ମେଟ୍ରୋ

ଆଜି ସବୁ ଜିଲାରେ ଟିକାକରଣ

ଭୁବନେଶ୍ୱର, ୧୧।୫(ବ୍ୟୁରୋ):ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହୋଇଛି। ପୂର୍ବରୁ ଦୈନିକ ପ୍ରାୟ ୨ଲକ୍ଷ ଟିକା ଦିଆଯାଉଥିବାବେଳେ ଏହାର ଅଭାବ ଯୋଗୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଫଳରେ ରାଜ୍ୟରେ ଦୈନିକ ଟିକାକରଣ ୨୦ହଜାର ତଳକୁ ଖସିଯାଇଥିଲା। ପ୍ରତିଦିନ ବିଭିନ୍ନ ଜିଲାରେ ଟିକାକରଣ…

ଚିନ୍ତା ବଢ଼ାଇଲାଣି ମ୍ୟୁକୋରମାଇକୋସିସ୍‌

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ପରେ ଏବେ ଡରାଇଲାଣି ‘ମ୍ୟୁକୋରମାଇକୋସିସ୍‌’(ବ୍ଲାକ୍‌ ଫଙ୍ଗସ୍‌)। ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ଏହି ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଦେଖାଯାଇଛି। ସୋମବାର ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି…

ବିଦେଶରୁ ଆସିବ ଟିକା

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଗ୍ଲୋବାଲ ଟେଣ୍ଡର କରାଗଲେ ରାଜ୍ୟ…

ପୂର୍ବତନ ସଂସ୍କୃତି ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ

ବାଲେଶ୍ୱର ଅଫିସ, ୧୦।୫: ପୂର୍ବତନ ସଂସ୍କୃତି ବିଭାଗ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ଗୋପୀନାଥ ମହାନ୍ତି(୭୨)ଙ୍କ ସୋମବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୂର୍ବତନ ସଚିବ ଗୋପୀନାଥଙ୍କ ଘର…

ରାଜ୍ୟରେ ଟିହ୍ନଟ ହେଲା ବ୍ଲାକ ଫଙ୍ଗସ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ନିକଟରେ ବ୍ଲାକ ଫଙ୍ଗସ୍‌ ଲକ୍ଷଣ ଚିହ୍ନଟ ହୋଇଛି। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ଓ ସେ…

ଅଟୋ ଚାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର/ନୂଆପଡ଼ା,୧୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ନୂଆପଡ଼ା ଜିଲାରେ ଅଟୋ ରିକ୍ସାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଉ ଥିବା କୁମର ତାଣ୍ଡିଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ଭୟଭୀତ ଜନସାଧାରଣଙ୍କୁ ଅଟୋରେ ସ୍ବାସ୍ଥ୍ୟକେନ୍ଦ୍ର ଏବଂ…

ସୁନ୍ଦରଗଡ଼, ଅନୁଗୋଳରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ସୁନ୍ଦରଗଡ଼ ଏବଂ ଅନୁଗୋଳ ଜିଲାରେ ୨ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ବୋର୍ଡ ଅନୁମୋଦନ ଦେଇସାରିଛି। ଏଥିଲାଗି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପଥରଶିଳ୍ପ: ଓଡ଼ିଆର ଜାତିଗତ ସମ୍ପଦ

ବାହାର ଲେଖକମାନେ ଶାସ୍ତ୍ରର ମୂଳ ରହସ୍ୟକୁ ଖୋଜି ନ ଥିଲାପରି ମନେହୁଏ। ଯିଏ ଖୋଜିଛନ୍ତି ସେ କିମ୍ଭୂତକିମାକାର ତର୍ଜମା କରି ଓଡ଼ିଆ ସାଂସ୍କୃତିକ ପରମ୍ପରାକୁ କତରା (ଶେଯ) ଲାଗି କରିବାକୁ ଚେଷ୍ଟା କରିଛନ୍ତି। ଶୁଆଇ ଦେବାକୁ ଚାହିଁଛନ୍ତି। ଓଡ଼ିଆରେ ଗୋଟିଏ କଥା…

୨ ବର୍ଷ ବିତିଲା, ମିଳିନି ପିଠା ଅର୍ଥ

କଟକ ସଦର, ୧୦ା୫ (ଡି.ଏନ.ଏ.):୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ପିଠା (ପିପୁଲ୍‌ସ ଏମ୍‌ପାଓ୍ବାରମେଣ୍ଟ ଏନାବେଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଏନ୍‌ହାନ୍ସିଂ ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କଟକ ସଦର ବ୍ଲକର ୨୩ଟି ପଞ୍ଚାୟତରେ ପିଠା…

୬୦ ହଜାର ଟଙ୍କା ପାଇଁ ବନ୍ଧାପଡ଼ିିଲା ମୃତଦେହ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ। ଏହାର ସୁଯୋଗ ନେଇ କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ପ୍ରଥମେ ରୋଗୀର ଅବସ୍ଥା ଗୁରୁତର କହି ଆଇସିୟୁରେ ଭର୍ତ୍ତି କରୁଛନ୍ତି। ମୃତ୍ୟୁପରେ ସହସ୍ରାଧିକ ଟଙ୍କା ଦାବି କରିବା ସହ…

ଶିଳ୍ପୀ ଜାତି ପାଇଁ ପ୍ରେରଣା ରହିବେ ରଘୁନାଥ

ଭୁବନେଶ୍ୱର, ୧୦।୫(ବ୍ୟୁରୋ):ରାଜ୍ୟ ସଭା ସଦସ୍ୟ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗ ରାଜ୍ୟର ସମଗ୍ର ଶିଳ୍ପୀକୁଳଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଶିଳ୍ପ କଳା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲା ଶିଳ୍ପୀ ରଘୁନାଥଙ୍କ ଜୀବନ। ଉଭୟ ମୂର୍ତ୍ତି ଓ ମନ୍ଦିର ଗଢିବାରେ…

ଛୁଇଁଲେନି ପରିଜନ, ମୃତଦେହ କାନ୍ଧେଇଲେ ଖବରଦାତା

ବାଳକାଟୀ,୧୦ା୫(ଡି.ଏନ୍‌.ଏ.):କରୋନା ସଂକ୍ରମଣ ଭୟରେ ବନ୍ଧୁ ପରିଜନ କେହି ବି ମୃତଦେହ ଉଠାଇ ନ ଥିଲେ। ଏପରିକି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସହଯୋଗ ମିଳିଲା ନାହିଁ, ଶେଷରେ କେତେଜଣ ଖବରଦାତା ଖବର ପାଇ ଆସି ମୃତଦେହକୁ କାନ୍ଧେଇ ଶ୍ମଶାନ ନେଇ ସତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?