ଭୁବନେଶ୍ୱର,୨୨ା୬(ଅନିଲ ଦାସ) ଇଚ୍ଛାଧୀନ କୋଟା ବଳରେ ସରକାରୀ ଜମି ହାତେଇଥିବା ବ୍ୟକ୍ତିଙ୍କୁ ଆଇନଗତ ମାଲିକାନା ହକ୍ ଦେବା ନେଇ ୭ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଟାସ୍କଫୋର୍ସଙ୍କ ନିଷ୍ପତ୍ତିର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ବୁଧବାର ଅନୁମୋଦନ କରିଛି। ଏଥିରେ ଟାସ୍କଫୋର୍ସ ରିପୋର୍ଟ ପରିଶିଷ୍ଟ ‘ଭିଏ’ରେ ଉଲ୍ଲିଖିତ ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକରେ ଲିଜ୍ ଦଲିଲ ସମ୍ପାଦନ ଓ ଅନ୍ୟାନ୍ୟ ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟାବଳୀ ସମ୍ପର୍କିତ ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛନ୍ତି। ଟାସ୍କଫୋର୍ସ ତାଙ୍କ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିସ କରିଛନ୍ତି ଯେ, ଇଚ୍ଛାଧୀନ କୋଟା ଆବଣ୍ଟନଗ୍ରାହୀ ଓ ଏକାଧିକ ଆବଣ୍ଟନ ଗ୍ରାହୀମାନଙ୍କ ଦ୍ୱାରା ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକ ରଦ୍ଦ କରାଯିବା ଉଚିତ୍। ଏହି ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଛି ଯେ, ନ୍ୟାୟସଙ୍ଗତ ଉପାୟରେ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ପ୍ରାପ୍ତ ହୋଇଥିବା ଏକକ ପ୍ଲଟ/ ଗୃହ/ ଫ୍ଲାଟର ଆବଣ୍ଟନ କ୍ଷେତ୍ରରେ ଏହା ରଦ୍ଦ କରାଯିବ ନାହିଁ। କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି ଯେ, ନ୍ୟାୟସଙ୍ଗତ ଉପାୟରେ ଏବଂ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ଆବଣ୍ଟିତ ଏକକ ପ୍ଲଟ/ଫ୍ଲାଟ/ଗୃହ (ଯାହା ଦଖଲ ସ୍ବତ୍ୱ ଭିତ୍ତିରେ ପରବର୍ତ୍ତୀ ସମୟରେ ମୂଳ ଆବଣ୍ଟନ ଗ୍ରାହୀମାନଙ୍କ ଦ୍ୱାରା ବିଧିସମ୍ମତ ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି), ସେଭଳି ମାମଲାଗୁଡ଼ିକୁ ଟାସ୍କଫୋର୍ସ ରିପୋର୍ଟ ପରିଧିରୁ ବାଦ୍ ଦିଆଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଇଚ୍ଛାଧୀନ କୋଟାକୁ ନେଇ ହଟଚମଟ ପରେ ୨୦୧୧ରେ ସମସ୍ତ ଇଚ୍ଛାଧୀନ କୋଟାକୁ ରାଜ୍ୟ ସରକାର ରଦ୍ଦ କରି ଦେଇଥିଲେ। ଉକ୍ତ ରିପୋର୍ଟକୁ ୨୦୧୪ ଡିସେମ୍ବର ୧୮ରେ କ୍ୟାବିନେଟ ଅନୁମୋଦନ କରିଥିଲେ। ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିସ କରାଯାଇଛି ଯେ, ଇଚ୍ଛାଧୀନ କୋଟାରେ ପ୍ରଥମେ ପ୍ଲଟ ଓ ଘର ପାଇ ତାକୁ ଅନ୍ୟ ନଁାକୁ ଟ୍ରାନ୍ସଫର କରି ପୁଣିଥରେ ଦ୍ୱିତୀୟ ଥର ଇଚ୍ଛାଧୀନ କୋଟାରେ ପ୍ଲଟ୍ ଅବା ଘର ପାଇଥିବା ହିତାଧିକାରୀଙ୍କ ପୂର୍ବ ହସ୍ତାନ୍ତରଣକୁ ରଦ୍ଦ କରାଯିବ। ସେହିପରି ଏସବୁ ପାଇଁ ଅନୁମତି ଦେଇଥିବା ସିଡିଏ, ବିଡିଏ ଓ ଗୃହ ନିର୍ମାଣ ବୋର୍ଡର ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। ତେବେ ଦୀର୍ଘ ୧୨ ବର୍ଷ ପରେ ମଧ୍ୟ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏଥିସହିତ ଗଞ୍ଜାମ ଜିଲାର କନିଷି ତହସିଲ ଅନ୍ତର୍ଗତ ଶୀତଳପଲ୍ଲୀ ମୌଜାରେ ଟାଟା ଷ୍ଟିଲ ଲିମିଟେଡ୍ ଦ୍ୱାରା ମଲଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ୪୩ ଏକର ୦୫୦ ଡିସିମିଲ ସରକାରୀ ଜମି ବାବଦରେ ସରକାର ଇନ୍ସିଡେଣ୍ଟାଲ ଚାର୍ଜ ଓ ଦଖଲ ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଗୁ ହେଉଥିବା ଭୂ ରାଜସ୍ବ ଓ ବାର୍ଷିକ ଦେୟ ସେସ୍ ଏବଂ ସମସ୍ତ ବକେୟା ଦେୟ ଉପରେ ସୁଧଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଜମିକୁ ଲିଜରେ ନେବା ନିମନ୍ତେ ଟାଟା ଷ୍ଟିଲ ବର୍ତ୍ତମାନଠାରୁ ରିହାତି ମୂଲ୍ୟରେ ଏକର ପ୍ରତି ୧୦୦ ଟଙ୍କା ହିସାବରେ ବାର୍ଷିକ ଭୂ ରାଜସ୍ବ ଓ ଭୂ ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ଦେୟ ପ୍ରଦାନ କରିବ। ରାଜସ୍ବ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

