ସ୍ବଚ୍ଛତା ପାଇଁ ଗଠନଧର୍ମୀ ପ୍ରସ୍ତାବ ଦେଲେ କର୍ମଚାରୀ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଗତ ୧୦ ତାରିଖରେ ଏକ ସଂକଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପଦୋନ୍ନତି ଦେବା ପାଇଁ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଏକ ବର୍ଷର ପଦୋନ୍ନତି ପାଇଁ ପୂର୍ବବର୍ଷର ଡିସେମ୍ବର ଶେଷପକ୍ଷରେ ଚୟନ ପ୍ରକ୍ରିୟା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଫଳରେ ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଇବେ। ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀ ମହଲରେ ସ୍ବାଗତ କରାଯାଇଛି।
ପଦୋନ୍ନତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଚଳିତ ମାସ ଶେଷ ସପ୍ତାହରୁ ପଦୋନ୍ନତି ଅଦାଲତ ମାଧ୍ୟମରେ କର୍ମଚାରୀଙ୍କ ଅଭିଯୋଗ ଶୁଣାଣି କରିବେ। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରକାଶିତ ନିୟମ ଅନୁସାରେ, ବର୍ଷର ଅର୍ଥ ଜାନୁୟାରୀରୁ ଡିସେମ୍ବର ବୋଲି ଧରାଯାଏ। ଏହି ସମୟ ମଧ୍ୟରେ ଖାଲି ପଦବୀର ମଧ୍ୟ ଆକଳନ କରାଯିବା କଥା। ଜାନୁୟାରୀ ମାସରେ ହିଁ ଚୟନ କମିଟି ବସିବ ବୋଲି ଧାର୍ଯ୍ୟ କରାଯାଇଛି। ଉକ୍ତ କମିଟିର ତାଲିକା ଅବଧି ଜାନୁୟାରୀରୁ ଡିସେମ୍ବର ରହିଛି। ଅପରପକ୍ଷରେ ପଦୋନ୍ନତି କମିଟି ଅତୀତରେ ଧାର୍ଯ୍ୟ ସମୟରେ ପ୍ରାୟତଃ ବସେନାହିଁ। ବିଳମ୍ବରେ କମିଟି ବସିଆସୁଥିବାରୁ ଚୟନରେ ମଧ୍ୟ ବିଳମ୍ବ ହୋଇଆସୁଛି। ଏହା ଦ୍ୱାରା ପଦବୀ ଖାଲି ଥାଇ ସୁଦ୍ଧା ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଉ ନ ଥିଲେ। ଏହା ଆର୍ଥିକ କ୍ଷତି ସହ ପରବର୍ତ୍ତୀ ପଦୋନ୍ନତି ପାଇଁ ଆବଶ୍ୟକ ସର୍ବନିମ୍ନ ଚାକିରିକାଳ କ୍ଷେତ୍ରରେ ମଧ୍ୟ କର୍ମଚାରୀମାନେ କ୍ଷତି ସହିଥାଆନ୍ତି। କେତେକ ସମୟରେ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାକୁ ବଳବତ୍ତର ରଖାଯାଇ ପରବର୍ତ୍ତୀ ବର୍ଷର ଖାଲି ପଦବୀକୁ ମଧ୍ୟ ସେଥିରୁ ପୂରଣ କରାଯାଇଥାଏ। ଏହା ଆଇନର ବିରୁଦ୍ଧାଚରଣ କରୁଥିବା କର୍ମଚାରୀ ମତ ରଖିଛନ୍ତି, ଯାହା ପଦୋନ୍ନତି କମିଟି ବିଳମ୍ବ ବସିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି। ନୂତନ ନିୟମ କାର୍ଯ୍ୟକାରୀ ହେଲେ ଧାର୍ଯ୍ୟ ସମୟରେ ପଦୋନ୍ନତି ମିଳିବ। ହେଲେ ସଚିବାଳୟର କେତେକ ବରିଷ୍ଠ କର୍ମଚାରୀ କୁହନ୍ତି ଯେ ଧାର୍ଯ୍ୟ ସମୟରେ ଯଦି ପଦୋନ୍ନତି ନ ହୁଏ, ତେବେ କର୍ମଚାରୀଙ୍କ କ୍ଷତି କିପରି ଭରଣା ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରାଯାଇନାହିଁ। ନିଜ ଭୁଲ୍‌ ପାଇଁ ଅଧିକାରୀ ଦଣ୍ଡ ପାଇପାରନ୍ତି ହେଲେ ଏହା ଦ୍ୱାରା କର୍ମଚାରୀଙ୍କ ଲାଭ କ’ଣ ବୋଲି କେତେକେ ପ୍ରଶ୍ନ କରିଛନ୍ତି। ଏପରି କି ସରକାରୀସ୍ତରରେ ବିଳମ୍ବ ହେଲେ ଯେଉଁଦିନ ପଦୋନ୍ନତି ଅଧିସୂଚନା ପ୍ରକାଶ ପାଉନା କାହିଁକି, ପଦୋନ୍ନତି ଜାନୁୟାରୀ ପହିଲା କିମ୍ବା ପଦବୀ ଖାଲି ହେଲା ଦିନଠାରୁ ପିଛିଲା ଭାବେ ଲାଗୁ କରାଯାଉ ବୋଲି ଦାବି ଉଠିଛି। ସର୍ବଭାରତୀୟ ସେବାରେ ଏପରି ବ୍ୟବସ୍ଥା ରହିଛି। ଅନୁରୂପ ଭାବେ ରାଜ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ ପ୍ରଚଳନ ପାଇଁ ଦାବି ଉଠିଛି। ଗୁପ୍ତ ଚରିତ୍ର ପଞ୍ଜିକା(ସିସିଆର୍‌) ନ ମିଳିବା ବା ରେକର୍ଡ ନ ହେବା କାରଣରୁ ମଧ୍ୟ କର୍ମଚାରୀମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏପରିସ୍ଥଳେ ପୂର୍ବ ବର୍ଷର ସିସିଆର୍‌କୁ ବିଚାରକୁ ନେବା ପାଇଁ ଦାବି ହୋଇଛି। ସୂଚନା ଅନୁସାରେ, ଗୃହ ବିଭାଗର ଏଏସ୍‌ଓରୁ ଏସ୍‌ଓକୁ ପଦୋନ୍ନତି ୨୦୧୮, ୨୦୧୯ ମସିହାରେ ହୋଇନାହିଁ। ଏହିପରି ଗୃହ ବିଭାଗ ଅଧୀନରେ ଥିବା ଦିଲ୍ଲୀସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦୀର୍ଘବର୍ଷ ହେଲା ପଦୋନ୍ନତି ପାଉନାହାନ୍ତି। ଏହି କାରଣରୁ ଇସ୍ପାତ ଓ ଖଣି ବିଭାଗ ନିର୍ଦ୍ଦେଶାଳୟର କର୍ମଚାରୀମାନେ ଦୀର୍ଘଦିନ ଧରି ପଦୋନ୍ନତି ପାଇପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri