ଦକ୍ଷତା ବିକାଶ ଚିନ୍ତା ସିଙ୍ଗାପୁରର ସହାୟତା ନେବ ଓଡ଼ିଶା:ଆଇଟିଆଇ ପରେ ସିଙ୍ଗାପୁରରେ ପ୍ରଶିକ୍ଷଣ ନେବେ ପଲିଟେକ୍ନିକ୍ ପ୍ରଶିକ୍ଷକ
ଭୁବନେଶ୍ୱର,୪ା୯(ବ୍ୟୁରୋ):ଦକ୍ଷତା ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଓଡ଼ିଶା ଏବଂ ସିଙ୍ଗାପୁର। ଧନ୍ଦାମୂଳକ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ସିଙ୍ଗାପୁର ସରକାରଙ୍କ ସାହାଯ୍ୟ ଲୋଡ଼ିବ ଓଡ଼ିଶା। ରାଜ୍ୟରେ ଥିବା ଆଇଟିଆଇ ଏବଂ ପଲିଟେକ୍ନିକ୍ଗୁଡ଼ିକରେ ଯେପରି…
ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା: ୩ ଗିରଫ
ଖୁଣ୍ଟୁଣୀ,୪ା୯(ଡି.ଏନ୍.ଏ.):ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚୌଦ୍ୱାର ଥାନା ଅନ୍ତର୍ଗତ ମାହାଳପଡ଼ା ଗ୍ରାମର ଗୋଲକ ପ୍ରଧାନ(୪୯)ଙ୍କୁ ସଂଘବଦ୍ଧଭାବେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ସ୍ତ୍ରୀ ସରସ୍ବତୀଙ୍କ ଅଭିଯୋଗକ୍ରମେ ଖୁଣ୍ଟୁଣୀ ପୋଲିସ ଏକ ହତ୍ୟା ମାମଲା (ନଂ.୧୦୧/୧୯)ରୁଜୁ କରି ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…
୧୦ଜଣଙ୍କୁ ଦଧୀଚି ପ୍ରତିଭା ସମ୍ମାନ
ଭୁବନେଶ୍ୱର,୪ା୯(ବ୍ୟୁରୋ):ଦଧୀଚି ଏଜୁକେଶନାଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ୨ୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ହ୍ବାଇଟ୍ କାନ୍ଭାସ୍ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍ଘାଟନ କରିଥିଲେ।…
ଆଉ ୨୦ ଏୟାରପୋର୍ଟରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ
ଭୁବନେଶ୍ୱର, ୪ା୯(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧକୁ ଜୋର ଦେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଲଓ୍ବେ ଷ୍ଟେଶନ, ଏୟାରପୋର୍ଟ ଆଦି ପ୍ରମୁଖ ସ୍ଥାନରେ ଏହାକୁ ନିଷିଦ୍ଧ କରିବାକୁ କାର୍ଯ୍ୟ ଆରମ୍ଭ ହୋଇସାରିଛି।…
ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ:ବିଶ୍ୱରେ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ
ଭୁବନେଶ୍ୱର, ୪ା୯(ବ୍ୟୁରୋ):ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୪କୁ ବନ୍ୟପାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ଏଥର ଏହି ଦିବସ ଥିମ୍ ରହିଛି ‘ଲାଇଫ୍ ବିଲୋ ଓ୍ବାଟର: ଫର୍ ପିପୁଲ ଆଣ୍ଡ୍ ପ୍ଲାନେଟ୍’। ପ୍ରଥମଥର ବନ୍ୟପ୍ରାଣୀ ଦିବସରେ…
ଶ୍ରୀଲିଙ୍ଗରାଜଙ୍କ ଜମିରେ ୧୪୪ ଧାରା ଲାଗିବା ଘଟଣା:ନିର୍ମାଣ କାମକୁ ନେଇ ଠାକୁରଙ୍କ ନୀତି ବନ୍ଦ
ପୁରୁଣା ଭୁବନେଶ୍ୱର,୪ା୯(ଡି.ଏନ.ଏ.):ଶ୍ରୀଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣାଧୀନ ଗୃହକୁ ନେଇ ୧୪୪ ଧାରା ଜାରି ସତ୍ତ୍ୱେ ସେଠାରେ କାମ ବନ୍ଦ ହେଉନାହିଁ। ଏହାକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମଙ୍ଗଳବାର ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ କରି ଦେଇଛନ୍ତି।…
ଖାଦ୍ୟ ଓ ଖାଉଟି ବ୍ୟାପାର ଜାତୀୟ ପରାମର୍ଶଦାତା ବୈଠକ:ବକେୟା ଅର୍ଥ ପଇଠ କରିବାକୁ ଦାବି କଲେ ମନ୍ତ୍ରୀ
ଭୁବନେଶ୍ୱର,୪ା୯(ବ୍ୟୁରୋ):ଧାନ ସଂଗ୍ରହ ବାବଦକୁ କେନ୍ଦ୍ରଠାରୁ ମିଳିବାକୁ ଥିବା ବକେୟା ସବ୍ସିଡି ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ…
ଜବରଦସ୍ତ ଚାନ୍ଦା ଆଦାୟ:ରାଜ୍ୟର ବିଭିନ୍ନ ସ୍ଥାନରୁ ୧୩ ଗିରଫ
କଟକ ଅଫିସ, ୪ା୯:ଆରମ୍ଭ ହୋଇଛି ପାର୍ବଣ ଋତୁ। ତେଣୁ ସବୁଠି ଖୁସିର ମାହୋଲ। ତେବେ ଏହି ସୁଯୋଗରେ ପୂଜା ନାମରେ କେତେକ ଅସାଧୁ ଯୁବକ ବଳପୂର୍ବକ ଚାନ୍ଦା ଆଦାୟ କରୁଛନ୍ତି। ଏହାକୁ ନେଇ ଅନେକ ସମୟରେ ଅପ୍ରୀତିକର ଘଟଣା ଘଟିବାର ବହୁ…
ଅନ୍ନଦାତା ହେବେ ଊର୍ଜାଦାତା: ଧର୍ମେନ୍ଦ୍ର
ଭୁବନେଶ୍ୱର,୪-୯(ବ୍ୟୁରୋ):ଦେଶର ଅନ୍ନଦାତାମାନେ ଊର୍ଜାଦାତା ହେବେ। ଏହି ନୀତି ଆଧାରରେ ମୋଦି ସରକାର କାମ କରୁଛନ୍ତି ା ତେଣୁ ଲୋକଙ୍କ ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି ଉପତ୍ାଦରୁ ପ୍ରସ୍ତୁତ ଇଥାନଲର ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ବୋଲି…
ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ
ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ ବୁଧବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ…
ଲୁହାଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ
ଭୁବନେଶ୍ୱର,୪-୯(ବ୍ୟୁରୋ)/ କୋଣାର୍କ (ଡି.ଏନ୍.ଏ):ଶେଷରେ ଲୌହଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଦୀର୍ଘଦିନର ବାଦବିବାଦ ଏବଂ ଦାବି ପରେ କୋଣାର୍କ ମନ୍ଦିରରୁ ହଟିବ ଲୌହଭାରା। କୋଣାର୍କର ସଂରକ୍ଷଣ ପାଇଁ ଲାଗିଥିବା ଏହି ଲୌହଭାରା ମନ୍ଦିରର କଳାକୃତି ନଷ୍ଟ କରିବାରେ ପ୍ରମୁଖ…
୨୪ଘଣ୍ଟା ପ୍ରବଳ ବର୍ଷିବ:ଆଜି ୩ ଜିଲାକୁ ଅରେଞ୍ଜ, ୭ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୪-୯(ବ୍ୟୁରୋ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ବୁଧବାର ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଆଦି ୩ଟି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି…

