ଡିଜିପି ଚୟନ ପ୍ରସଙ୍ଗରେ ସମୟ ଲୋଡ଼ିଲେ ସରକାର
ଭୁବନେଶ୍ୱର, ୩।୯(ସୁନିତ୍ ମିଶ୍ର): ରାଜ୍ୟର ଡିଜିପି ଚୟନ ପ୍ରସଙ୍ଗକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମୟ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ନେଇ ୨୦୦୬ ପ୍ରକାଶ ସିଂଙ୍କ ମାମଲାରେ…
ପ୍ରତି ଜିଲାରେ ନିଯୁକ୍ତ ହେବେ ୫ ‘ଶକ୍ତି ଅପା’
ଭୁବନେଶ୍ୱର,୩ା୯(ସୁଚିସ୍ମିତା ସାହୁ): ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ କଲ୍ୟାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ପ୍ରତି ଜିଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’। ଏମାନଙ୍କୁ ମନୋନୟନ କରି ନାମ ତାଲିକା ଦାଖଲ କରିବାକୁ…
ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍
ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର ଟଙ୍କାର ମୋଟା ଜରିମାନା କମିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼…
ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି
ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି ଖୋଜାଚାଲିଛି। ଏନ୍ଟିପିସି ପକ୍ଷରୁ ଦେବଗଡ଼ ଓ ନବରଙ୍ଗପୁରରେ ପରମାଣୁ ଶକ୍ତି ପ୍ରକଳ୍ପ ଲାଗି…
ଗ୍ରୀନ୍ ବିଲ୍ଡିଂରେ ୨୪% ପର୍ଯ୍ୟନ୍ତ ଖର୍ଚ୍ଚ ସଞ୍ଚୟ ସମ୍ଭବ
ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ସୌର ଓ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା କେବଳ ଯେ ପରିବେଶକୁ ସୁସ୍ଥ ଓ ସବୁଜ ରଖାଯାଇପାରିବ ତାହା ନୁହେଁ, ପରିବାରର ଖର୍ଚ୍ଚ ୨୪% ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି କହିଛନ୍ତି।…
ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…
ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ…
ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…
ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର ୮ ଓ ୯ ତାରିଖରେ ଦୁବାଇରେ ଦୁଇଦିନିଆ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ।…
କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ
ଭୁବନେଶ୍ୱର,୧।୯: ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍ଖା ଓ ପାନ ମସଲା ଭଳି ନିଶାଦ୍ରବ୍ୟ ଏବଂ ତମାଖୁଜାତୀୟ ସାମଗ୍ରୀ ବିକ୍ରି ନେଇ ଅଭିଯୋଗ ମିଳିବା…
ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା
ଭୁବନେଶ୍ୱର,୧।୯: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍ସି, ଏସ୍ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…
ଭୁବନେଶ୍ୱର,୧ା୯(ସୁନିତ୍ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜଗୁଡ଼ିକରେ ନାମଲେଖା (ଆଡ୍ମିଶନ) ବେଳେ ଏବଂ ଆଡ୍ମିଶନର ପ୍ରଥମ ୬ ମାସ…
୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍ମ୍ୟାପ୍
ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ ସୂଚନା ମିଳିଛି। ତେବେ ବୈଠକର ସ୍ଥାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ପକ୍ଷରୁ…
ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ
ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ କୋଠରିରେ ନୁହେଁ, ବରଂ ଜନସାଧାରଣଙ୍କ ଦ୍ୱାରଦେଶରେ ଥାଏ। ଭାରତୀୟ ଗଣତନ୍ତ୍ରର ମୂଳଦୁଆ ସ୍ଥାନୀୟ…

