ଛୁଇଁଲେନି ପରିଜନ, ମୃତଦେହ କାନ୍ଧେଇଲେ ଖବରଦାତା

ବାଳକାଟୀ,୧୦ା୫(ଡି.ଏନ୍‌.ଏ.):କରୋନା ସଂକ୍ରମଣ ଭୟରେ ବନ୍ଧୁ ପରିଜନ କେହି ବି ମୃତଦେହ ଉଠାଇ ନ ଥିଲେ। ଏପରିକି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସହଯୋଗ ମିଳିଲା ନାହିଁ, ଶେଷରେ କେତେଜଣ ଖବରଦାତା ଖବର ପାଇ ଆସି ମୃତଦେହକୁ କାନ୍ଧେଇ ଶ୍ମଶାନ ନେଇ ସତ୍କାର କରି ମାନବିକତାର ପରିଚୟ ଦେଖାଇଛନ୍ତି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ବାଳକାଟୀରେ ରବିବାର ଦେଖିବାକୁ ମିଳିଛି। ବାଳକାଟୀ ଫାଣ୍ଡି ରଙ୍ଗଣି ସାହି ଗ୍ରାମର ଶତାୟୁ ବୃଦ୍ଧା ତଅପୋଇ ବେହେରାଙ୍କ ମୃତ୍ୟୁ ଘଟିଥିଲା। ପରିବାରରେ ପୁଅ, ବୋହୂ ଓ ନାତି କରୋନା ଆକ୍ରାନ୍ତ ହୋଇଥିବାବେଳେ ଗତ କିଛିଦିନ ହେବ ତଅପୋଇଙ୍କ ଥଣ୍ଡା, ଜ୍ୱର ଲାଗିରହିଥିଲା। ତେବେ ରବିବାର ଅଧିକ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତଅପୋଇ କରୋନାରେ ମୃତ୍ୟୁବରଣ କରିଥିବା ଆଶଙ୍କା କରି ସଂକ୍ରମଣ ଭୟରେ ବନ୍ଧୁ, ପରିଜନ, ଜ୍ଞାତିକୁଟୁମ୍ବ କେହି ବି କାନ୍ଧେଇଲେନି କି ପାଖକୁ ମଧ୍ୟ ଗଲେ ନାହିଁ। ଦୀର୍ଘ ସମୟ ଧରି ମୃତଦେହ ଘରେ ପଡ଼ିରହିଥିଲା। ଘଟଣା ସମ୍ପର୍କରେ ସୂଚନାପାଇ ବାଲିଅନ୍ତା ଅଞ୍ଚଳର ଖବରଦାତା ନିରଞ୍ଜନ ସେନାପତି, ପୀତବାସ ଦାଶ,ବୁଟୁ ମହାପାତ୍ର, ଗଗନ ଭୋଇ, ବିଭୂତି ଭୂଷଣ ପ୍ରଧାନ, ଜିତେନ୍ଦ୍ର ବେଉରା, ଆଶୁତୋଷ ଚୌଧୁରୀ ପହଞ୍ଚତ୍ ସତ୍କାର ପାଇଁ ଆଗେଇ ଆସିଥିଲେ। ସେମାନେ ପିପିଇ କିଟ୍‌ ପିନ୍ଧି ତଅପୋଇଙ୍କ ମୃତଦେହକୁ ଘରୁ ଉଠାଇ ୨କି.ମି. ଦୂରରେ ଥିବା ଶ୍ମଶାନକୁ ନେଇ ସତ୍କାର କରିଥିଲେ। ମୁଖ୍ୟମନ୍ତ୍ରୀ ଖବରଦାତାଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିବାବେଳେ ସେମାନେ କେବଳ ଖବର ସଂଗ୍ରହରେ ସୀମିତ ନ ରହି ବିପଦବେଳର ବନ୍ଧୁ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri