ଚିନ୍ତା ବଢ଼ାଇଲାଣି ମ୍ୟୁକୋରମାଇକୋସିସ୍‌

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ପରେ ଏବେ ଡରାଇଲାଣି ‘ମ୍ୟୁକୋରମାଇକୋସିସ୍‌’(ବ୍ଲାକ୍‌ ଫଙ୍ଗସ୍‌)। ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ଏହି ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଦେଖାଯାଇଛି। ସୋମବାର ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଯାଜପୁରର ୭୧ବର୍ଷୀୟ ଆନନ୍ଦ କୁମାର ଦାଶ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପାଖରେ ଏହି ରୋଗର ଲକ୍ଷଣ ପରିଲକ୍ଷିତ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଡିଏମ୍‌ଇଟି ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି, ଉକ୍ତ ରୋଗୀଙ୍କ ଡାଇବେଟିସ୍‌ ଅନିୟନ୍ତ୍ରିତ। ତାଙ୍କ ପରିବାର ସଦସ୍ୟଙ୍କ କରୋନା ପଜିଟିଭ୍‌ ବାହାରିବା ପରେ ତାଙ୍କର ଗତ ମାସ ୧୮ତାରିଖରେ କୋଭିଡ୍‌ ଟେଷ୍ଟ ହୋଇଥିଲା। ୨୦ ତାରିଖରେ ପଜିଟିଭ୍‌ ବାହାରିଥିଲା। ସେ ହୋମ୍‌ ଆଇସୋଲେଶନରେ ରହିଥିଲେ। ଗତ ୮ତାରିଖରେ ତାଙ୍କ ଆଖି ଫୁଲିବା ସହିତ ନାକରୁ କଳାପାଣି ବାହାରିଥିଲା। ସେ ଭୁବନେଶ୍ୱରର ଉକ୍ତଘରୋଇ ହସ୍ପିଟାଲ ଓପିଡିରେ ଦେଖାଇ ଡାକ୍ତରଙ୍କ ପରାମର୍ଶକ୍ରମେ ନାଜାଲ ଏଣ୍ଡୋସ୍କୋପି କରିଥିଲେ। ଏହାପରେ ତାଙ୍କର ବ୍ଲାକ୍‌ ଫଙ୍ଗସ୍‌ ଥିବା ଜଣାପଡ଼ିଥିଲା। ସୋମବାର ସେ ସେହି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଗାର୍ଡେନିଂ କିମ୍ବା ଚାଷ କରିବା ଭଳି ତାଙ୍କର କୌଣସି ଇତିହାସ ନାହିଁ। ସେ ବହୁ ପୁରୁଣା ଏକ କୁଲର ବ୍ୟବହାର କରୁଥିଲେ। ଯାହାକି ବହୁ ସମୟ ହେବ ବ୍ୟବହାର ହେଉ ନ ଥିଲା ଏବଂ ସେଥିରେ ପାଣି ବଦଳାଯାଇ ନ ଥିଲା। ଫଳରେ ତାଙ୍କ ପାଖରେ ଏଭଳି ଲକ୍ଷଣ ଦେଖାଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ବିବ୍ରତ ନ ହେବାକୁ ରାଜ୍ୟବାସୀଙ୍କୁ ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଏହି ଚିକିତ୍ସା ପାଇଁ ସୁଯୋଗ ରହିଛି। କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସେ କହିଛନ୍ତି।
କରୋନାରୁ ରୋଗୀ ସୁସ୍ଥ ହେବା ପରେ ଶରୀରରେ କଳାରଙ୍ଗର ଯାଦୁ ଭଳି ଦାଗ ବା ବ୍ଲାକ୍‌ ଫଙ୍ଗସ୍‌ ଦେଖାଯାଉଛି। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କଠାରେ ଏହା ଦେଖାଯାଉଛି। ବିଶେଷକରି ଡାଇବେଟିସ୍‌, କିଡ୍‌ନୀଜନିତ ସମସ୍ୟା, ହୃଦ୍‌ରୋଗ ଥିବା ବ୍ୟକ୍ତି ଆକ୍ରାନ୍ତ ହେବା ଅଧିକ ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଏହି ନୂଆ ଲକ୍ଷଣ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର। ଏହା କିପରି