‘ଛପାକ୍‌’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ନିକଟରେ ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଛପାକ୍‌’ର ରହିଛି ଓଡ଼ିଶା ଲିଙ୍କ୍‌। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଗତ ଶୁକ୍ରବାର ରିଲିଜ୍‌ ହୋଇଥିବାବେଳେ ଏହାକୁ ନେଇ ନିକଟରେ ବହୁ ବିବାଦ ଦେଖିବାକୁ ମିଳିଥିଲା। ହେଲେ ଫିଲ୍ମର ଦୃଢ କାହାଣୀ ଏବଂ ଦୀପିକାଙ୍କ ଦମ୍‌ଦାର ଅଭିନୟ ଏହାକୁ ବକ୍ସ ଅଫିସରେ ହିଟ୍‌ କରିଥିବାବେଳେ ରାଜନୈତିକ ବିରୋଧ ସତ୍ତ୍ୱେ ମଧ୍ୟ ହଲ୍‌ରେ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି। ବିଶେଷକରି ଏସିଡ୍‌ ପୀଡ଼ିତା ମାଳତୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଫିଲ୍ମ ସହ ଯୋଡ଼ିହୋଇ ରହିଛି ଓଡ଼ିଶା ଲିଙ୍କ୍‌। ପୂର୍ବରୁ ବହୁ ହିନ୍ଦୀ ଫିଲ୍ମ ଏବଂ ଧାରାବାହିକରେ ନଜର ଆସିଥିବା ଓଡ଼ିଶା ଜନ୍ମିତ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ବାସ୍ତବଧର୍ମୀ ଅଭିନୟ କଳା ମାଧ୍ୟମରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଚିତ୍ତରଞ୍ଜନ ‘ଛପାକ୍‌’ରେ ଜଣେ ପୋଲିସ୍‌ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିଛନ୍ତି। ମାଳତୀଙ୍କ ଉପରେ ଏସିଡ୍‌ ମାଡ଼ ମାମଲାରେ ତଦନ୍ତ କରୁଛନ୍ତି ସେ। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲା ପରିଚାଳନା କରିବାରେ ଏହି ଅଧିକାରୀଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଚିତ୍ତରଞ୍ଜନ ନିଜ ଚରିତ୍ରକୁ ନ୍ୟାୟ ଦେବାରେ କୌଣସି ହେଳା କରିନାହାନ୍ତି।
ଜଣେ ମଞ୍ଚ କଳାକାର ଏବଂ ନିର୍ଦ୍ଦେଶକଭାବେ ପରିଚିତ ଚିତ୍ତରଞ୍ଜନଙ୍କ ଘର ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ। ଦିଲ୍ଲୀ ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ରୁ ଅଭିନୟ କଳାରେ ଡିପ୍ଲୋମା କରିଥିବା ତ୍ରିପାଠୀ ଏକାଧାରାରେ ଜଣେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, କାହାଣୀ ରଚୟିତା, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଣ୍ଠଶିଳ୍ପୀ। ଓଡ଼ିଆ ଫିଲ୍ମ ‘ଧଉଳି ଏକ୍ସପ୍ରେସ୍‌’ ଏବଂ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିବା ତ୍ରିପାଠୀ ‘ଦିଲ୍ଲୀ ୬’, ‘ଫାଣ୍ଟମ୍‌’, ‘ସାନ୍‌ଦାର୍‌’, ‘ତେରା ମେରା ତେଢା ମେଢା’ ଏବଂ ୨୦୧୭ରେ ହିନ୍ଦୀ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’ ନଜର ଆସିଥିଲେ। ଏହାବ୍ୟତୀତ ନେଟ୍‌ଫ୍ଲିକ୍ସ ଇଣ୍ଡିଆର ଲୋକପ୍ରିୟ ଓ୍ବେବ୍‌ସିରିଜ ‘ସାକ୍ରେଡ୍‌ ଗେମ୍ସ’ରେ ମଧ୍ୟ ତାଙ୍କ ଦମ୍‌ଦାର ଅଭିନୟ ଦେଖିବାର ସୁଯୋଗ ମିଳିଥିଲା। ‘ଧଉଳି ଏକ୍ସପ୍ରେସ୍‌’ ପାଇଁ ୩ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ପ୍ରତିଭାବାନ୍‌ କଳାକାର ଏକାଧିକ ପୁରସ୍କାର ହାସଲ କରିଥିବା ମଞ୍ଚ ନାଟକର ନିର୍ଦ୍ଦେଶନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

ଆଜି ଏସବୁ ଜିଲାରେ ପ୍ରବଳ ବର୍ଷା: ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ୧୮ ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ୱର, ୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର…

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri