ଓଡ଼ିଶାର ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା
ଭୁବନେଶ୍ୱର, ୭।୯(ବ୍ୟୁରୋ): ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ଆଉଏକ ସଫଳତା ହାସଲ କରିଛି। ଓଡ଼ିଶାର ନୂଆ ପ୍ରଜାତି ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି। ଏନେଇ ଦି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ ରିସର୍ଚ୍ଚ (ଆଇସିଏଆର)-ନ୍ୟାଶନାଲ ବ୍ୟୁରୋ ଅଫ୍ ଆନିମଲ…
‘ଇନ୍ସ୍ପାୟାର୍.. ଏମ୍ପାୱାର’ ଲୋକାର୍ପିତ
ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍ସ୍ପାୟାର୍.. ଏମ୍ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ବହିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ…
ନୃତ୍ୟରେ ମହାଦେବଙ୍କୁ ପ୍ରଣତି ଜଣାଇଲେ ଅନିତା
ଭୁବନେଶ୍ୱର, ୭।୯ (ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ୨୭ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ତଥା ସାରସ୍ବତ ସଂସ୍କୃତି କେନ୍ଦ୍ରର ପ୍ରତିଷ୍ଠାତା ଅନିତା ମଲ୍ଲିକଙ୍କ ନୃତ୍ୟରୁ…
‘ଖୁବ୍ଶୀଘ୍ର ଓଡ଼ିଶାର ଜଳବିବାଦ ସମାଧାନ ହେବ’
ଭୁବନେଶ୍ୱର, ୭।୯(ବ୍ୟୁରୋ): ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମେତ ବିଭିନ୍ନ ଜଳ ସମସ୍ୟା ଯୋଗୁ ରାଜ୍ୟବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରିବୁନାଲରେ ରହିଥିବା ସମସ୍ତ ମାମଲାକୁ ଏବେ ଅନୁଧ୍ୟାନ କରାଯାଉଛି। ଖୁବ୍ଶୀଘ୍ର ଓଡ଼ିଶାରେ ଜଳବିବାଦର ସମାଧାନ…
ସାରା ରାଜ୍ୟରେ ଲଘୁଚାପ ବର୍ଷା
ଭୁବନେଶ୍ୱର, ୭।୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଫଳରେ ସୋମବାର ସାରା ରାଜ୍ୟରେ ବର୍ଷା ହୋଇଥିବାବେଳେ…
ମୁଣ୍ଡପିଛା ଋଣ ୯ ବର୍ଷରେ ଅଢ଼େଇ ଗୁଣ ବୃଦ୍ଧି
ଭୁବନେଶ୍ୱର,୭।୯(ବ୍ୟୁରେ): ଗତ ୯ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣ ଭାର ବୃଦ୍ଧି ପାଇଛି। ୨୦୧୧-୧୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଋଣବୋଝ ଅଢ଼େଇ ଗୁଣ ବଢିଛି। ୨୦୧୦-୧୧ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ପରିମାଣ ୯୧୪୪.୪୦…
ଆସନ୍ତାବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା
ଭୁବନେଶ୍ୱର,୭।୯(ବ୍ୟୁରେ): ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ସୁନ୍ଦରଗଡ଼ଠାରେ ଏନ୍ଟିପିସି ସହାୟତାରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲରେ ନାମଲେଖା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ୧୦୦ ଜଣ ଏମ୍ବିବିଏସ୍ ଛାତ୍ର ବାର୍ଷିକ ନାମଲେଖା ସହ ୫୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲରେ ରୋଗୀସେବା ଆରମ୍ଭ…
ସରକାର ମରୁଡ଼ି ସ୍ବୀକାର କରନ୍ତୁ: ବିରୋଧୀ
ଭୁବନେଶ୍ୱର,୭।୯(ବ୍ୟୁରେ): ରାଜ୍ୟରେ ସ୍ବଳ୍ପ ବର୍ଷା ଯୋଗୁ ଅନେକ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷକାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ମରୁଡ଼ି ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ…
୨ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଦେଇଛି ୪୦୫ କୋଟି
ଭୁବନେଶ୍ୱର,୭।୯(ବ୍ୟୁରୋ): କୋଭିଡ୍ ସମୟରେ ଗତ ୨ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୪୦୫ କୋଟି ଟଙ୍କା ଦେଇଛନ୍ତି। ସୋମବାର ବିଜେଡି ସଭ୍ୟ ମୌଷଧୀ ବାଗଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି I…
ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରେ ଅନୁଗୋଳ, କଟକ, ଖୋର୍ଦ୍ଧାରୁ ୨ ଲେଖାଏ ଓ ପୁରୀରୁ ଜଣେଅଛନ୍ତି।
ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୩ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ…
୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ୍ରେ ମରିଛନ୍ତି ୮୦୨୮
ଭୁବନେଶ୍ୱର, ୭।୯(ବ୍ୟୁରୋ): ରାଜ୍ୟରେ କୋଭିଡ୍ ମୃତ୍ୟୁକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟ ସରକାର ଦେଉଥିବା ତଥ୍ୟ ଠିକ୍ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି। ତେବେ ସରକାର ଦୈନିକ ଯେଉଁ ତଥ୍ୟ ଦେଉଛନ୍ତି ତା’ଠାରୁ ଢେର ଅଧିକ ମଶାଣିରେ…
Archives


