ପଥରଶିଳ୍ପ: ଓଡ଼ିଆର ଜାତିଗତ ସମ୍ପଦ

ବାହାର ଲେଖକମାନେ ଶାସ୍ତ୍ରର ମୂଳ ରହସ୍ୟକୁ ଖୋଜି ନ ଥିଲାପରି ମନେହୁଏ। ଯିଏ ଖୋଜିଛନ୍ତି ସେ କିମ୍ଭୂତକିମାକାର ତର୍ଜମା କରି ଓଡ଼ିଆ ସାଂସ୍କୃତିକ ପରମ୍ପରାକୁ କତରା (ଶେଯ) ଲାଗି କରିବାକୁ ଚେଷ୍ଟା କରିଛନ୍ତି। ଶୁଆଇ ଦେବାକୁ ଚାହିଁଛନ୍ତି। ଓଡ଼ିଆରେ ଗୋଟିଏ କଥା ଅଛି- ‘ଏକା ଥରକେ କତରାଲାଗି କରିଦେବି’। ଶାରୀରିକ, ଆର୍ଥିକ, ମାନସିକ ଓ ବାଚିକ (ବଚନ) ଆକ୍ରମଣରେ କତରାଲାଗି ସମ୍ଭାବନା ସୃଷ୍ଟି ହୁଏ। ବାହାରିଆ ତଥାକଥିତ ଇତିହାସକାର ତା’ ମଧ୍ୟରେ ଯୋଡ଼ିଲେ ସାଂସ୍କୃତିକ ଆକ୍ରମଣ। ସେମାନେ ଭାବିଲେ ଓଡ଼ିଆ ଜାତିର ଗୌରବକୁ କତରାଲାଗି କରିଦେଲେ ମୂଳରୁ କଥା ସରିବ। ହେଲେ ଓଡ଼ିଆ ଜାତିକୁ କତରାଲାଗି କରିବା ସମ୍ଭବ ନୁହେଁ, ସେକାଳରେ ବି ଓଡ଼ିଆ ଯଥା ସମ୍ଭବ ଜବାବ ଦେବା ପାଇଁ ଚେଷ୍ଟା କରିଥିଲା।
୧୯୪୭ ମସିହାରେ ‘ଶିଳ୍ପଚନ୍ଦ୍ରିକା’ ପୁସ୍ତକ ନିଖିଳ ଉତ୍କଳ ଗବେଷଣା କାର୍ଯ୍ୟାଳୟ, ପୁରୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ସଂସ୍କରଣର ‘ସମର୍ପଣ ପତ୍ର’ରେ ରଘୁନାଥ ମିଶ୍ର ଲେଖିଥିଲେ- xxx ମନ୍ଦିରମାନଙ୍କ ଶିଳ୍ପ କାର୍ଯ୍ୟର ପ୍ରତ୍ୟକ୍ଷ ବର୍ଣ୍ଣନା ପୁସ୍ତକ ପ୍ରକାଶିତ ନ ହୋଇଥିବାରୁ ହତାଶ ହୋଇ ସେମାନେ ଫେରନ୍ତି। କେହି କେହି ବିଦେଶୀ ବା ପ୍ରତିବେଶୀ ଐତିହାସିକ ବ୍ୟକ୍ତି କହିଯାନ୍ତି ଓ ପତ୍ରପତ୍ରିକାରେ ବି ଆଲୋଚନା କରିଛନ୍ତି। ‘ଏ ସବୁ ଶିଳ୍ପ ଓଡ଼ିଶାର ନ ହୋଇପାରେ, ବାହାର ଲୋକ ସାହାଯ୍ୟରେ ଏହା ନିର୍ମାଣ କରାଯାଇଥିବ’। xxx ସେ ଏହା ଉପରେ ଆହୁରି କହିଛନ୍ତି ମତକୁ ଖଣ୍ଡନ କରିବା ପାଇଁ ଯୁକ୍ତିମୂଳକ ଶାସ୍ତ୍ରୀୟ ପ୍ରମାଣ ଦରକାର। ତେଣୁ ସେ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଅବଶ୍ୟ ଆମେ ଏ ଦିଗରେ ଆଜି ମଧ୍ୟ କିଛିମାତ୍ରାରେ ପଛରେ ଅଛେ। ପ୍ରଚୁର ପ୍ରାମାଣିକ ପୋଥି ଅଛି, ମାତ୍ର ଲୋକଲୋଚନକୁ ଆସିବାର ତରିକାରେ ହେଳା କରିଛେ।
‘ଶିଳ୍ପ ଚନ୍ଦ୍ରିକା’ର ମୁଖବନ୍ଧ ଲେଖିଥିଲେ କୁଞ୍ଜବିହାରୀ ଦାଶ, ସୁପରିଣ୍ଟେଣ୍ଡେଣ୍ଟ, ସଂସ୍କୃତି ବିଭାଗ। ସେ ଓଡ଼ିଆ ଜାତିର କଳା ନିପୁଣତା ବିଷୟରେ ଯାହା ଲେଖିଥିଲେ ତାହା ପଢ଼ିବା କଥା। ସେ ଲେଖିଥିଲେ- xxx ଶିଳ୍ପ ଓଡ଼ିଆର ଜାତିଗତ ସମ୍ପଦ। xxx ସମସ୍ତ ସାଂସାରିକ ସୁଖ ସୌଭାଗ୍ୟକୁ ଜଳାଞ୍ଜଳି ଦେଇ ସେ ଲାଗିଥିଲା ଅଦୃଷ୍ଟ ପୂର୍ବ ଶିଳ୍ପସୃଜନରେ। ଯଶଃ ପିପାସା ସେମାନଙ୍କ ଅନ୍ତରରେ କଳୁଷର ରେଖା ଟାଣିପାରି ନ ଥିଲା। ଗୋଟିଏ ଜାତିକି ବେଠି ଖଟାଇ ରାଜଶକ୍ତି ଏହା କରାଇ ନ ଥିଲା। ତାହା ହୋଇଥିଲେ ଶ୍ରେଷ୍ଠ ଶିଳ୍ପର ଇଙ୍ଗିତ ମିଳନ୍ତା କାହୁଁ? ଏହା ଯଥାର୍ଥରେ ଜାତିର ଅନ୍ତର୍ନିହିତ ପ୍ରତିଭାର ଅଦ୍ଭୁତ ସ୍ଫୁରଣ’।
ଏଥିରୁ ସ୍ପଷ୍ଟ ହୁଏ ଶ୍ରୀ ଦାଶ ଆମର ସ୍ବାଭିମାନ ପ୍ରତି ଖୁବ୍‌ ସଚେତନ ଥିଲେ। ଏଥିରେ ଦୁଇଟି ସମାଲୋଚନାର ସେ ଉତ୍ତର ରଖିଛନ୍ତି। ଗୋଟିଏ ଓଡ଼ିଆମାନେ କରି ନ ଥିଲେର ଉତ୍ତର- ଶିଳ୍ପ ଓଡ଼ିଆର ଜାତିଗତ ସମ୍ପଦ। ଦ୍ୱିତୀୟରେ ଯେଉଁମାନେ ଶିଳ୍ପୀଙ୍କୁ ବେଠି ଖଟାଉଥିବା ରାଜଶକ୍ତି ଏବଂ ଅକଥନୀୟ ନିର୍ଯାତନା ଦେଇ କୋଣାର୍କ ମନ୍ଦିର ନିର୍ମାଣ କରାଇଥିଲା ବୋଲି ହଟଚମଟ ମୂଳକ ମତ ଦେଇଥିଲେ ତାହାର ଉତ୍ତର ମଧ୍ୟ ଦେଇଛନ୍ତି।
ଯେଉଁମାନେ ମନ୍ଦିର ନିର୍ମାଣ ଶୈଳୀର କୁହେଳିକାରୁ ଆଲୋଚନା ଆରମ୍ଭ କରିଥିଲେ ସେମାନଙ୍କୁ ସ୍ପଷ୍ଟ ଭାଷାରେ କୁଞ୍ଜବିହାରୀ ଜଣେଇ ଦେଇଛନ୍ତି- ଆର୍ଯ୍ୟ ଭାରତୀୟ ଶୈଳୀରେ ଉତ୍କଳୀୟ ମନ୍ଦିର ରଚନା ସକାଶେ ଏହା ପ୍ରସିଦ୍ଧି ଲାଭ କରିନାହିଁ। ଶିଳ୍ପୀର ହୃଦୟ ଘେନି ଓଡ଼ିଆ ଜାତି ପୃଥିବୀରେ ଜନ୍ମ ହୋଇଛି। ସୂର୍ଯ୍ୟ ସହିତ କିରଣ, କୁସୁମ ସହିତ ସୌରଭ, ଅଗ୍ନି ସହିତ ଉଷ୍ଣତା ଯେପରି ନିବିଡ଼ ଭାବରେ ସଂଯୁକ୍ତ, କଳା ସହିତ ଉତ୍କଳୀୟ ସେହିପରି ଅଙ୍ଗାଙ୍ଗୀ ଭାବରେ ସମ୍ପୃକ୍ତ। ସୃଜନ ପ୍ରବୃତ୍ତି ଓଡ଼ିଶାର ପ୍ରକୃତିଗତ। ଏଥିରେ ହିଁ ବିଶ୍ୱର ସକଳ ଜାତିଠାରୁ ଉତ୍କଳର ବୈଶିଷ୍ଟ୍ୟ ଫୁଟିଉଠିଛି’ xxx। (ତତ୍ରୈବ)।
ଏହା ହେଉଛି ଓଡ଼ିଆ ଜାତିର ସ୍ବାଭିମାନର ସ୍ବରଲିପି। ଆମେ ଶ୍ରୀ ଦାଶଙ୍କର ଆଭିମୁଖ୍ୟକୁ ଶିଳ୍ପଚନ୍ଦ୍ରିକା ପୁସ୍ତକର ମୁଖବନ୍ଧରୁ ଉଦ୍ଧାର କରି ଆଲୋଚନା କରିବାର ଆବଶ୍ୟକତା ସହଜରେ ଅନୁମେୟ। ଚଉସ୍ତରି ବର୍ଷ ତଳେ ସେ ଲେଖିଥିଲେ ଏଇଥିପାଇଁ ଯେ ବାହାରିଆ ଇତିହାସକାରମାନେ ବହୁ ହିନିମାନିଆ କଥା ଲେଖି ଗୋଟେ ଜାତିର ଗୌରବମୟ ଐତିହ୍ୟକୁ ହିନଛାକରା କରିଥିଲେ। ଓଡ଼ିଶାରେ ମନ୍ଦିର ସଂଖ୍ୟା ଏକ ଲକ୍ଷରୁ ନିଶ୍ଚୟ ବେଶି ହେବ। ବଣବୁଦାର ଭଙ୍ଗା ମନ୍ଦିରରେ କେତେ ଯେ ଦେବଦେବୀ ଅପୂଜା ରହୁଛନ୍ତି କିଏ କଳନା କରିବ? ଏପରି କି ମାଟି ଆଡ଼େଇଦେଲେ କେଉଁ ଯୁଗର ସୂକ୍ଷ୍ମ କାରୁକାର୍ଯ୍ୟ ମୂର୍ତ୍ତି ବାହାରିପଡ଼ି ଅତୀତ ସଭ୍ୟତାର ଅନେକ କିଛି କହିଯାଏ ବୋଲି ଶ୍ରୀ ଦାଶଙ୍କ ମତ ଏକ ଚିପୁଡ଼ା ନିର୍ଯାସ।
ବାସ୍ତବରେ ଆମ ମନ୍ଦିର, ଆମ ଐତିହ୍ୟ ଉପରେ ଆକ୍ରମଣ ଓ ଲୁଣ୍ଠନ ଯାଇ ଗଁାରେ ପହଞ୍ଚିଥିଲା। ଶହ ଶହ ବର୍ଷ ଧରି ଖଜଣା ଆଳରେ ଘର ଘର ଲୁଣ୍ଠନ କରାଗଲା। ବର୍ଗୀମାନେ ମାରିପିଟି ଓଡ଼ିଆଙ୍କର ପେଡ଼ି ପୁଟୁଳା ବି ଲୁଟି ନେଲେ। ଫିରିଙ୍ଗୀବାଲା ଶେଷକୁ ଆମ ଜମିଜମା ସୂର୍ଯ୍ୟ ଅସ୍ତ ହେବା ମାତ୍ରେ କଲିକତାରେ ଥାଇ ନିଲାମ କରିନେଲେ। ଅନ୍ନ ଚିନ୍ତା ଚମତ୍କାରରେ ଘାରି ହେଲା ଏ ଜାତି। ନିଜକୁ ରକ୍ଷା କରିବା ଯେଉଁଠି ଅସମ୍ଭାଳ ସେଠି ମନ୍ଦିର ମାଟିରେ ମିଶିଯିବା ସ୍ବାଭାବିକ ହୋଇପଡ଼ିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଅଭିଯୋଗ: ପୃଥକ୍‌ ମାମଲା, ଟ୍ୟୁଶନ ଶିକ୍ଷକ ଗିରଫ

ନାଉଗଁ।, ୯।୧ (ସ୍ବ.ପ୍ର):ଚାକିରି କରାଇ ଦେବା ନଁ।ରେ ନାଉଗାଁ ବ୍ଲକ ନନ୍ଦୀ ଗ୍ରାମର ଜଣେ ଟ୍ୟୁଶନ ଶିକ୍ଷକ ଝିଅମାନଙ୍କୁ ନେଇ ପାରାଦୀପରେ ଦେହ ବ୍ୟବସାୟରେ ନିୟୋଜିତ...

ଦୈନିକ ସାଢ଼େ ୪ ଘଣ୍ଟା ଚାଲିବ ବିଧାନସଭା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ଏହି ଅଧିବେଶନ କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ। ଦୈନିକ ସାଢ଼େ୪ ଘଣ୍ଟା...

ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର...

‘ଅମ୍ଫନ୍‌’: ପଶ୍ଚିମବଙ୍ଗର ଦୀଘାକୁ ଛୁଇଁବା ସମ୍ଭାବନା

ଭୁବନେଶ୍ୱର,୧୬।୫(ବ୍ୟୁରୋ)-କରୋନା(କୋଭିଡ-୧୯)ସଙ୍କଟରେ ଛଟପଟ ହେଉଥିବା ଓଡ଼ିଶା ଏବେ ପୁଣି ଆଉ ଏକ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେବାକୁ ଯାଉଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର...

ଟୁଇଟ୍‌ କରି ସହଯୋଗର ହାତ ବଢ଼ାଇଲେ ୩ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ପ୍ରକୋପରୁ ଓଡ଼ିଶା ବର୍ତ୍ତି ଯାଇଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ସମୀକ୍ଷା ଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ...

ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪ା୨- ଓଡ଼ିଶାରେ ଗୁରୁବାର ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୨,୬୧୧ରେ...

କରୋନା ମାଡ଼ରେ ବେପାର ମାନ୍ଦା

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛିା ହାଟ, ବଜାର, ସଭା ସମିତିକୁ ନ ଯିବାକୁ ବାରଣ କରାଯାଉଛି।...

Advertisement
Archives

Model This Week