୨ ବର୍ଷ ବିତିଲା, ମିଳିନି ପିଠା ଅର୍ଥ

କଟକ ସଦର, ୧୦ା୫ (ଡି.ଏନ.ଏ.):୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ପିଠା (ପିପୁଲ୍‌ସ ଏମ୍‌ପାଓ୍ବାରମେଣ୍ଟ ଏନାବେଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଏନ୍‌ହାନ୍ସିଂ ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କଟକ ସଦର ବ୍ଲକର ୨୩ଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିପାଇଁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରତି ପଞ୍ଚାୟତରେ ଖର୍ଚ୍ଚ କରାଯିବା ପାଇଁ ୧ଲକ୍ଷ ଟଙ୍କା କରି ମୋଟ୍‌ ୨୩ ଲକ୍ଷ ଟଙ୍କା ୨୦୧୯ ମାର୍ଚ୍ଚରେ କଟକ ସଦର ବ୍ଲକ ଆକାଉଣ୍ଟରେ ଜମା କରିଥିଲେ। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଅର୍ଥ ବ୍ଲକ ଆକାଉଣ୍ଟରୁ ପଞ୍ଚାୟତ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉନାହିଁ। ତେଣୁ ଲୋକାଲ ଫଣ୍ଡ ଅଡିଟ୍‌ ପକ୍ଷରୁ କଟକ ସଦର ବିଡିଓଙ୍କୁ ହାଫ୍‌ ମାର୍ଜିନ ମେମୋ ଜାରି କରାଯାଇ କୈଫିୟତ ମଗାଯାଇଛି। ବ୍ଲକ ଆକାଉଣ୍ଟରେ ଏତେ ଟଙ୍କା ଜମା ରଖିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା, ତା’ର ସୂଚନା ଲୋକାଲ ଫଣ୍ଡ ଅଡିଟ୍‌ ଅଫିସର ଜାଣିବାକୁ ଚାହିଁଛନ୍ତି। ପିଠା କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୩୪୭୭/୭ା୧୨ା୧୮ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୫୦ ହଜାର ଓ ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦିଆଯିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିଲା। ତଦନୁଯାୟୀ ପ୍ରତି ପଞ୍ଚାୟତକୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ଦିଆଯାଇଛି। ହେଲେ ତୃତୀୟ ପର୍ଯ୍ୟାୟ ବାବଦ ୧ ଲକ୍ଷ ଟଙ୍କା ଲେଖାଏ ଉକ୍ତ ବ୍ଲକର ୨୩ଟି ପଞ୍ଚାୟତକୁ ଦିଆଯାଇନାହିଁ। ଅଭିଯୋଗ ସମ୍ପର୍କରେ ବିଡିଓ ରାଜୀବଲୋଚନ ପରିଡ଼ା କୁହନ୍ତି, ସେ ସମୟରେ ମୁଁ ଦାୟିତ୍ୱରେ ନ ଥିଲି। ତେଣୁ ଏ ସମ୍ପର୍କରେ କିଛି ଜାଣିନି।


Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ଉଚ୍ଚଶିକ୍ଷାନୁଷ୍ଠାନରେ ପୁଣି ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ହେବ। ଆସନ୍ତା...

ଗାଁକୁ ନାହିଁ ରାସ୍ତା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ସୁନ୍ଦରଗଡ଼,୯।୧(ଡି.ଏନ୍‌.ଏ.): ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ। ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ସରଫଗଡ଼ ପଞ୍ଚାୟତ ହାତୀଟୁକୁ ଗାଁର ଜଣେ ମହିଳାଙ୍କୁ ଖଟିଆ ବୋହି ୨ କିମି...

ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ...

ପ୍ରତି ଶନିବାର ହାଇକୋର୍ଟ ସମେତ ସବୁ କୋର୍ଟ ବନ୍ଦ

କଟକ ଅଫିସ, ୪ା୧୨- ଚଳିତ ମାସର ପ୍ରତି ଶନିବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକ୍ରମେ ହାଇକୋର୍ଟ ଏହି...

ପ୍ରାର୍ଥିତ୍ୱକୁ ନେଇ ବିବାଦ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର,୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ନିର୍ବାଚନ ପାଇଁ ବୁଧବାର ଯାଞ୍ଚ ପ୍ରକ୍ରିୟା ରହିଥିଲା। ଯାଞ୍ଚ ପ୍ରକ୍ରିୟା ପରେ ୧୪ ନଂ ଓ୍ବାର୍ଡର ଭାଜପା ପ୍ରାର୍ଥୀଙ୍କ...

ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୨ ଗିରଫ

କଟକ ଅଫିସ, ୧୬।୧୨: କଟକ ସହରର ବିଭିନ୍ନ ସ୍ଥାନରେ ଦାଦାବଟି ସହ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ପ୍ରସ୍ତୁତ ସରିଥିଲା ପୂରା ରୋଡ୍‌ମ୍ୟାପ। ଏଥିପାଇଁ...

ବସ୍‌ରୁ ୬୦ ହଜାର ଟଙ୍କାର ଏସିଡ୍‌ ଜବତ: ୩ ଅଟକ

ବାଲେଶ୍ୱର ଅଫିସ/ବସ୍ତା,୭।୯(ନି.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଘରୋଇ ବସ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ...

ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ

ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି...

Advertisement
Archives

Model This Week