ମେଟ୍ରୋ

ଖଣ୍ଡା ବିକ୍ରି ଉପରେ କଟକଣା ନାହିଁ, ବଢ଼ୁଛି ଅପରାଧ

ଭୁବନେଶ୍ୱର,୧୪।୧୦(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ବରରେ ଅପରାଧୀଙ୍କ ଆତଙ୍କ ଥମିବାର ନାଁ ନେଉନି। ଅପରାଧୀମାନେ ସହରରେ ଖଣ୍ଡା ଦେଖାଇ ଭୟ ସୃଷ୍ଟି କରିବାଠୁ ଆରମ୍ଭ କରି ଖଣ୍ଡାରେ ଆକ୍ରମଣ କରି ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଉଛନ୍ତି। ଭୁବନେଶ୍ୱରର ୧ ନମ୍ବର ମାର୍କେଟରୁ…

ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା: ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ଲୋଡ଼ିଲେ ସିପି-ଡିସିପି

ଭୁବନେଶ୍ୱର,୧୪ା୧୦: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ। କ୍ୟାମ୍ପସ ଅଡିଟୋରିୟମ…

ଅଭିଯୁକ୍ତ ସୌମ୍ୟଙ୍କୁ ଅତିରିକ୍ତ ଡିସିପି ସୁରକ୍ଷା ଦେଉଥିବା ଚର୍ଚ୍ଚା: ଚର୍ଚ୍ଚିତ ଆଇକାର୍ଡ, ପୋଲିସ ଚୁପ୍‌

ଭୁବନେଶ୍ୱର,୧୪।୧୦(ତ୍ରିନାଥ ମହାନ୍ତି): କାର ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ଆଇନ ଛାତ୍ର ସୌମ୍ୟରଞ୍ଜନ ରଥଙ୍କୁ ସୁରକ୍ଷା ଦେଉଥିଲେ କି ଭୁବନେଶ୍ୱରର ଅତିରିକ୍ତ ଡିସିପି ତପନ କୁମାର ପଟ୍ଟନାୟକ। ସୌମ୍ୟ କଟକ-ପୁରୀ ବାଇପାସ୍‌ର କେଶୁରା ଛକରେ ଦୁର୍ଘଟଣା ଘଟାଇବା ପରେ ତାଙ୍କ କାର୍‌ରୁ…

ସପ୍ତାହେ ନ ପୂରୁଣୁ ବଦଳିଲେ କନ୍ଦରପୁର ଥାନା ଅଧିକାରିଣୀ: ବଢୁଛି ଚର୍ଚ୍ଚା

କଟକ ସଦର,୧୪।୧୦ (ସୁଶାନ୍ତ କୁମାର ଜେନା): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ବ୍ୟବସ୍ଥାରେ ଅଧିକାରୀଙ୍କ ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। କନ୍ଦରପୁର ଥାନା ଅଧିକାରିଣୀ ଭାବେ ଯୋଗଦେବାର ମାତ୍ର ୮ ଦିନ ମଧ୍ୟରେ ଅନୁସୂୟା ସେଠୀଙ୍କୁ ହେଡକ୍ୱାର୍ଟସକୁ ବଦଳି କରାଯାଇଛି। ଏନେଇ…

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୬ଟି ପ୍ରସ୍ତାବରେ ବାଜିଲା ମୋହର;ନବମ-ଦଶମ ପିଲାଙ୍କୁ ମାଗଣା ବହି,ବଦଳିବ ସହରର…

ଭୁବନେଶ୍ୱର,୧୩|୧୦: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଥିବା ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ ପକ୍ଷରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ନିଲମ୍ବିତଙ୍କ ମଧ୍ୟରେ ପୁରୀ ନିର୍ବାଚନମଣ୍ଡଳୀର…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ ପଡ଼ିଆ ଉଦ୍‌ଘାଟନ ସମୟରେ ଉଭୟଙ୍କ ମଧ୍ୟରେ କଟାକଟି ହେବା ସହ ମୁହାଁମୁହିଁ ପରିସ୍ଥିତି…

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌

ଭୁବନେଶ୍ୱର, ୧୨।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇ ନ ଥିବାବେଳେ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି ନଥିବାରୁ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ବାତ୍ୟାର ରୂପ ନେବାର…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା ବୋଲି କୁହାଯାଉଥିଲା। ମାତ୍ର ଏହା ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ ବୋଲି ସିସିଟିଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?