ଆସନ୍ତାବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା

ଭୁବନେଶ୍ୱର,୭।୯(ବ୍ୟୁରେ): ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ସୁନ୍ଦରଗଡ଼ଠାରେ ଏନ୍‌ଟିପିସି ସହାୟତାରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲରେ ନାମଲେଖା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ୧୦୦ ଜଣ ଏମ୍‌ବିବିଏସ୍‌ ଛାତ୍ର ବାର୍ଷିକ ନାମଲେଖା ସହ ୫୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲରେ ରୋଗୀସେବା ଆରମ୍ଭ ହେବ। ସୋମବାର ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି।
ଶୂନ୍ୟକାଳରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ବିବୃତି ରଖି କହିଛନ୍ତି, ସୁନ୍ଦରଗଡ଼ ଜିଲାରେ ଏନ୍‌ଟିପିସି ସହାୟତାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୩ରେ ରାଜ୍ୟ ସରକାର ଓ ଏନ୍‌ଟିପିସି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ତଦନୁଯାୟୀ ଏନ୍‌ଟିପିସି ଏହି ମେଡିକାଲ କଲେଜ ନିର୍ମାଣ ପାଇଁ ତାହାର ସିଏସ୍‌ଆର୍‌ ପାଣ୍ଠିରୁ ୩୫୦ କୋଟି ଟଙ୍କା ବ୍ୟୟ କରିବ ଏଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ୨୧ ଏକର ଜମି ଯୋଗାଇ ଦେଇଛନ୍ତି।
ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ, ନେତା, ଆଇନଜୀବୀ ଓ ସାଧାରଣ ଜନତାଙ୍କ ଦାବିକୁ ଦୃଷ୍ଟିରେ ରଖି ଏବଂ ଏହି ସ୍ଥାନରେ ସଡ଼କ ଓ ଆକାଶ ମାର୍ଗରେ ଯୋଗାଯୋଗର ସୁବିଧା, ପଡ଼ୋଶୀ ରାଜ୍ୟ ବିହାରରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ଓ ପଶ୍ଚିମ ଓଡ଼ିଶାରେ ଉନ୍ନତମାନର ରୋଗୀସେବା ପାଇଁ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ୨୦୨୦ ନଭେମ୍ବର ୨୪ରେ ସୁନ୍ଦରଗଡରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ଲାଗି ଚିଠି ଲେଖି ଅନୁରୋଧ କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହିସାବରେ ଚଳିତବର୍ଷ ମାର୍ଚ୍ଚରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ମଧ୍ୟ ଏସଂକ୍ରାନ୍ତରେ ସେ ନିଜେ ଅନୁରୋଧ କରିଥିବା ନବ କହିଛନ୍ତି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକାଙ୍କ ନେତୃତ୍ୱରେ ଏକ ୬ଜଣିଆ କେନ୍ଦ୍ରୀୟ ଟିମ୍‌ ଚଳିତବର୍ଷ ଏପ୍ରିଲରେ ସୁନ୍ଦରଗଡ ପରିଦର୍ଶନ କରିଥିଲେ। ଏହି ଟିମ୍‌ ସୁନ୍ଦରଗଡ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଜିଲାପାଳଙ୍କ ସହିତ ଆଲୋଚନା ସମୟରେ ୨୦୦ ଏକର ଜମି ଆବଶ୍ୟକ ପଡିବ ବୋଲି କହିଥିଲେ। ରାଜ୍ୟ ସରକାର ଏହି ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେବା ସହିତ ଜିଲା ଖଣିଜ ପାଣ୍ଠିରୁ ଦ୍ୱିତୀୟ ଏମ୍‌ସ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ରାଜି ହୋଇଥିଲେ। ତେବେ ଇତିମଧ୍ୟରେ ୫ ମାସ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କଠାରୁ ଦ୍ୱିତୀୟ ଏମ୍‌ସ ନିର୍ମାଣ ନେଇ କୌଣସି ଉତ୍ତର ମିଳୁ ନ ଥିବା ମନ୍ତ୍ରୀ କହିଛନ୍ତି। ଯଦି କେନ୍ଦ୍ର ସରକାର ସୁନ୍ଦରଗଡଠାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେବେ ତେବେ ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?