ବାରଙ୍ଗରୁ ନିଖୋଜ ନାବାଳକ: ୫ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର, ୧୯।୨୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ଗତ ୧୫ ତାରିଖରୁ ନିଖୋଜ ହୋଇଯାଇଥିବା ନାବାଳକକୁ ଶନିବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରିଛି ବାରଙ୍ଗ ପୋଲିସ।
ପ୍ରକାଶ ଯେ, ଗତ ୧୫ ତାରିଖରେ ଗୁଆକୁଳିମୁଣ୍ଡିଆ ଗାଁରୁ ନାବାଳକ ନିଖୋଜ ହୋଇଯାଇଥିଲେ । ଏ ନେଇ ନାବାଳକଙ୍କ ମା’ ଗତ ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ କଟକ ଓ ବାରଙ୍ଗ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା।
ନାବାଳକଜଣକ ଭୁବନେଶ୍ୱର ଶୀଖରଚଣ୍ଡି ଅଧୀନ ଜଡିମୁଣ୍ଡା ସାହି ନିକଟରେ ବୁଲୁଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛି। ସମ୍ପୃକ୍ତ ନାବାଳକଙ୍କୁ ବାରଙ୍ଗ ଥାନାକୁ ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମଳ ହେବ କେଦାରଗୌରୀ ପୋଖରୀ ଜଳ

ପୁରୁଣା ଭୁବନେଶ୍ୱର,୧୬।୩(ଡି.ଏନ୍‌.ଏ.): ଭୁବନେଶ୍ୱର ଏକାମ୍ର କ୍ଷେତ୍ରର କେଦାରଗୌରୀ ମନ୍ଦିର ପୋଖରୀ ଜଳ ନିର୍ମଳ କରିବା ପାଇଁ ବୁଧବାର ଦୟା ନଦୀ ତଟରୁ ପାଇପ ଯୋଗେ ବିନ୍ଦୁ...

ଛତିଶଗଡ଼ର ୧୭୧ ସ୍କୁଲରେ ସ୍ଥାନ ପାଇବ ଡ.ଓସାମାଙ୍କ ପ୍ରକଳ୍ପ

ରଘୁନାଥପୁର,୧୯ା୧୧(ଡି.ଏନ୍‌.ଏ.): ଛତିଶଗଡ଼ ରାୟପୁରଠାରେ ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ (ଭିଜନ ୨୦୩୦) ନଭେମ୍ବର ୧୪ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାରୁ ଏକମାତ୍ର ଶିକ୍ଷକ ଭାବେ ଏହି...

ଉଚ୍ଛେଦରେ ସୀମିତ ସମ୍ପ୍ରସାରଣ

ବଇଣ୍ଡା, ୧୦ା୮(ପରିକ୍ଷିତ ସାହୁ):  ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ହେଲେ କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ...

ସାଙ୍ଗ ପାଇଁ ଦେଲେ ଜୀବନ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଢିଙ୍କିଆ ଗ୍ରାମର ଜଣେ ଯୁବକ ଶୁକ୍ରବାର ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ରେମାଳ ଡ୍ୟାମ୍‌ରେ ବୁଡ଼ି ପ୍ରାଣ...

ପିଏମ୍‌ଏଓ୍ବାଇ-ବିପିଜିଓ୍ବାଇ ଲୋଗୋ କଳି

ଭୁବନେଶ୍ୱର,୧ା୪(ବ୍ୟୁରୋ):ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏୱାଇ-ଜି)ରେ ବିଜୁ ପକ୍କାଘର ଯୋଜନା (ବିପିଜିୱାଇ) ଲୋଗୋ ଲଗାଯାଉଛି। ଏହା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା। ଏଥିରେ ବିପିଜିଓ୍ବାଇ ଲୋଗୋ ନ ଲଗାଇବାକୁ...

ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ ଅଫିସର ସୁରେଶ କୁମାର ମହାପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ...

ଦେଶର ସମ୍ପତ୍ତି ଶାଗମାଛ ଦରରେ ବିକୁଛି କେନ୍ଦ୍ର: କଂଗ୍ରେସ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ଚଳିତ ମାସ ୨୩ ତାରିଖରେ ଘୋଷଣା କରିଥିଲେ। ଏଥିରେ ରାଜପଥ, ବନ୍ଦର, ବିମାନ...

‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୫ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ...

Advertisement
Archives

Model This Week