ତୃଣମୂଳ ସ୍ତରରୁ ବିଆର୍ଏପି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୨୨।୯(ବ୍ୟୁରୋ): କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟକୁ କିପରି ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରାଯାଇ ପାରିବ ସେ ନେଇ ସମସ୍ତ ବିଭାଗ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ(ବିଆରଏପି)କୁ ତୃଣମୂଳ ସ୍ତରରୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧି୍କାରୀଙ୍କୁ…
ଯୁକ୍ତ୨ ନାମଲେଖା ଆରମ୍ଭ
ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କରେ ମନୋନୀତ ଛାତ୍ରୀଛାତ୍ରମାନେ ଦୁଇଟି ପର୍ଯ୍ୟାୟରେ ସକାଳ ୯ଟାରୁ ଅପରାହ୍ନ ୧ଟା ଓ ଅପରାହ୍ନ ୧ଟା…
ଦିଲ୍ଲୀରୁ ଓଡ଼ିଶାକୁ ରିଲିଫ ଟ୍ରକ୍ ପଠାଇଲା ଭାଜପା
ଭୁବନେଶ୍ୱର, ୨୨।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସୋମବାର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ୍ ଓଡ଼ିଶାରେ ବନ୍ୟା ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଯାତ୍ରା…
ରୋଗୀଙ୍କୁ କାନ୍ଧରେ ବୋହିଲେ ଆମ୍ବୁୁଲାନ୍ସ କର୍ମଚାରୀ
ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଆମ୍ବୁୁଲାନ୍ସ କର୍ମଚାରୀଙ୍କ ନିଃସ୍ବାର୍ଥପର ସେବା ଓ ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ସମୟରେ ବହୁ ଜୀବନ ରକ୍ଷା ପାଇଯାଉଛି। କେତେବେଳେ ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଉଛନ୍ତି ତ ଆଉ କେତେବେଳେ ନିଜ ଜୀବନକୁ ବାଜି ଲଗାଇ ମହାନତା…
କୃଷି ବିଲ୍ ଚାଷୀଙ୍କୁ ରସାତଳଗାମୀ କରିବ: ଯୁବ କଂଗ୍ରେସ
ଭୁବନେଶ୍ୱର ୨୨।୯ (ବ୍ୟୁରୋ) କେନ୍ଦ୍ରର କୃଷି ବିଲ୍ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସୋମବାର ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍…
ଓଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଓଏଏସ ସ୍ତରରେ ସୋମବାର ଛୋଟ ଧରଣର ଅଦଳ ବଦଳ ହୋଇଛି। ସାଧାରଣ ପ୍ରଶାନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ ୮ଜଣ ଅଧିକାରୀଙ୍କ ବଦଳି ହୋଇଛି। କିଶୋର…
ଭେଣ୍ଟିଲେଟର ଅଭାବରୁ ରୋଗୀ ମରୁଛନ୍ତି: କଂଗ୍ରେସ
ଭୁବନେଶ୍ୱର ୨୨।୯(ବ୍ୟୁରୋ):ରାଜ୍ୟରେ ଦୈନିକ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଦୈନିକ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ କେରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୭ଶହ ଟପିଲାଣି। ଭେଣ୍ଟିଲେଟର ଅଭାବରୁ ପ୍ରତ୍ୟେକ ଦିନ ରୋଗୀ ମରୁଛନ୍ତି। ଏଭଳି ସ୍ଥଳେ…
ପ୍ରସାର ଭାରତୀର ପୂର୍ବତନ ଏଡିଜି ଅଭୟ ପାଢ଼ୀଙ୍କ ପରଲୋକ
ଭୁବନେଶ୍ୱର,୨୨।୯(ବ୍ୟୁରୋ): ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଭୟ କୁମାର ପାଢ଼ୀଙ୍କ ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ସପ୍ତାହେ ଧରି ବରଗଡ଼ର ବିକାଶ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ…
ବିଧାନସଭା ଅଧିବେଶନ ପରିଚାଳନା: ୨୫ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। କରୋନା ମହାମାରୀ ଯୋଗୁ ଆସନ୍ତା ଅଧିବେଶନର ଅବଧି ମାତ୍ର ୮ ଦିନ ରଖାଯାଇଛି। ଏହି ସ୍ବଳ୍ପ ମିଆଦ ଅଧିବେଶନ ପାଇଁ ଆସନ୍ତା ୨୫ ତାରିଖରେ ବିଧାନସଭା ପରିସରରେ ଏକ…
ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି ବିରୋଧୀ: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୨।୯(ବ୍ୟୁରୋ): ବିରୋଧୀ ଦଳଗୁଡିକ କୃଷକଙ୍କ ଅପେକ୍ଷା ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ଦୁଃଖର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ତାଙ୍କ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା…
ଓଡ଼ିଶା କ୍ୟାଡର ଆଇପିଏସ୍ ବିଏସ୍ଏଫ୍ ଆଇଜି ନିଯୁକ୍ତ
ଭୁବନେଶ୍ୱର,୨୨।୯(ବ୍ୟୁରୋ)-ଓଡ଼ିଶା କ୍ୟାଡର ୧୯୯୩ ବ୍ୟାଚ ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥକୁ କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର(ବିଏସ୍ଏଫ୍)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ ନିଯୁକ୍ତି ଦେଇଛନ୍ତି। ସୋମବାର ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ…
ପୁଣି ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୧ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୧…

