ଏଥର ଭର୍ଚୁଆଲରେ ବଡ଼ଦିନ: କଟାଯିବନି କେକ୍‌, ଆଲିଙ୍ଗନ ବଦଳରେ ନମସ୍କାର

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଆସନ୍ତା ୨୫ ତାରିଖରେ ବଡ଼ଦିନ ପାଳନ ଲାଗି ଚର୍ଚ୍ଚଗୁଡ଼ିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ୩ ତାରିଖ ପରେ ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଚର୍ଚ୍ଚଗୁଡ଼ିକରେ କଟକଣା ମଧ୍ୟରେ ଖ୍ରୀଷ୍ଟମାସ ସେଲିବ୍ରେଶନକୁ ଅନୁମତି ମିଳିଛି। ଏହାସତ୍ତ୍ୱେ ଚର୍ଚ୍ଚ ଖୋଲିବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କର୍ତ୍ତୃପକ୍ଷ। କେବଳ ଗୋଟିଏ ଦିନ ସର୍ବସାଧାରଣଙ୍କ ପାଇଁ ଚର୍ଚ୍ଚ ଖୋଲିବା ଏବଂ ଭିଡ଼ ନିୟନ୍ତ୍ରଣ କରିବା କର୍ତ୍ତୃପକ୍ଷଙ୍କ ପାଇଁ କାଠିକର ପାଠ ହେବ। କମ୍‌ ସଂଖ୍ୟକ କର୍ମଚାରୀରେ କୋଭିଡ୍‌ କଟକଣା ପାଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପ୍ରାୟତଃ ଅସମ୍ଭବ ହୋଇପଡ଼ିବ। ତେଣୁ ସରକାରୀ ନିୟମର ଅବମାନନା ଆଶଙ୍କା କରି ଚର୍ଚ୍ଚ ଖୋଲିବା ପରିବର୍ତ୍ତେ ଭର୍ଚୁଆଲରେ ବଡ଼ଦିନ ପାଳନ କରିବାକୁ ଅଧିକାଂଶ ଚର୍ଚ୍ଚ ନିଷ୍ପତ୍ତି ନେଇଛନ୍ତି।

ବଡ଼ଦିନରେ ଚର୍ଚ୍ଚ ଖୋଲିବାକୁ ହେଲେ ପ୍ରଥମେ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ କୁହାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ସହ ଯେପରି ଅଧିକ ଲୋକ ଏକତ୍ରିତ ନ ହେବେ ସେ ସଂକ୍ରାନ୍ତରେ ନିଶ୍ଚିନ୍ତ ହେବା ସହ କେତେ ଲୋକଙ୍କୁ ନେଇ ଚର୍ଚ୍ଚଗୁଡ଼ିକ ବଡ଼ଦିନ ପ୍ରାର୍ଥନା କାର୍ଯ୍ୟକ୍ରମ କରିବେ ଏବଂ କେତେ ଲୋକଙ୍କ ପାଇଁ ସେଠାରେ ସ୍ଥାନ ରହିଛି ସେ ନେଇ ସବିଶେଷ ଲିଖିତ ତଥ୍ୟ ଦାଖଲ କରିବେ। ଆବେଦନ ପରେ ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଚର୍ଚ୍ଚଗୁଡ଼ିକୁ ଅନୁମତି ଦିଆଯିବ ଏବଂ ଏହାପରେ ଯାଇ ଚର୍ଚ୍ଚରେ ବଡ଼ଦିନ ପାଳନ କରାଯାଇପାରିବ। ପ୍ରାର୍ଥନା ଗୃହରେ ଯେତିକି ଲୋକଙ୍କ ବସିବା ପାଇଁ ସ୍ଥାନ ରହିଥିବ ତା’ର ଅଧା ଲୋକଙ୍କୁ ନେଇ ପ୍ରାର୍ଥନା କରିବାକୁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ସେହିଭଳି ସାମାଜିକ ଦୂରତ୍ୱ ରକ୍ଷା ଏବଂ ମାସ୍କ ପରିଧାନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଚର୍ଚ୍ଚ କର୍ତ୍ତୃପକ୍ଷ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ମଧ୍ୟ କଟକଣାକୁ ସାମାନ୍ୟ କୋହଳ କରିବାକୁ କହିଛନ୍ତି। ଆବଶ୍ୟକ ମାନବସମ୍ବଳ ଏବଂ ସୁରକ୍ଷାକର୍ମୀଙ୍କ ଅଭାବରୁ ଲୋକ ଗହଳିକୁ ନିୟନ୍ତ୍ରଣ କରିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଅସମ୍ଭବ ଆଶଙ୍କା କରି ଅଧିକାଂଶ ଚର୍ଚ୍ଚ ବଡ଼ଦିନ ପାଳନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱରରେ ଥିବା ଚର୍ଚ୍ଚଗୁଡ଼ିକ ପକ୍ଷରୁ ଚଳିତବର୍ଷ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ରେ ବଡ଼ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରାର୍ଥନା କାର୍ଯ୍ୟକ୍ରମକୁ ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ। ୮ମାସ ହେବ ଚର୍ଚ୍ଚ ବନ୍ଦ ରହିଥିବାରୁ ପ୍ରାର୍ଥନା ଓ ବାକ୍ୟ ପ୍ରଚାର ଅନ୍‌ଲାଇନରେ କରାଯାଉଥିଲା। ତେଣୁ ଏହା ଏବେ ବି ଅନ୍‌ଲାଇନ୍‌ରେ କରିବାରେ କୌଣସି ଅସୁବିଧା ନାହିଁ। ଏତେଦିନ ଧରି ଚର୍ଚ୍ଚ ବନ୍ଦ ଥିବାରୁ ଗୋଟିଏ ଦିନ ପାଇଁ ଖୋଲିଲେ ବହୁସଂଖ୍ୟାରେ ଜନସମାଗମ ହେବ। ଏଭଳିସ୍ଥଳେ ଭିଡ଼ ନିୟନ୍ତ୍ରଣ ଅସମ୍ଭବ ହୋଇପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଖ୍ରୀଷ୍ଟମାସକୁ ଭର୍ଚୁଆଲ ମୋଡରେ କରିବାକୁ ଚର୍ଚ୍ଚ କର୍ତ୍ତୃପକ୍ଷ ଉଚିତ୍‌ ମଣୁଛନ୍ତି। ବଡ଼ଦିନ ପ୍ରାର୍ଥନାର ଲାଇଭ୍‌ ଷ୍ଟ୍ରିମିଂ ଚର୍ଚ୍ଚର ୟୁଟ୍ୟୁବ୍‌ ଚ୍ୟାନେଲରେ ହେବ ଏବଂ ମିଡ଼ନାଇଟ୍‌ କାର୍ଯ୍ୟକ୍ରମ ଜୁମ୍‌ରେ କରାଯିବ। ଏନେଇ ସତ୍ୟନଗରସ୍ଥିତ ୟୁନିୟନ ଚର୍ଚ୍ଚ ଫାଦର ଆୟୁବ୍‌ ଛିଞ୍ଛାଣି କହିଛନ୍ତି, ଏପର୍ଯ୍ୟନ୍ତ ଆମର କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସରକାରଙ୍କ ନିୟମ ଅନୁଯାୟୀ ଯଦି ଆମେ ଅଧା ଲୋକଙ୍କୁ ଭିତରକୁ ଛାଡ଼ିବୁ ଓ ଅଧାଙ୍କୁ ଛାଡ଼ିବୁନି ତାହେଲେ ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଭର୍ଚୁଆଲ୍‌ରେ ବଡ଼ଦିନ ପାଳନ ହେବାର ଅଧିକ ସମ୍ଭାବନା ରହିଛି। ନଚେତ୍‌ ଭୁବନେଶ୍ୱର ସହରରେ ଥିବା ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ନେଇ ୧୫ଟି ଜୋନ୍‌ରେ ବିଭକ୍ତ କରାଯିବ ଏବଂ ଜୋନ୍‌ ଅନୁସାରେ ୧ ଘଣ୍ଟା ଲେଖାଏଁ ଚର୍ଚ୍ଚରେ ପ୍ରାର୍ଥନା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri