ମେଟ୍ରୋ

ଉତ୍କଳ ବିଶ୍ୱବିଦ୍ୟାଳୟକୁ ବର୍ଷକର ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨।୪(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଗୁରୁବାର ଓଡ଼ିଶା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ବର୍ଷକର ଦରମା ପ୍ରଦାନ କରିଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଧର୍ମେନ୍ଦ୍ର ତାଙ୍କର ଦରମା ବାବଦ ଅର୍ଥ ପ୍ରଦାନ କରିଛନ୍ତି।…

ଭୂତଳ ଜଳ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୨।୪(ବ୍ୟୁରୋ):ରାଜ୍ୟରେ ତାତି ବଢ଼ିଚାଲିଛି। ପ୍ରତ୍ୟେକ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏକ ଶୁଷ୍କ ପରିବେଶ ସୃଷ୍ଟି କରୁଛି। ବିଭିନ୍ନ ଜିଲାରେ ଜଳକଷ୍ଟ ଦେଖାଦେଉଛି। ଆବଶ୍ୟକ ପରିମାଣ ବର୍ଷା ନ ହେବା ଓ ଜଳାଶୟ ଲୋପ ପାଇଯାଉଥିବା କାରଣରୁ ଭୂତଳ ଜଳ ତଳକୁ…

ଆଭ୍ୟନ୍ତରୀଣ ଓଡ଼ିଶାକୁ ନାହିଁ ନିସ୍ତାର: ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ୱର,୨ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା ତାଓ୍ବାରେ ସାରା ଓଡ଼ିଶା ସିଝୁଛି। ପାରଦ ଉପରମୁହାଁ ହୋଇଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଡେଇଁଯାଉଛି। ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ତାତି। ବାହାରେ…

ସ୍ବତନ୍ତ୍ର ଓଡ଼ିଶାର ଦୃଢ଼ ସମର୍ଥକ ଥିଲେ ଗାନ୍ଧୀ: ନବୀନ

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ,୨ା୪: ଅହିଂସାର ପୂଜାରୀ ଭାବେ ମହାତ୍ମା ଗାନ୍ଧୀ ସାରା ବିଶ୍ୱକୁ ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି। ଆଜିର ଦୁନିଆରେ ତା’ର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି। ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ୮ଥର ଓଡ଼ିଶା ଆସିଥିଲେ। ଓଡ଼ିଶାର ବିଭିନ୍ନ…

୩୪ଲକ୍ଷ ଚାଷୀଙ୍କୁ ୬୯୩.୯୪କୋଟି

ଭୁବନେଶ୍ୱର, ୨ା୪(ବ୍ୟୁରୋ):୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ‘କାଳିଆ’ ଯୋଜନାରେ ୪ର୍ଥ ପର୍ଯ୍ୟାୟ ଅର୍ଥ ପ୍ରଦାନ କରିଛନ୍ତି। ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ…

ରାଜଧାନୀ ଭୁବନେଶ୍ୱର ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବରେ ସ୍ଥାନିତ କରାଯାଇଛି। ବୁଧବାର ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୪୪.୨…

ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୩୯୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୩୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୧୧୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା…

ଆଜି ରାଜ୍ୟରେ ଟିକା ନେଲେ ୮୪,୦୯୯ ଜଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଗୁରୁବାର ରାଜ୍ୟରେ କୋଭିଡ ଯୋଦ୍ଧା, ସ୍ବାସ୍ଥ୍ୟସେବା ହିତାଧିକାରୀ ଏବଂ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୮୪୦୯୯ ଜଣଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…

ଏପ୍ରିଲ୍‌ ୫ରୁ ଭର୍ଚୁଆଲ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୧।୪: ଏଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ୍‌ ୫ରୁ ଭର୍ଚୁଆଲ୍‌ ମୋଡ୍‌ରେ ହାଇକୋର୍ଟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶାବଳୀ…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ: ହେବିଓ୍ବେଟଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ: ହେବିଓ୍ବେଟଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ ଭୁବନେଶ୍ୱର,୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁରୁବାର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କିଛି ହେବିଓ୍ବେଟଙ୍କୁ ଉପନିର୍ବାଚନ ଦାୟିତ୍ୱ…

ରାଜ୍ୟବାସୀଙ୍କୁ ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ଆଜି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଛି। ମାତ୍ର ଓ ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡିଯାଇଛି। ରାଜ୍ୟ ସରକାର କୋଭିଡ କଟକଣା ଭିତରେ ଉତ୍କଳ ଦିବସ ପାଳନ କରିବାକୁ…

ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୧ା୪(ବ୍ୟୁରୋ):ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବୁଧବାର ବିଧାନସଭାର ଅନୁମୋଦନ ଲାଭ କରିଛି। ଏହି ବିଲକୁ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଲେ ‘କରୋନା’ ଯୋଗୁଁ ଖର୍ଚ୍ଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?