୨୦ରୁ ‘ପରୀକୁ ନ୍ୟାୟ ପଦଯାତ୍ରା’

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଓଡ଼ିଶାର ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ତଥା ସମାଜର ସମସ୍ତ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ‘ପରୀ’କୁ ନ୍ୟାୟ ଦେବା ଲାଗି ଆଗେଇ ଆସନ୍ତୁ। ଏହାସହ ମାତୃଶକ୍ତି ଏବଂ ଶିଶୁ ସମ୍ପଦର ସୁରକ୍ଷା ପାଇଁ ଆଗକୁ ପାଦ ବଢ଼ାନ୍ତୁ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ସମସ୍ତେ ସାମିଲ ହୋଇ ଏହାକୁ ସଫଳ କରାଇବା ଲାଗି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଆହ୍ବାନ ଦେଇଛନ୍ତି। ସମୀର କହିଛନ୍ତି, ନୟାଗଡ଼ ଜିଲା ଯଦୁପୁର ଗାଁର ୫ ବର୍ଷର ଝିଅ ‘ପରୀ’କୁ ହତ୍ୟା ଏବଂ ଅଙ୍ଗଚୋରି ଘଟଣାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାର କୁତ୍ସିତ ପ୍ରୟାସ କରାଯାଉଛି। ସରକାରଙ୍କ ଏଭଳି ଅପଚେଷ୍ଟାକୁ ବିରୋଧ କରି ଡିସେମ୍ବର ୨୦ଖରେ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ‘ପରୀ’ ର ଗାଁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ୫ଦିନ ପଦଯାତ୍ରା ଚାଲିବ ବୋଲି ସମୀର ସୂଚନା ଦେଇଛନ୍ତି। ସେହିପରି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଦୋଷ ସ୍ବୀକାର କରିବା ପାଇଁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ତଦନ୍ତ ଆଳରେ ଅରୁଣ ବୋଥ୍ରାଙ୍କ ଏପରି କାର୍ଯ୍ୟକଳାପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଅରୁଣ ବୋଥ୍ରାଙ୍କୁ ଏସ୍‌ଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ସହିତ ସିବିଆଇ ତଦନ୍ତ କଲେ ପରୀକୁ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ ଦିନ ଘନ କୁହୁଡ଼ି: ୟେଲୋଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଅଧିକାଂଶ ସ୍ଥାନରେ ପାରଦ ୧୨ ଡିଗ୍ରୀ ସେଲସିୟସ ଉପରେ ରହିଛି। କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦...

‘ଲୋକଙ୍କ ଆବଶ୍ୟକତା ପୂରଣ କର’

ଭୁବନେଶ୍ୱର,୧।୯(ବ୍ୟୁରୋ): କୋଭିଡ୍‌ ମହାମାରୀ ସମୟରେ ଲୋକମାନଙ୍କର ବଢୁଥିବା ପାୈର ସେବା ଆବଶ୍ୟକତାକୁ ପୂରଣ କର। ସୋମବାର ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଖୋର୍ଦ୍ଧା, ସୁନ୍ଦରଗଡ଼ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୬।୫(ବ୍ୟୁରୋ):ରାଜ୍ୟରେ କିଛିଦିନ ଧରି ସଂକ୍ରମଣ କମିବା ସହ ଗତ ୪ଦିନ ହେବ ପ୍ରାୟତଃ ସ୍ଥିର ଅବସ୍ଥାରେ ଥିଲା। ଗତ ୧୦ ତାରିଖରେ ୧୦,୪୧୩ ପଜିଟିଭ୍‌...

ସୂର୍ଯ୍ୟୋଦୟରୁ ରାତି ୯ ଯାଏ ଖୋଲାରହିବ ଦେଶର ୧୦ କୀର୍ତ୍ତିରାଜି: ତାଲିକାରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶର ୧୦ ପ୍ରମୁଖ ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ।...

ଯୁକ୍ତ ୨ ନାମ ଲେଖା: କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ, କେବେଠୁ ନାମ ଲେଖା ଜାଣନ୍ତୁ…

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା...

କରୋନାକୁ ନେଇ ଆରମ୍ଭ ହେଲାଣି ବୟାନବାଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ କିଛିଦିନ ହେବ ଓଡ଼ିଶାରେ ରାଜନୈତିକ ବୟାନବାଜି ଜୋର ଧରିବାକୁ ଯାଉଥିବା ଦେଖିବାକୁ ମିଳିଛି। କରୋନା ଏବେ ରାଜନୈତିକ ଲଢ଼େଇର ମୁଖ୍ୟ...

ରାଜ୍ୟରେ ସୁସ୍ଥ ହେଲେ ୩୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୩୨, ବଲାଙ୍ଗିରିରୁ ୨୮,...

ଖୁବ୍‌ଶୀଘ୍ର ଉପଲବ୍ଧ ହୋଇପାରେ ଟିକା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-କରୋନା ମହାମାରୀରେ କବଳିତ ସାରା ବିଶ୍ୱ ଏବେ ବି ଟିକା ଅପେକ୍ଷାରେ। ଖୁବ୍‌ଶୀଘ୍ର ଟିକା ମିଳିବ ବୋଲି ଶୁଣାଯାଉଥିଲେ ମଧ୍ୟ ଏଯାଏ କିଛି ବି ସ୍ପଷ୍ଟ...

Advertisement
Archives

Model This Week