ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା ରହିବା ଦରକାର। ରାଜ୍ୟ ସରକାର ଓଡ଼ିଆ ଭାଷା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ‘ଶିକ୍ଷା ବ୍ୟବସ୍ଥାରେ ମାତୃଭାଷା ଓଡ଼ିଆ’ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ମନ୍ତ୍ରୀ ସାହୁ କହିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ସଭାପତିତ୍ୱରେ ପ୍ରଫେସର ବସନ୍ତ ପଣ୍ଡା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଉପରେ କହିଥିଲେ। ଜାପାନ, କୋରିଆ, ଚାଇନା ଭଳି ଶିଳ୍ପବିପ୍ଳବ ଅପ୍ରଭାବିତ ଦେଶ ନିଜ ଭାଷା ଦ୍ୱାରା ବିକାଶ ପାଇଥିବାରୁ ଓଡ଼ିଶା ପାଇଁ ଏହିସବୁ ଦେଶ ପଥ ପ୍ରଦର୍ଶକ ହୋଇପାରିବେ ବୋଲି ପ୍ରଫେସର ଓଙ୍କାରନାଥ ମହାନ୍ତି କହିଥିଲେ। ପରେ ବିଶିଷ୍ଟ ଶିକ୍ଷାବିତ୍‌ ଡ. ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୈକ୍ଷିକ ଅଧିବେଶନରେ ‘ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ଓଡ଼ିଆ ଭାଷାର ସ୍ଥିତି ଓ ସମ୍ଭାବନା’ ଉପରେ ଡ. ସିପ୍ରା ମଲ୍ଲିକ, ପ୍ର. ମୋହିତ ମୋହନ ମହାନ୍ତି ଓ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷାରେ ଓଡ଼ିଆ ଭାଷାର ସ୍ଥିତି ବିଷୟରେ ଡ. ନରେନ୍ଦ୍ର ପ୍ରସାଦ ଦାସ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଡା. ଦେବାଶିଷ ଜେଠୀ, ପ୍ରଫେସର ନିରଞ୍ଜନ ବାରିକ ମତବ୍ୟକ୍ତ କରିଥିଲେ। ଡ. ସୁବ୍ରତ ପୃଷ୍ଟି, ଡ. ରମେଶ ଚନ୍ଦ୍ର ମଲ୍ଲିକ ଓଡ଼ିଆ ଭାଷା ଉପରେ ଉପସ୍ଥାପନା କରିଥିଲେ। ଏଥିରେ ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବୀ, ରାଜନେତା, ଖବରଦାତା, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ପୁସ୍ତିକା, ଅନୁଷ୍ଠାନର ଷାଣ୍ମାସିକ ଗବେଷଣା ଜର୍ନାଲ ‘ଭାଷା’ ଓ ଲାଙ୍ଗୁଏଜ, ଲିଟରେଚର, କଲଚର ଓ ଇଣ୍ଟିଗ୍ରିଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ନୀରଦ ବରଣ ଖଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?