ସିଲେକ୍ସନ ପଦ୍ଧତିରେ ବଛାଯିବେ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଯୁବ ସଙ୍ଗଠନକୁ ସଜାଡିବା ଲାଗି ଦଳ ଭିତରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଦଳ ପକ୍ଷରୁ ନୂଆ ଯୁବ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି। ପିସିସି ପକ୍ଷରୁ ଯୁବ ସଙ୍ଗଠନକୁ ସଜାଡିବାକୁ ଏକ କମିଟି ଗଠିତ ହୋଇସାରିଛି। ଉକ୍ତ କମିଟି ପକ୍ଷରୁ ରବିବାର କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଏକ ବୈଠକ କରାଯାଇଛି। ବୈଠକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦଳ ପାଇଁ କାର୍ଯ୍ୟ କରୁଥିବା ଯୁବ କର୍ମୀ ଓ ନେତାଙ୍କୁ ସାମିଲ ହେବା ପାଇଁ କୁହାଯାଇଥିଲା। ସେହି ଅନୁଯାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦୦ରୁ ଅଧିକ ଯୁବ ନେତା ଆସି କମିଟି ସଦସ୍ୟଙ୍କୁ ଭେଟିଛନ୍ତି। ଦଳ ପକ୍ଷରୁ ନୂଆ ଯୁବ ସଭାପତି ଚୟନ ହେବାକୁ ଥିବାବେଳେ ଏହା ନିର୍ବାଚନ ପ୍ରକ୍ରିୟା ନା ସିଲେକ୍ସନ ପଦ୍ଧତିରେ ହେବା ଦରକାର ସେ ନେଇ ଯୁବ ନେତାମାନଙ୍କଠାରୁ ମତାମତ ସଂଗ୍ରହ କରାଯାଇଛି। ପରେ ଏନେଇ ଏକ ରିପୋର୍ଟ ଉକ୍ତ କମିଟି ପ୍ରସ୍ତୁତ କରିଛି। କମିଟିରେ ଆବାହକ ଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ପର୍ଯ୍ୟାୟକ୍ରମେ ବହୁ ଯୁବ ନେତାଙ୍କ ସହ ଆଲୋଚନା କରିଛୁ। ଅଧିକାଂଶ ଯୁବକଙ୍କ ମତ ସଭାପତି ଚୟନ ସିଲେକ୍ସନ ପଦ୍ଧତିରେ ହେବା ଦରକାର। ନିର୍ଦ୍ଦିଷ୍ଟ କେତେଗୁଡିଏ ପ୍ରସଙ୍ଗରେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ଜରୁରୀ ବୋଲି ମଧ୍ୟ କେତେଜଣ ମତ ରଖିଛନ୍ତି। ଯାହା ବି ମତାମତ ଆସିଛି ସେହି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରି ପିସିସିକୁ ପଠାଇଦେବୁ। ପିସିସି ସଭାପତି ଯୁବ ସଭାପତି ଚୟନ କିପରି ହେବ ସେନେଇ ଯୁବ କଂଗ୍ରେସକର୍ମୀ ଏବଂ ନେତା କ’ଣ ଚାହୁଁଛନ୍ତି ତା’ର ରିପୋର୍ଟ ପ୍ରସ୍ତୁତ କରି ଦେବାକୁ କହିଥିଲେ। ସେହି ଅନୁସାରେ ରିପୋର୍ଟ ପ୍ରସ୍ତୁତ କରି ସୋମବାର ପିସିସିକୁ ପ୍ରଦାନ କରାଯିବ ବୋଲି ପ୍ରଦୀପ କହିଛନ୍ତି। ଏହାସହ ଭେଟିବାକୁ ଆସିଥିବା ନେତାଙ୍କ ମଧ୍ୟରୁ ଯୁବ ସଭାପତି ପଦ ପାଇଁ ୫ଜଣ ଆଗ୍ରହୀ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri