ମେଟ୍ରୋ

ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ବଦଳିଲେନି ଅଧ୍ୟକ୍ଷ

ଭୁବନେଶ୍ୱର,୨୨ା୬ (ବନ୍ଦନା ସେଠୀ)ଶାନ୍ତି ଶୃଙ୍ଖଳାରେ ସରିଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ। ବୁଧବାର ବିଏମ୍‌ସି ମୁଖ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବଦଳିବା ନେଇ ଯେଉଁ…

ମାସେ ୨୦ଦିନରେ ୩୮.୩୪ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ)କମିଶନରେଟ ପୋଲିସ ଦ୍ୱାରା ଭୁବନେଶ୍ୱରରେ ଜାରି ରହିଥିବା ’ସେଫ୍‌ ସିଟି ଡ୍ରାଇଭ’ ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବେଆଇନ ନିଶା କାରବାର, ସର୍ବସାଧାରଣରେ ମଦ୍ୟପାନ ଆଦି ଅସାମାଜିକ କାର୍ଯ୍ୟ କରି ‘ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ’ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠୁ…

୫ ବର୍ଷ ବିତିଲା: ମିଶନ ଶକ୍ତି ଗୃହ ନିର୍ମାଣ ସରୁନାହିଁ

ନିଶ୍ଚିନ୍ତକୋଇଲି,୨୨ା୬(ଅଶୋକ କୁମାର ମହାପାତ୍ର)କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ପଞ୍ଚାୟତ ସାଙ୍କିଲୋଠାରେ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲାଣି ମନ୍ଥର ଗତିରେ ଚାଲିଥିବା ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଅପରପକ୍ଷରେ ଏହି…

ଦୋକାନରେ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଫେରାର

ମଙ୍ଗୁଳି-ଜଗତପୁର,୨୨ା୬(ମାନସ ସାମଲ)ଜଗତପୁର ଥାନା ଅଧୀନ ତ୍ରିନାଥ ସାହିସ୍ଥିତ ଏକ ଚା’ ଦୋକାନରେ ଜଣେ ମହିଳାଙ୍କୁ ହାଣି ହତ୍ୟା କରାଯାଇଛି। ସେ ହେଲେ ତ୍ରିନାଥ ସାହିର କବିତା ବେହେରା। ବୁଧବାର ସକାଳେ ଖବରପାଇ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ, ଥାନା ଅଧିକାରୀ…

ଅବଢ଼ା ଯୋଜନା ବ୍ୟୟ ଅଟକଳ ବଢ଼ିଲା

ଭୁବନେଶ୍ୱର,୨୨ା୬(ଅନିଲ ଦାସ) ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ ଓ ଏହାର ସଂରକ୍ଷଣ ପୁନର୍ଜୀବିତ କରିବା ପାଇଁ ସରକାର ଅବଢ଼ା ଯୋଜନା କରିଛନ୍ତି। ପୂର୍ବରୁ ଏହି ଯୋଜନା ପାଇଁ ୩,୨୦୮ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ଏହି ଯୋଜନା ଅଧୀନରେ ଅନେକ ପ୍ରକଳ୍ପ…

ଇଚ୍ଛାଧୀନ କୋଟା ଟାସ୍କଫୋର୍ସ ରିପୋର୍ଟ ସଂଶୋଧନକୁ କ୍ୟାବିନେଟ ମୋହର

ଭୁବନେଶ୍ୱର,୨୨ା୬(ଅନିଲ ଦାସ) ଇଚ୍ଛାଧୀନ କୋଟା ବଳରେ ସରକାରୀ ଜମି ହାତେଇଥିବା ବ୍ୟକ୍ତିଙ୍କୁ ଆଇନଗତ ମାଲିକାନା ହକ୍‌ ଦେବା ନେଇ ୭ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଟାସ୍କଫୋର୍ସଙ୍କ ନିଷ୍ପତ୍ତିର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ବୁଧବାର ଅନୁମୋଦନ କରିଛି। ଏଥିରେ ଟାସ୍କଫୋର୍ସ…

