ଭୁବନେଶ୍ୱର,୨୨ା୬(ବନ୍ଦନା ସେଠୀ)ଗୁରୁବାର ସନ୍ଧ୍ୟାରେ ଶୁକ୍ର ଓ ମଙ୍ଗଳ ଗ୍ରହର ଖୁବ୍ ନିକଟରେ ଚନ୍ଦ୍ର ଦେଖାଯିବ। ପଶ୍ଚିମ ଆକାଶରେ ଶୁକ୍ର ଉଜ୍ଜ୍ୱଳ ଓ ମଙ୍ଗଳ ଗ୍ରହ ଫିକା ଲାଲ ରଙ୍ଗର ଦେଖାଯିବ। ତେବେ ଚନ୍ଦ୍ର ସହିତ ଏମାନଙ୍କ କୌଣିକ ଦୂରତା ପ୍ରାୟ ୨ରୁ ୪ ଡିଗ୍ରୀ ରହିବ। ପରଦିନ ଅର୍ଥାତ୍ ୨୩ ତାରିଖରେ ଚନ୍ଦ୍ର ସହ ସେମାନଙ୍କ କୌଣିକ ଦୂରତା ପ୍ରାୟ ୧୫-୧୭ ଡିଗ୍ରୀକୁ ବୃଦ୍ଧି ହେବ। ଆକାଶ ମେଘମୁକ୍ତ ରହିଲେ ଜୁନ୍ ଶେଷ ସପ୍ତାହ ବା ଜୁଲାଇ ୩୦ ଯାଏ ସବୁଦିନ ସନ୍ଧ୍ୟା ୭ଟାରୁ ୮ଟା ପ୍ରାୟ ଏକଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଖାଲି ଆଖିରେ ଦେଖିହେବ। ସେହି ସମୟରେ ଶୁକ୍ରର ଠିକ୍ ଉପରେ (ପ୍ରାୟ ୨ରୁ ୪ଡିଗ୍ରୀ) ଫିକା ଲାଲ ରଙ୍ଗର ମଙ୍ଗଳ ଗ୍ରହ ମଧ୍ୟ ଖାଲି ଆଖିରେ ଦେଖାଯିବ। ଏହା ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ। ଜୁଲାଇ ୨୮ରେ ଶୁକ୍ର ଗ୍ରହକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ଏହା ଦ୍ୱିତୀୟ ଚନ୍ଦ୍ର ପରି ବଙ୍କୁଲି ଦେଖାଯିବ। ଚନ୍ଦ୍ର କଳାର ହ୍ରାସ ବୃଦ୍ଧି ପରି ଶୁକ୍ର ଗ୍ରହର ମଧ୍ୟ କଳାର ହ୍ରାସ ବୃଦ୍ଧି ହୋଇଥାଏ, ଯାହାକି ଖାଲି ଆଖିରେ ଦେଖାଯାଏ ନାହିଁ। କିଛିଦିନ ବ୍ୟବଧାରେ ଶୁକ୍ର ଗ୍ରହକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ
ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ
ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ ରାଜନୀତି
ଭୁବନେଶ୍ୱର,୨୩ା୮(ସୁନିତ୍ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬ ବିଲ୍ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…
Archives

