କୃଷି ବିଲ୍‌ ଚାଷୀଙ୍କୁ ରସାତଳଗାମୀ କରିବ: ଯୁବ କଂଗ୍ରେସ

ଭୁବନେଶ୍ୱର ୨୨।୯ (ବ୍ୟୁରୋ) କେନ୍ଦ୍ରର କୃଷି ବିଲ୍‌ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସୋମବାର ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାଇଥିଲା। ଲେଙ୍କା ଏକ ଟ୍ରାକ୍ଟର ଉପରେ ବସି କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ପ୍ରତିବାଦ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ମୃତି କହିଛନ୍ତି, ଏହି ଆଇନ୍‌ ଦ୍ୱାରା କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ସୁବିଧା ପାଇବେ ନାହିଁ। ଏପିଏମ୍‌ସି ବା କୃଷିଜାତ ଦ୍ରବ୍ୟ ମାର୍କେଟ କମିଟିକୁ ସମ୍ପୂର୍ଣ୍ଣରୂପେ ଉଚ୍ଛେଦ କରିଦେବା ପାଇଁ ଏଥିରେ ଷଡଯନ୍ତ୍ର ହୋଇଛି। ମଣ୍ଡି ବ୍ୟବସ୍ଥା ଉଠିଯିବ। ଏଥିରେ କଳାବଜାରୀମାନେ ସମ୍ପୂର୍ଣ୍ଣ ଲାଭବାନ ହେବେ। କେବଳ ବଡ ଶିଳ୍ପପତିମାନଙ୍କୁ ବା କର୍ପୋରେଟ୍‌ ସେକ୍ଟରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଆଇନ୍‌ ପ୍ରଣୟନ କରାଯିବ। କର୍ପୋରେଟ୍‌ ଫାର୍ମିଂ ଲାଭବାନ ହେବେ ଓ ଚାଷୀ ମୁଣ୍ଡରେ ଚଡକ ପଡିବ। ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ଚାଷୀର ସତ୍ୟାନାଶ କରିବାକୁ ଚକ୍ରାନ୍ତ ଚାଲିଛି। ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ପ୍ରଭାବିତ ହେବେ। ସରକାର ଚାଷୀଙ୍କୁ ସେମାନଙ୍କ କ୍ରୟ ପ୍ରକ୍ରିୟାରେ ଏବଂ ଏମ୍‌ଏସ୍‌ପିରେ ସହଯୋଗ କରିବା ଉଚିତ୍‌। ମାତ୍ର ସରକାର ସମ୍ପୂର୍ଣ୍ଣ ଭାବେ କୃଷକଙ୍କ ସ୍ବାର୍ଥଠାରୁ ଦୂରେଇ ଯାଉଛନ୍ତି। ମୋଦି ସରକାର ଚାଷୀଙ୍କୁ ପୁଞ୍ଜିପତିମାନଙ୍କ ପଞ୍ଝା ଭିତରକୁ ଠେଲି ଦେଉଛନ୍ତି। ଏଥିରେ ମୋଦି ସରକାରର କର୍ପୋରେଟ୍‌ ପ୍ରୀତି ସମ୍ପୂର୍ଣ୍ଣ ଜଳଜଳ ହୋଇ ଦିଶୁଛି। କଣ୍ଟ୍ରାକ୍ଟ ଫାର୍ମିଂ ରାଜିନାମାରେ କୃଷକମାନେ ମୁଲଚାଲ କରିବା ପାଇଁ ଯେଉଁ କଥା କୁହାଯାଇଛି ତାହା ଅସମ୍ଭବ। ଏଥିରେ ବଡ ସଂସ୍ଥାଙ୍କ ଏକଚାଟିଆ ନୀତି ଚାଲିବି। ଶେଷରେ ଅତ୍ୟାବଶ୍ୟକ ସାମଗ୍ରୀ ବିଲ୍‌ ସଂଶୋଧନ ମଧ୍ୟ ବଡ ସଂସ୍ଥାମାନଙ୍କୁ ସୁହାଇଲା ଭଳି ଉଦ୍ଦିଷ୍ଟ। ଏହାଦ୍ୱାରା ସେମାନେ ବଜାର ମୂଲ୍ୟ ନିର୍ଦ୍ଧାରଣ କରିବେ ବୋଲି ସ୍ମୃତି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri