ଲୋଡ଼ାଯାଇଛି। ଏହି ରୁଲ୍‌ର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଛି। ବିଧାନସଭାରେ କେବଳ ଏହାକୁ ଉପସ୍ଥାପନ କରି କାର୍ଯ୍ୟକାରୀ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀ କହିଛନ୍ତି।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଆଦି ୭ ଜିଲାରେ ସମ୍ପୂର୍ଣ୍ଣ ପେସା ରୁଲ୍‌ ଲାଗୁ ହେବାକୁଥିବା ବେଳେ ସମ୍ବଲପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ଦେବଗଡ଼, ବାଲେଶ୍ୱର, କେନ୍ଦୁଝର ଆଦି ଜିଲାରେ ଆଂଶିକ ଭାବେ ଏହି ରୁଲ୍‌ କାର୍ଯ୍ୟକାରୀ ହେବ। ମୋଟ ୧୨୨ ବ୍ଲକର ୨୦୬୮ଟି ଗ୍ରାମପଞ୍ଚାୟତରେ ଏହା କାର୍ଯ୍ୟକାରୀ ହେବ। ଏହି ସବୁ ଜିଲାରେ ଥିବା ପଞ୍ଚାୟତଗୁଡ଼ିକରେ ୧୩ ହଜାର କାଉନ୍‌ସିଲ ଗଠନ କରାଯିବ। ପ୍ରତ୍ୟେକ ଅନୁସୂଚିତ ଜନଜାତି ଗ୍ରାମରେ ଗୋଟିଏ ଲେଖାଏଁ କାଉନ୍‌ସିଲ ରହିବ। ଗ୍ରାମସଭା ଦ୍ୱାରା ଗଠିତ ପ୍ରତ୍ୟେକ କାଉନସିଲ୍‌ରେ ଜଣେ ଅଧ୍ୟକ୍ଷ ଓ ୬ଜଣ ସଦସ୍ୟ ରହିବେ। ଏହି ପରିଷଦ ହାତରେ ଗ୍ରାମର ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିବ। ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଶସ୍ୟର ମୂଲ୍ୟ ନିର୍ଦ୍ଧାରଣ, କ୍ଷୁଦ୍ର ଜଳସେଚନ, ହିତାଧିକାରୀ ଚୟନ କରିବା, ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନଓ୍ବାଡି ଆଦିର ପରିଚାଳନା ଓ ଅନ୍ୟାନ୍ୟ ସ୍ଥାନୀୟ ବିଷୟରେ ଗ୍ରାମସଭା ପ୍ରସ୍ତାବ ଆଧାରରେ କାଉନ୍‌ସିଲ ନିଷ୍ପତ୍ତି ନେବ। ଏହା ଦ୍ୱାରା ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା ଓ ଜୀବିକା ସୁରକ୍ଷିତ ରହିବା ସହ ଜଳ, ଜମି, ଜଙ୍ଗଲଗୁଡ଼ିକୁ ସୁରକ୍ଷା ଦିଆଯାଇପାରିବ। ଜଙ୍ଗଲ ଅଧିକାର ବିଷୟରେ ମଧ୍ୟ ଗ୍ରାମ ପରିଷଦ ନିଷ୍ପତ୍ତି ନେବ। ପେସା ଆଇନ କାର୍ଯ୍ୟକାରୀ ହେବାକୁ ଥିବା ପଞ୍ଚାୟତଗୁଡ଼ିକର କୌଣସି କ୍ଷମତା ରହିବ ନାହିଁ। କେନ୍ଦ୍ର ସରକାର ୧୯୯୬ରେ ପେସା ଆଇନ କାର୍ଯ୍ୟକାରୀ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଯୋଗୁ ଆଦିବାସୀମାନଙ୍କୁ ନିଜର ମୂଳ ବସତିରୁ ବିସ୍ଥାପିତ ହେବାକୁ ପଡୁଛି। ହଠାତ ହେଉଥିବା ପରିବର୍ତ୍ତନକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି। ଫଳରେ ଯେତେ ଯୋଜନା କଲେ ମଧ୍ୟ ଆଦିବାସୀଙ୍କ ବିକାଶ ହୋଇପାରୁନାହିଁ। ସେମାନଙ୍କ ଜରିଆରେ ସେମାନଙ୍କର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ କରିବା ପେସା ଆଇନର ମୂଳ ଲକ୍ଷ୍ୟ। ୧୧ଟି ଆଦିବାସୀବହୁଳ ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ଦୀର୍ଘ ୨୪ ବର୍ଷ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।

ରାଜ୍ୟ ସରକାର ଦୀର୍ଘବର୍ଷ ପରେ ପେସା ରୁଲ୍‌ ଆଣିବାକୁ ଉଦ୍ୟମ କରୁଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ଆଶଙ୍କା ଦେଖାଦେଇଛି। ଅନୁସୂଚିତ ଅଞ୍ଚଳର ପଞ୍ଚାୟତ ଗୁଡିକରେ ୫୦ ପ୍ରତିଶତ ପଦବୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। ତେବେ ଏହି ନୂଆ ରୁଲ୍‌ କାର୍ଯ୍ୟକରୀ ହେଲେ ସେହିସବୁ ଅଞ୍ଚଳରେ ପଞ୍ଚାୟତର କୌଣସି ଭୂମିକା ରହିବ ନାହିଁ। ସେହିସବୁ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ସରକାର ପେସା ରୁଲ୍‌କୁ ଯଦି କଡ଼ାକଡ଼ି ଭାବେ ଲାଗୁ କରିବେ ତେବେ ଅନୁସୂଚିତ ଅଞ୍ଚଳରେ ସରପଞ୍ଚଙ୍କର କୌଣସି କ୍ଷମତା ରହିବ ନାହିଁ। ଏ ନେଇ ପଞ୍ଚାୟତସ୍ତରରେ ବିଦ୍ରୋହ ହେବାର ମଧ୍ୟ ସମ୍ଭାବନା ରହିଛି। ସରକାର ଯଦି ରୁଲ୍‌ କରି ଲାଗୁ ନ କରନ୍ତି ତେବେ ଆଦିମ ଆଦିବାସୀମାନଙ୍କର ବିକାଶ ସମ୍ଭବ ହେବନାହିଁ। କେତେକ ମୁଷ୍ଟିମେୟ ଚତୁର ଆଦିବାସୀମାନେ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମସ୍ତ କ୍ଷମତାକୁ ପିଢ଼ି ପରେ ପିଢ଼ି ଉପଭୋଗ କରିଚାଲିବେ । ଆଦିମ ଏବଂ ବିଲୁପ୍ତ ହେବାକୁ ବସିଥିବା ଆଦିବାସୀମାନେ ସ୍ବାଧୀନତା ପରଠାରୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇ ଚାଲିଛନ୍ତି। ପେସା ରୁଲ୍‌ ଲାଗୁ କରି ସରକାର ତୃଣମୂଳସ୍ତରରୁ ବିଭିନ୍ନ ବର୍ଗର ଅବହେଳିତ ଆଦିବାସୀମାନଙ୍କ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ରୁଲ୍‌ କିପରି ଲାଗୁହେବ ତାହା ଉପରେ ରହିଛି ନଜର। ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ହେଲା-ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏ କି ଆଦିବାସୀବହୁଳ ଜିଲାରେ ଆଦିବାସୀମାନଙ୍କୁ ପଞ୍ଚାୟତସ୍ତରରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri