ପୂର୍ବତନ ସଂସ୍କୃତି ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ

ବାଲେଶ୍ୱର ଅଫିସ, ୧୦।୫: ପୂର୍ବତନ ସଂସ୍କୃତି ବିଭାଗ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ଗୋପୀନାଥ ମହାନ୍ତି(୭୨)ଙ୍କ ସୋମବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।
ପୂର୍ବତନ ସଚିବ ଗୋପୀନାଥଙ୍କ ଘର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ଇଙ୍କଡ଼ ସାହିରେ। ସେ ରାଜ୍ୟ ସରକାରଙ୍କର ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ। ଢ଼େଙ୍କାନାଳ ଜିଲାପାଳଙ୍କଠାରୁ ଆରମ୍ଭ କରି ବିଦ୍ୟୁତ୍‌ ବିଭାଗର ଯୁଗ୍ମ ସଚିବ, ସଂସ୍କୃତି ସଚିବ, ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଭଳିି ପଦବୀରେ କାର୍ଯ୍ୟ କରିଥିଲେ। ଗ୍ରାମରେ ଜଗନ୍ନାଥ ମନ୍ଦିର ସହ ବାପାଙ୍କ ନାମରେ ହାଇସ୍କୁଲ, ମା’ଙ୍କ ନାମରେ ଏମ୍‌ଇ ସ୍କୁଲ ଏବଂ ଶ୍ରୀଜଙ୍ଗ ସ୍ବାଧୀନତା ସଂଗ୍ରାମୀ ସ୍ମୃତି ପରିଷଦ ଗଠନ କରିଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ଜିଲାର ସାଂସ୍କୃତିକ ଇତିହାସ ସଙ୍କଳନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ (ଓଡ଼ିଶା)ର ପ୍ରତିଷ୍ଠାତା ତଥା ସ୍ଥାୟୀ ସଭାପତି, ଫକୀରମୋହନ ସ୍ମୃତି ସଂସଦର ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ପ୍ରଚେଷ୍ଟାରେ ଜିଲାରେ ଥିବା ଐତିହାସିକ ଶାନ୍ତିକାନନ ସୌନ୍ଦର୍ଯ୍ୟକରଣ ହୋଇପାରିଥିଲା। ତାଙ୍କ ବିୟୋଗରେ ଫକୀରମୋହନ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଶ୍ରୀଜଙ୍ଗ ସ୍ବାଧୀନତା ସ୍ମୃତି ପରିଷଦର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଅଧ୍ୟାପକ କମଳାକାନ୍ତ ଦାସ, ଶ୍ରୀଜଙ୍ଗ ସରପଞ୍ଚ କାର୍ତ୍ତିକ ବାରିକ, ବରିଷ୍ଠ ନାଗରିକ ରବି ରଥ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହସନ ପାଳଟିଲାଣି ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଲୋକେ ଅସନ୍ତୋଷ

କେସିଙ୍ଗା,୨୦।୭:(ତୁମେଶ୍ୱର ସାହୁ): ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଲୋକଙ୍କ ପାଖରେ ଯୁଗ୍ମ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିଛନ୍ତି। ତେବେ ପ୍ରଶାସନିକସ୍ତରରେ ସ୍ଥାଣୁତା ଓ…

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

ଦୁଇ IAS ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୦।୭: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର। IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ। ଏହା…

ସୋନମ ୱାଙ୍ଗଚୁକଙ୍କ ସ୍ତ୍ରୀଙ୍କ ବଡ଼ ଘୋଷଣା: ଆଗକୁ ସାରା ଦେଶରେ ଭୟଙ୍କର ହେବ…

ନୂଆଦିଲ୍ଲୀ,୨୦।୭: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ଆଜିର ପ୍ରଦର୍ଶନ ଉପରେ କହିଛନ୍ତି ଯେ, କୌଣସି ସଂଘର୍ଷ ସହଜ ହୋଇନଥାଏ। ଏହା ପିଲାମାନଙ୍କର ସାହସ ବଢ଼ାଇବ।…

ଖେମୁଣ୍ଡି ଲୋକ ମହୋତ୍ସବ ଉଦ୍‌ଘାଟନ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି, ୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ…

‘ମାମ୍‌ ଆପଣଙ୍କର ପିଲା ହୋଇଥିଲେ କ’ଣ…’, ପୋଲିସର ଲାଠିଚାର୍ଜରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଜନ୍ତର ମନ୍ତରଠାରେ ଆଜି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ‘କକରୋଚ ଜନତା ପାର୍ଟି’ (CJP) ର କର୍ମକର୍ତ୍ତା ଏବଂ ସମର୍ଥକମାନେ…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ବଞ୍ଚାଉଛନ୍ତି ସରକାର? ବଡ଼ ଖୁଲାସା କଲେ ପ୍ରିୟଙ୍କା ଚତୁର୍ବେଦୀ, ମୋଦିଙ୍କ ‘ଖାସ୍‌ ରତ୍ନ’ କହି…

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri