ପରିତ୍ୟକ୍ତ ଗାଡ଼ି ଉଠାଇବାକୁ ସ୍ପେଶାଲ ଡ୍ରାଇଭ: ଟୁଇଟର, ଫେସ୍‌ବୁକ, ୧୦୦ ଡାଏଲ କରି ଜଣାନ୍ତୁ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜଧାନୀର ଅନେକ ସ୍ଥାନରେ ରାସ୍ତାପାର୍ଶ୍ୱରେ ପରିତ୍ୟକ୍ତ ଅବସ୍ଥାରେ ଅନେକ ଗାଡ଼ି ପଡ଼ିରହୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ପଡ଼ିରହୁଥିବାରୁ ବହୁ ଜାଗା ମାଡ଼ିବସୁଛି, ଯାହାକି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏଥିପାଇଁ ଅନେକ ଦୁର୍ଘଟଣା ଘଟିବାର ମଧ୍ୟ ନଜିର ରହିଛି। ଏଭଳି ସମସ୍ୟାକୁ ନେଇ ବହୁବାର ଅଭିଯୋଗ ହେବାପରେ ଏନେଇ କମିଶନରେଟ୍‌ ପୋଲିସର ଚେତା ପଶିଛି। କମିଶନରେଟ ପୋଲିସ ପକ୍ଷରୁ ଶନିବାରଠାରୁ ଏକ ୭ଦିନିଆ ସ୍ପେଶାଲ୍‌ ଡ୍ରାଇଭ ଆରମ୍ଭ କରାଯାଇଛି ବୋଲି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସ୍ପେଶାଲ ଡ୍ରାଇଭରେ ରାସ୍ତା ପାର୍ଶ୍ୱରେ ଦୀର୍ଘଦିନ ଧରି ପଡ଼ିରହିଥିବା ଗାଡିଗୁଡ଼ିକୁ ହଟାଇନେବାକୁ ମାଲିକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଉଛି। ପ୍ରାଥମିକଭାବେ ସେମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଏହାସତ୍ତ୍ୱେ ଯଦି ଗାଡ଼ିମାଲିକ ଅମାନିଆ ହୋଇ ରାସ୍ତାପାର୍ଶ୍ୱରୁ ଗାଡ଼ି ନ ଉଠାନ୍ତି, ତେବେ ପୋଲିସ କ୍ରେନ୍‌ ସାହାଯ୍ୟରେ ଗାଡ଼ି ଉଠାଇନେଇ ଏକ ଡମ୍ପିଂ ୟାର୍ଡରେ ରଖିବ। ପରେ ସମ୍ପୃକ୍ତ ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରାଯାଇ ଗାଡ଼ି ଛଡ଼ା ଯିବ। ଗାଡ଼ି ଉଠାଇବା ସମୟରେ ହୋଇଥିବା ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ଗାଡ଼ିମାଲିକ ବହନ କରିବେ। ଏଥିସହ ମେଶିନ୍‌ ମାଧ୍ୟମରେ ଗାଡ଼ି ଉଠାଇବା ସମୟରେ ଗାଡ଼ିର ଯଦି କିଛି କ୍ଷତି ହୁଏ ସେଥିପ୍ରତି ପୋଲିସ ଦାୟୀ ରହିବ ନାହିଁ। ଡ୍ରାଇଭ୍‌ର ପ୍ରଥମ ଦିନରେ ବରମୁଣ୍ଡା, ରସୁଲଗଡ଼ ଏବଂ କଳ୍ପନା ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ ଗାଡ଼ି ଉଠାଯାଇଛି। ଆଗାମୀ ଦିନରେ ଏହି ଡ୍ରାଇଭକୁ ବ୍ୟାପକ କରାଯିବା ସହ ସହରର ସମସ୍ତ ସ୍ଥାନରୁ ଏଭଳି ବେଆଇନ ପାର୍କିଂ ଉଚ୍ଛେଦ କରାଯିବ। ଡ୍ରାଇଭର ପ୍ରଥମ ଦିନରେ ଟ୍ରାଫିକ ପୋଲିସ ଫୋକସ୍‌ରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ରହିଥିଲା। ବସ୍‌ଷ୍ଟାଣ୍ଡ ସାମ୍ନା ରାସ୍ତାରେ ମାସମାସ ଧରି ଅଚଳ ଅନେକ ବସ୍‌ ପରିତ୍ୟକ୍ତ ଭାବେ ପଡ଼ିରହିଛି। ବସ୍‌ଗୁଡିକୁ ପୋଲିସ ଉଠାଇନେବା ସମୟରେ କିଛି ସମୟ ପାଇଁ ବସ୍‌ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri