ଚିନ୍ତା ବଢ଼ାଇଲାଣି ମ୍ୟୁକୋରମାଇକୋସିସ୍‌

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ପରେ ଏବେ ଡରାଇଲାଣି ‘ମ୍ୟୁକୋରମାଇକୋସିସ୍‌’(ବ୍ଲାକ୍‌ ଫଙ୍ଗସ୍‌)। ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ଏହି ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଦେଖାଯାଇଛି। ସୋମବାର ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଯାଜପୁରର ୭୧ବର୍ଷୀୟ ଆନନ୍ଦ କୁମାର ଦାଶ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପାଖରେ ଏହି ରୋଗର ଲକ୍ଷଣ ପରିଲକ୍ଷିତ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଡିଏମ୍‌ଇଟି ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି, ଉକ୍ତ ରୋଗୀଙ୍କ ଡାଇବେଟିସ୍‌ ଅନିୟନ୍ତ୍ରିତ। ତାଙ୍କ ପରିବାର ସଦସ୍ୟଙ୍କ କରୋନା ପଜିଟିଭ୍‌ ବାହାରିବା ପରେ ତାଙ୍କର ଗତ ମାସ ୧୮ତାରିଖରେ କୋଭିଡ୍‌ ଟେଷ୍ଟ ହୋଇଥିଲା। ୨୦ ତାରିଖରେ ପଜିଟିଭ୍‌ ବାହାରିଥିଲା। ସେ ହୋମ୍‌ ଆଇସୋଲେଶନରେ ରହିଥିଲେ। ଗତ ୮ତାରିଖରେ ତାଙ୍କ ଆଖି ଫୁଲିବା ସହିତ ନାକରୁ କଳାପାଣି ବାହାରିଥିଲା। ସେ ଭୁବନେଶ୍ୱରର ଉକ୍ତଘରୋଇ ହସ୍ପିଟାଲ ଓପିଡିରେ ଦେଖାଇ ଡାକ୍ତରଙ୍କ ପରାମର୍ଶକ୍ରମେ ନାଜାଲ ଏଣ୍ଡୋସ୍କୋପି କରିଥିଲେ। ଏହାପରେ ତାଙ୍କର ବ୍ଲାକ୍‌ ଫଙ୍ଗସ୍‌ ଥିବା ଜଣାପଡ଼ିଥିଲା। ସୋମବାର ସେ ସେହି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଗାର୍ଡେନିଂ କିମ୍ବା ଚାଷ କରିବା ଭଳି ତାଙ୍କର କୌଣସି ଇତିହାସ ନାହିଁ। ସେ ବହୁ ପୁରୁଣା ଏକ କୁଲର ବ୍ୟବହାର କରୁଥିଲେ। ଯାହାକି ବହୁ ସମୟ ହେବ ବ୍ୟବହାର ହେଉ ନ ଥିଲା ଏବଂ ସେଥିରେ ପାଣି ବଦଳାଯାଇ ନ ଥିଲା। ଫଳରେ ତାଙ୍କ ପାଖରେ ଏଭଳି ଲକ୍ଷଣ ଦେଖାଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ବିବ୍ରତ ନ ହେବାକୁ ରାଜ୍ୟବାସୀଙ୍କୁ ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଏହି ଚିକିତ୍ସା ପାଇଁ ସୁଯୋଗ ରହିଛି। କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସେ କହିଛନ୍ତି।
କରୋନାରୁ ରୋଗୀ ସୁସ୍ଥ ହେବା ପରେ ଶରୀରରେ କଳାରଙ୍ଗର ଯାଦୁ ଭଳି ଦାଗ ବା ବ୍ଲାକ୍‌ ଫଙ୍ଗସ୍‌ ଦେଖାଯାଉଛି। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କଠାରେ ଏହା ଦେଖାଯାଉଛି। ବିଶେଷକରି ଡାଇବେଟିସ୍‌, କିଡ୍‌ନୀଜନିତ ସମସ୍ୟା, ହୃଦ୍‌ରୋଗ ଥିବା ବ୍ୟକ୍ତି ଆକ୍ରାନ୍ତ ହେବା ଅଧିକ ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଏହି ନୂଆ ଲକ୍ଷଣ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର। ଏହା କିପରି ହୁଏ, ଲକ୍ଷଣ କ’ଣ ଓ କିପରି ରକ୍ଷା ପାଇହେବ ସେ ସମ୍ପର୍କରେ ଡା. ମିଶ୍ର କହିଛନ୍ତି। ସେ କହିଛନ୍ତି, ଶରୀରର ସୁଗାର ଲେଭଲ ସ୍ଥିର ରଖିବା ସହ କମ୍‌ ଷ୍ଟିରଏଡ୍‌ ବ୍ୟବହାର କରିବା ଆବଶ୍ୟକ। ଆଖି ଲାଲ୍‌ ପଡ଼ିଲେ ଓ ନାକରୁ କଳାପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାଇବା ଜରୁରୀ। ବିଳମ୍ବ କଲେ ଏହା ଫୁସ୍‌ଫୁସ୍‌ ଓ ବ୍ରେନ୍‌କୁ ସଂକ୍ରମିତ କରିପାରେ। ଏହା ସଂକ୍ରାମକ ନୁହେଁ। ଠିକ୍‌ ସମୟରେ ଚିକିତ୍ସା କଲେ ସୁସ୍ଥ ହୋଇପାରିବେ ବୋଲି ଡା. ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବ୍ଲାକ୍‌ ଫଙ୍ଗସ୍‌ ମାଟି ବା କ୍ଷେତରେ ଥାଏ। କରୋନାରୁ ସୁସ୍ଥ ହୋଇଥିବା ରୋଗୀ ସତର୍କ ହେବା ଜରୁରୀ। ବ୍ଲାକ୍‌ ଫଙ୍ଗସ୍‌ରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ସହ ମାସ୍କ, ଫୁଲ୍‌ଶାର୍ଟ ଓ ଫୁଲ୍‌ପ୍ୟାଣ୍ଟ ପିନ୍ଧିବା ଆବଶ୍ୟକ। ବଗିଚା କାମ କରିବାବେଳେ ହାତରେ ଗ୍ଲୋଭ୍‌ସ ଓ ପାଦରେ ଗନ୍‌ ବୁଟ୍‌ ପିନ୍ଧିବା ଜରୁରୀ।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମାତ୍ରାଧିକ ଷ୍ଟିରଏଡ୍‌ ବ୍ୟବହାର ବ୍ଲାକ୍‌ ଫଙ୍ଗସ୍‌ ରୋଗର ଆଶଙ୍କା ବଢ଼ାଉଛି। ଏହା ରୋଗୀର ନାକ, ଆଖି ଓ ମସ୍ତିଷ୍କକୁ ନଷ୍ଟ କରିଦେଉଛି। ଏହି ରୋଗରେ ହାରାହାରି ମୃତ୍ୟୁ ହାର ୫୦ ପ୍ରତିଶତ ରହିଛି। ତେବେ ପ୍ରାରମ୍ଭିକ ଚିହ୍ନଟ ଦ୍ୱାରା ଏହି ରୋଗର ଉପଚାର ସମ୍ଭବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡା. ରାଧାମାଧବ ସାହୁ କହିଛନ୍ତି, ବ୍ଲାକ୍‌ ଫଙ୍ଗସ୍‌ ପୂର୍ବରୁ ମଧ୍ୟ ଥିଲା। ହେଲେ ଏବେ ଏହା ନୂଆ ରୂପ ନେଇ ଆସିଛି। କରୋନା ସମୟରେ ଏହି ରୋଗ ସମସ୍ତଙ୍କ ପାଇଁ ଅଧିକ ଚିନ୍ତା ବଢ଼ାଇଦେଇଛି। ଏହା ନାକ ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରିଥାଏ। ନାକକୁ ନଷ୍ଟ କରିବା ପରେ ଏହା ଆଖି, ମସ୍ତିଷ୍କକୁ ନଷ୍ଟ କରିଥାଏ। ଶରୀରରେ ଥିବା ଛୋଟ ଛୋଟ ଭେସେଲ୍‌କୁ ଏହା ବନ୍ଦ କରିଦେଉଛି। ଯଦି ଏହା ବ୍ଲଡ୍‌ ଭେସେଲ୍‌ସକୁ ବନ୍ଦ କରିଦିଏ, ତେବେ ଏହା ପଚିଯାଇ କଳା ପଡ଼ିଯିବ। ଏଥିପାଇଁ ଏହାର ନାମ ବ୍ଲାକ୍‌ ଫଙ୍ଗସ୍‌ ରଖାଯାଇଛି। ଡାଇବେଟିସ୍‌ ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗୀ ମଧ୍ୟ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇପାରନ୍ତି। ରୋଗ ପ୍ରତିରୋଧକ ଶକ୍ତି କମିବା ମାତ୍ରେ ଏହା ଶରୀର ଭିତରକୁ ପ୍ରବେଶ କରିବା ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି ଡା. ସାହୁ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଜରାଟରେ ଏଭଳି ୪୦ଟି ମାମଲା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri