ମେଟ୍ରୋ

ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା ରହିବା ଦରକାର। ରାଜ୍ୟ ସରକାର ଓଡ଼ିଆ ଭାଷା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ…

ବଡ଼ଗଡ଼ରେ ମୁଣ୍ଡ ଟେକୁଛି ବଡ଼ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ଖେଳାଇବା ଘଟଣାରେ ରବିବାର ପୋଲିସ ଆଉ ୩ଜଣ ନାବାଳକଙ୍କୁ ଧରିଛି। ପୂର୍ବରୁ ୧୮ଜଣ ଗିରଫ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୨୧ରେ ପହଞ୍ଚତ୍ଛି।…

ନିମ୍ନମାନର ମେଶିନ ଦେଇ ୨୭ ଲକ୍ଷ ଠକେଇ: ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ନିମ୍ନମାନର ସିମେଣ୍ଟ ଇଟା ମେଶିନ ଯୋଗାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଶନିବାର ଫେରିଛି। ସେ ହେଲେ ରାଜସ୍ଥାନ ଆଜମିର ଅଞ୍ଚଳର ଏଲପିଏମ୍‌ ପ୍ରାଇଭେଟ ଲିମିଟେଡର କର୍ମଚାରୀ ମହାବୀର ପ୍ରସାଦ ମାଲି(୩୬)।…

‘ଛପାକ୍‌’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ନିକଟରେ ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଛପାକ୍‌’ର ରହିଛି ଓଡ଼ିଶା ଲିଙ୍କ୍‌। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଗତ ଶୁକ୍ରବାର ରିଲିଜ୍‌ ହୋଇଥିବାବେଳେ ଏହାକୁ…

ଜମୁଛି ଶିଶିର ସରସ ମେଳା:ସପ୍ତାହରେ ୧୦କୋଟି ଟପିଲା ବେପାର

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜମୁଛି ମେଳା। ଦିନକୁ ଦିନ ବ୍ୟବସାୟ ବି ବଢୁଛି। ସନ୍ଧ୍ୟା ହେଲେ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ପଡୁଛି ଲକ୍ଷ ଲକ୍ଷ ଲୋକଙ୍କ ପାଦ। କିଏ କାରିଗରଙ୍କ ହାତତିଆରି ଖାଣ୍ଟି ଦେଶୀ ସାମଗ୍ରୀ କିଣିବାକୁ ଯାଉଛି ତ କିଏ ପାରମ୍ପରିକ…

ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ହେବ ସ୍ବତନ୍ତ୍ର କ୍ଲାସ: ମନ୍ତ୍ରୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗରେ ପାଠ ପଢୁଥିବା ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ଏବେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯେଉଁମାନେ ପରୀକ୍ଷାରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।…

ମେରାଇନ୍‌ ଡ୍ରାଇଭ୍‌ ଭିଡିଓ ଅପ୍‌ଲୋଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟରେ ରବିବାର ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ର ଏକ ମନୋରମ ଭିଡିଓ ଅପ୍‌ଲୋଡ କରାଯାଇଛି। ୪୮ ସେକେଣ୍ଡର ଏହି ଭିଡିଓରେ ପର୍ଯ୍ୟଟନ, ବେଳାଭୂମି, ବୃକ୍ଷରାଜିର ଅପୂର୍ବ ସମାହାର ରହିଛି। ଗତବର୍ଷ ମେ’ରେ ସାମୁଦ୍ରିକ ଝଡ଼…

ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ରାଜ୍ୟରେ ସାମାଜିକ, ଆର୍ଥିକ ଏବଂ ଜାତିଭିତ୍ତିକ ଜନଗଣନା ହେବ। ୨୦୨୧ ଜନସଂଖ୍ୟା ଗଣନା ବେଳେ ଏକାସାଙ୍ଗରେ ଏହି ଗଣନା କରାଯିବ। ଶନିବାର ରାଜ୍ୟ କ୍ୟାବିନେଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ରାଜ୍ୟ ସରକାର…

ସିଲେକ୍ସନ ପଦ୍ଧତିରେ ବଛାଯିବେ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଯୁବ ସଙ୍ଗଠନକୁ ସଜାଡିବା ଲାଗି ଦଳ ଭିତରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଦଳ ପକ୍ଷରୁ ନୂଆ ଯୁବ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି। ପିସିସି ପକ୍ଷରୁ ଯୁବ ସଙ୍ଗଠନକୁ ସଜାଡିବାକୁ ଏକ…

ସ୍ବଚ୍ଛତା ପାଇଁ ଗଠନଧର୍ମୀ ପ୍ରସ୍ତାବ ଦେଲେ କର୍ମଚାରୀ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଗତ ୧୦ ତାରିଖରେ ଏକ ସଂକଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପଦୋନ୍ନତି ଦେବା ପାଇଁ ଚୟନ ପ୍ରକ୍ରିୟା…

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ: ପୁଞ୍ଜି ଲଗାଇ ପୁନରୁଦ୍ଧାର କରାଯାଇପାରନ୍ତା: ଶ୍ରୀକାନ୍ତ

ଭୁବନେଶ୍ୱର,୧୩ା୧(ବ୍ୟୁରୋ) କେନ୍ଦ୍ର କ୍ୟାବିନେଟ୍‌ ନିକଟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ରୁ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ରର ଏହି ପଦକ୍ଷେପକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରବିବାର ସମାଲୋଚନା କରିଛନ୍ତି। ଏକ…

ଲେଉଟିଲା ଶୀତ, ୫ ଦିନ ଥରାଇବ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ ପୁଣି ଲେଉଟିଛି ଶୀତ। ଅଦିନିଆ ବର୍ଷା ମାଟି ଭିଜାଇ ଚାଲିଯିବା ପରେ ଶୀତ ମାଡ଼ି ଆସିଛି। ଅସହ୍ୟ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରବିବାର ୧୩ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲାବେଳେ ସୋନପୁର ପୁଣିଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?