ହୁଏ, ଲକ୍ଷଣ କ’ଣ ଓ କିପରି ରକ୍ଷା ପାଇହେବ ସେ ସମ୍ପର୍କରେ ଡା. ମିଶ୍ର କହିଛନ୍ତି। ସେ କହିଛନ୍ତି, ଶରୀରର ସୁଗାର ଲେଭଲ ସ୍ଥିର ରଖିବା ସହ କମ୍‌ ଷ୍ଟିରଏଡ୍‌ ବ୍ୟବହାର କରିବା ଆବଶ୍ୟକ। ଆଖି ଲାଲ୍‌ ପଡ଼ିଲେ ଓ ନାକରୁ କଳାପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାଇବା ଜରୁରୀ। ବିଳମ୍ବ କଲେ ଏହା ଫୁସ୍‌ଫୁସ୍‌ ଓ ବ୍ରେନ୍‌କୁ ସଂକ୍ରମିତ କରିପାରେ। ଏହା ସଂକ୍ରାମକ ନୁହେଁ। ଠିକ୍‌ ସମୟରେ ଚିକିତ୍ସା କଲେ ସୁସ୍ଥ ହୋଇପାରିବେ ବୋଲି ଡା. ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବ୍ଲାକ୍‌ ଫଙ୍ଗସ୍‌ ମାଟି ବା କ୍ଷେତରେ ଥାଏ। କରୋନାରୁ ସୁସ୍ଥ ହୋଇଥିବା ରୋଗୀ ସତର୍କ ହେବା ଜରୁରୀ। ବ୍ଲାକ୍‌ ଫଙ୍ଗସ୍‌ରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ସହ ମାସ୍କ, ଫୁଲ୍‌ଶାର୍ଟ ଓ ଫୁଲ୍‌ପ୍ୟାଣ୍ଟ ପିନ୍ଧିବା ଆବଶ୍ୟକ। ବଗିଚା କାମ କରିବାବେଳେ ହାତରେ ଗ୍ଲୋଭ୍‌ସ ଓ ପାଦରେ ଗନ୍‌ ବୁଟ୍‌ ପିନ୍ଧିବା ଜରୁରୀ।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମାତ୍ରାଧିକ ଷ୍ଟିରଏଡ୍‌ ବ୍ୟବହାର ବ୍ଲାକ୍‌ ଫଙ୍ଗସ୍‌ ରୋଗର ଆଶଙ୍କା ବଢ଼ାଉଛି। ଏହା ରୋଗୀର ନାକ, ଆଖି ଓ ମସ୍ତିଷ୍କକୁ ନଷ୍ଟ କରିଦେଉଛି। ଏହି ରୋଗରେ ହାରାହାରି ମୃତ୍ୟୁ ହାର ୫୦ ପ୍ରତିଶତ ରହିଛି। ତେବେ ପ୍ରାରମ୍ଭିକ ଚିହ୍ନଟ ଦ୍ୱାରା ଏହି ରୋଗର ଉପଚାର ସମ୍ଭବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡା. ରାଧାମାଧବ ସାହୁ କହିଛନ୍ତି, ବ୍ଲାକ୍‌ ଫଙ୍ଗସ୍‌ ପୂର୍ବରୁ ମଧ୍ୟ ଥିଲା। ହେଲେ ଏବେ ଏହା ନୂଆ ରୂପ ନେଇ ଆସିଛି। କରୋନା ସମୟରେ ଏହି ରୋଗ ସମସ୍ତଙ୍କ ପାଇଁ ଅଧିକ ଚିନ୍ତା ବଢ଼ାଇଦେଇଛି। ଏହା ନାକ ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରିଥାଏ। ନାକକୁ ନଷ୍ଟ କରିବା ପରେ ଏହା ଆଖି, ମସ୍ତିଷ୍କକୁ ନଷ୍ଟ କରିଥାଏ। ଶରୀରରେ ଥିବା ଛୋଟ ଛୋଟ ଭେସେଲ୍‌କୁ ଏହା ବନ୍ଦ କରିଦେଉଛି। ଯଦି ଏହା ବ୍ଲଡ୍‌ ଭେସେଲ୍‌ସକୁ ବନ୍ଦ କରିଦିଏ, ତେବେ ଏହା ପଚିଯାଇ କଳା ପଡ଼ିଯିବ। ଏଥିପାଇଁ ଏହାର ନାମ ବ୍ଲାକ୍‌ ଫଙ୍ଗସ୍‌ ରଖାଯାଇଛି। ଡାଇବେଟିସ୍‌ ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗୀ ମଧ୍ୟ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇପାରନ୍ତି। ରୋଗ ପ୍ରତିରୋଧକ ଶକ୍ତି କମିବା ମାତ୍ରେ ଏହା ଶରୀର ଭିତରକୁ ପ୍ରବେଶ କରିବା ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି ଡା. ସାହୁ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଜରାଟରେ ଏଭଳି ୪୦ଟି ମାମଲା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri