ରାଜଧାନୀରେ ଟପିପାରେ ୬୦ ହଜାର
ଭୁବନେଶ୍ୱର, ୧୦।୫(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରୁ ଗତ ୨୪ଘଣ୍ଟା ମଧ୍ୟରେ ୧୦୮୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୩ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୭୧ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ଏଯାବତ୍ ୫୩ ହଜାର…
ନିଶ୍ଚିହ୍ନ ହେବାକୁ ବସିଛି ଲିଙ୍ଗରାଜଙ୍କ କୁଡୁଆ ସମ୍ପତ୍ତିି
ପୁରୁଣା ଭୁବନେଶ୍ୱର,୧୦ା୫(ଡି.ଏନ୍.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଜାନିଯାତ୍ରାରେ ନୀତିକାନ୍ତି ପାଇଁ ଛତିଶାନିଯୋଗ ନିୟୋଜିତ ରହିଛନ୍ତି। ସମସ୍ତ ସେବା ପାଇଁ ସେବାୟତଙ୍କୁ ଜମି ଖଞ୍ଜାପଡ଼ା ରହିଛି। ସେହପରି କୁମ୍ଭକାର ସେବାୟତଙ୍କୁ ମଧ୍ୟ ଜମି ଖଞ୍ଜାପେଡ଼ା ରହିଛି। ତେବେ ମନ୍ଦିର ପ୍ରଶାସନ ମାର୍ଫତରେ ବିଭିନ୍ନ…
ପୁଣି କରୋନାରେ ଆଖିବୁଜିଲେ ୧୭ ଆକ୍ରାନ୍ତ
ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୯୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ରାୟଗଡା, ଖୋର୍ଦ୍ଧା,…
କମୁନି କରୋନା ଗ୍ରାଫ୍: ରାଜ୍ୟରେ ଆଜି ୧୦,୦୩୧ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୩,୪୦୮ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
ଓଡ଼ିଶାକୁ ୩୩୩.୮ କୋଟି ସହାୟତା
ନୂଆଦିଲ୍ଲୀ, ୧୦।୫:ଗ୍ରାମାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ନିମନ୍ତେ ୮,୯୨୩.୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ସେହି ଅନୁଯାୟୀ ଓଡ଼ିଶାକୁ ୩୩୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯଥା…
୬ ମାସ ରହିବ ଦ୍ୱିତୀୟ ଲହର
ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ଦୈନିକ କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି। ଗତ ୭ତାରିଖରେ ୧୨, ୨୩୮ ଜଣ ଚିହ୍ନଟ ହୋଇଥିବାବେଳେ ୮ତାରିଖରେ ୧୧,୮୦୭ଜଣ ଚିହ୍ନଟ ହୋଇଥିଲେ। ଗତ ୨୪ଘଣ୍ଟାରେ ୧୦,୬୩୫ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ…
ସ୍ବପ୍ନ ସରିଲା, ନୂଆ ସ୍ବପ୍ନ
ଭୁବନେଶ୍ୱର, ୧୦ା୫(ବ୍ୟୁରୋ): ରାଜ୍ୟରେ ପୂର୍ବ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କେତେବାଟ ଗଲା ସେକଥା ଏଯାଏ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ଭୁବନେଶ୍ୱରଠାରେ ୨୦୨୪ ଜାନୁୟାରୀ ସୁଦ୍ଧା ଆଉ ଏକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା ସରିଲାଣି।…
ରଘୁନାଥ ମହାପାତ୍ରଙ୍କ ପରଲୋକ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟ ସଭା ଏମ୍ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ରବିବାର କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ରଘୁନାଥ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍…
ଆଉନାହାନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର
ଭୁବନେଶ୍ୱର,୯।୫(ବ୍ୟୁରୋ): ମହାମାରୀ କରୋନା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି। ରବିବାର ରାଜ୍ୟ ସଭା ଏମ୍ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ…
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ପିଟିଲା ଟ୍ରାକ୍ଟର
ଭୁବନେଶ୍ୱର,୯।୫(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଷଡଙ୍ଗୀଙ୍କ ଗାଡ଼ି ରବିବାର ଦୁର୍ଘଟଣା ହୋଇଛି। ଏଥିରେ ସେ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ କାରକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ଷଡଙ୍ଗୀଙ୍ଗ ସମେତ ୩ ଜଣ ଆହତ ହୋଇଛନ୍ତି ।…
ବୁଲା ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗୋରୁଗାଈ ଏବଂ ଅନ୍ୟ ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲା ଗୋରୁଗାଈ…
ମାତୃ ଦିବସରେ ମହିଳା କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୫(ବ୍ୟୁରୋ): ସମଗ୍ର ବିଶ୍ୱରେ ଆଜି ମାତୃ ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଓଡ଼ିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ…