ଆଜି ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର ଓ ମଙ୍ଗଳ ଗ୍ରହ

ଭୁବନେଶ୍ୱର,୨୨ା୬(ବନ୍ଦନା ସେଠୀ)ଗୁରୁବାର ସନ୍ଧ୍ୟାରେ ଶୁକ୍ର ଓ ମଙ୍ଗଳ ଗ୍ରହର ଖୁବ୍‌ ନିକଟରେ ଚନ୍ଦ୍ର ଦେଖାଯିବ। ପଶ୍ଚିମ ଆକାଶରେ ଶୁକ୍ର ଉଜ୍ଜ୍ୱଳ ଓ ମଙ୍ଗଳ ଗ୍ରହ ଫିକା ଲାଲ ରଙ୍ଗର ଦେଖାଯିବ। ତେବେ ଚନ୍ଦ୍ର ସହିତ ଏମାନଙ୍କ କୌଣିକ ଦୂରତା ପ୍ରାୟ ୨ରୁ…

ଦୁଇ ଅଭିଯୁକ୍ତଙ୍କ କ୍ରିପ୍ଟୋ ଆକାଉଣ୍ଟରେ ୧.୩ କୋଟି

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ) ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅଧିକ ତଦନ୍ତ ଜାରି ରଖିଛି। ଗିରଫ ୫ ଅଭିଯୁକ୍ତ ଜେଲରେ ଦିନ କାଟୁଥିବାବେଳେ ଏସ୍‌ଟିଏଫ୍‌ ଏହି…

ବାହାନଗା ସ୍କୁଲ୍‌: ଭୂତ ଭୟରେ କମିଲା ଉପସ୍ଥାନ

ବାହାନଗା,୨୨ା୬(ଅରୂପ କୁମାର ଦାସ)ବାହାନଗା ଟ୍ରେନ ଦୁର୍ଘଟଣାକୁ ବୁଧବାର ପୂରିଛି ୧୯ଦିନ। ଉଦ୍ଧାର କାର୍ଯ୍ୟ ଲାଗି ବାହାନଗାବାସୀ ଚାରିଆଡ଼େ ପ୍ରଶଂସା ସାଉଁଟୁଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ ବାହାନଗା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରଖାଯାଇଥିଲା। ସ୍କୁଲ ଶବ ଗୃହ ପାଲଟିଥିବା ହେତୁ…

ବାହାନଗା ରେଳ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମିଳିଲା ୬ ଲକ୍ଷ ୮୫ ହଜାର

ଭୁବନେଶ୍ବର,୨୨ା୬(ସୁନିତ୍‌ ମିଶ୍ର): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪ ଲକ୍ଷ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ମୁଖ୍ୟ…

ନିର୍ମାଣ ହେବ ୩୪୦୪ କି.ମି. ରାସ୍ତା

ଭୁବନେଶ୍ୱର,୨୨ା୬ (ଅନିଲ ଦାସ) ଗ୍ରାମାଞ୍ଚଳରେ କୌଣସି ସଡ଼କ ଆଉ ଅସଂଯୋଜିତ ହୋଇ ରହିବ ନାହିଁ। ଆନ୍ତଃରାଜ୍ୟ, ଆନ୍ତଃଜିଲା ଓ ଆନ୍ତଃବ୍ଲକ ସହ ସମସ୍ତ ରାସ୍ତା ସଂଯୋଗ ହେବ। ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ ରାସ୍ତା ମଧ୍ୟ ନିର୍ମାଣ ହେବ। ଗ୍ରାମାଞ୍ଚଳରେ ଗମନାଗମନ…

ଆନ୍ଦୋଳନ ବେଳେ ପ୍ରାଣୀ ଉପଦ୍ରବ

ଶିକାରୀଙ୍କ ଆକ୍ରମଣରେ ଅସୁରକ୍ଷିତ ବନ କର୍ମଚାରୀ। ତେଣୁ ସୁରକ୍ଷା ଦାବିରେ ଗତ ୧୯ତାରିଖରୁ ୮,୧୮୮ଜଣ ବନ କର୍ମଚାରୀ ପାଟ୍ରୋଲିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆସନ୍ତା ୮ତାରିଖ ସୁଦ୍ଧା ସରକାର ସେମାନଙ୍କ କଥା ନ ଶୁଣିଲେ ୧୦ତାରିଖରୁ ସମୂହ କାର୍ଯ୍ୟ ଛାଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?