ମେଟ୍ରୋ

ମୁହଁ ଫେରାଉଛନ୍ତି ଚାଷୀ

ଭୁବନେଶ୍ୱର,୨୧।୧୨: କୃଷି ସାମଗ୍ରୀର ବଜାର ଅଭାବ, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଶୀତଳ ଭଣ୍ଡାରର ଅଭାବ, କୃଷିଯନ୍ତ୍ର ଓ ବୈଷୟିକ ସହାୟତାର ଅଭାବ, ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷିଜାତ ସାମଗ୍ରୀ ସଂଗ୍ରହରେ ସମସ୍ୟା, ଚାଷୀଙ୍କୁ ଋଣ ସମେତ ବିହନ ଓ ସାର ପ୍ରଦାନରେ…

ଭୁବନେଶ୍ୱରରୁ ଆଜି ୩୦ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୩

ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ରାଜ୍ୟରେ ଆଜି ୩୭୨ କରୋନା ପଜିଟିଭ୍‌ ଚିହ୍ନଟ, ଆଉ ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରବିବାର ରାଜ୍ୟରେ ୩୭୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୨୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୧୪ ଜଣ ଚିହ୍ନଟ…

ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ପରେ ଏ ନେଇ ରାଜ୍ୟ ସରକାରଙ୍କ ପଧରୁ…

ପରିତ୍ୟକ୍ତ ଗାଡ଼ି ଉଠାଇବାକୁ ସ୍ପେଶାଲ ଡ୍ରାଇଭ: ଟୁଇଟର, ଫେସ୍‌ବୁକ, ୧୦୦ ଡାଏଲ କରି ଜଣାନ୍ତୁ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜଧାନୀର ଅନେକ ସ୍ଥାନରେ ରାସ୍ତାପାର୍ଶ୍ୱରେ ପରିତ୍ୟକ୍ତ ଅବସ୍ଥାରେ ଅନେକ ଗାଡ଼ି ପଡ଼ିରହୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ପଡ଼ିରହୁଥିବାରୁ ବହୁ ଜାଗା ମାଡ଼ିବସୁଛି, ଯାହାକି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏଥିପାଇଁ ଅନେକ ଦୁର୍ଘଟଣା ଘଟିବାର ମଧ୍ୟ ନଜିର ରହିଛି।…

ଏଥର ଭର୍ଚୁଆଲରେ ବଡ଼ଦିନ: କଟାଯିବନି କେକ୍‌, ଆଲିଙ୍ଗନ ବଦଳରେ ନମସ୍କାର

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଆସନ୍ତା ୨୫ ତାରିଖରେ ବଡ଼ଦିନ ପାଳନ ଲାଗି ଚର୍ଚ୍ଚଗୁଡ଼ିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ୩ ତାରିଖ ପରେ ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଚର୍ଚ୍ଚଗୁଡ଼ିକରେ କଟକଣା ମଧ୍ୟରେ ଖ୍ରୀଷ୍ଟମାସ ସେଲିବ୍ରେଶନକୁ ଅନୁମତି ମିଳିଛି।…

ଆଜିଠୁ ଭାଜପାର ୫ ଦିନିଆ ପଦଯାତ୍ରା

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଚଳିତ ମାସ ୫ ତାରିଖରୁ ‘ପରୀ’କୁ ନ୍ୟାୟ ପାଇଁ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ଗଣଧାରଣା କରୁଛି। ୧୪୭ ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ ପଦଯାତ୍ରା କରାଯାଉଛି। ପରୀ ସମେତ ରାଜ୍ୟରେ ନିଖୋଜ ୫ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ନ୍ୟାୟ…

ବାରଙ୍ଗରୁ ନିଖୋଜ ନାବାଳକ: ୫ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର, ୧୯।୨୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ଗତ ୧୫ ତାରିଖରୁ ନିଖୋଜ ହୋଇଯାଇଥିବା ନାବାଳକକୁ ଶନିବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରିଛି ବାରଙ୍ଗ ପୋଲିସ।…

୩କୋଟିରୁ ଊର୍ଦ୍ଧ୍ୱ ଠକେଇ, ଓରିସନ୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜଧାନୀରେ ଜମି ଯୋଗାଇଦେବାକୁ କହି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଲୁଚି ବୁଲୁଥିବା ଜଣେ ବିଲ୍ଡରଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଓରିସନ ଇଞ୍ଜିନିୟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର…

୨୦ରୁ ‘ପରୀକୁ ନ୍ୟାୟ ପଦଯାତ୍ରା’

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଓଡ଼ିଶାର ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ତଥା ସମାଜର ସମସ୍ତ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ‘ପରୀ’କୁ ନ୍ୟାୟ ଦେବା ଲାଗି ଆଗେଇ ଆସନ୍ତୁ। ଏହାସହ ମାତୃଶକ୍ତି ଏବଂ ଶିଶୁ ସମ୍ପଦର ସୁରକ୍ଷା ପାଇଁ ଆଗକୁ ପାଦ…

ଜାତୀୟ ଦଳର ରାଜ୍ୟ ନେତା ମୂକ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଜାତୀୟ ଦଳର ରାଜ୍ୟ ନେତା ମୂକ ପାଲଟିଛନ୍ତି। ରାଜ୍ୟ ସ୍ବାର୍ଥକୁ ଅଣଦେଖା କରି ଶୀର୍ଷ ନେତାଙ୍କୁ ଖୁସି କରି ମନ୍ତ୍ରୀ କିମ୍ବା କିଛି ବଡ଼ ପଦବୀ ହାସଲ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଛି । ଓଡିଶାର ସ୍ବତନ୍ତ୍ର ଐତିହ୍ୟର…

କଟକରେ ଚାଞ୍ଚଲ୍ୟ: ଘର ଭିତରୁ ମା’ ଝିଅଙ୍କ ମୃତଦେହ ଉଦ୍ଧାର

କଟକ ଅଫିସ,୧୮।୧୨-କଟକ ସେଲ୍ଟର ଛକ ଷ୍ଟେଟ୍‌ ବ୍ୟାଙ୍କ କଲୋନୀର ଏକ ଘରୁ ଶୁକ୍ରବାର ମା’ ଝିଅଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଘର ଭିତରେ ୭ ମାସ ଝିଅର କ୍ଷତାକ୍ତ ମୃତଦେହ ପଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri