Odisha Elections 2024

ଦୁଇ ଅଭିଯୁକ୍ତଙ୍କ କ୍ରିପ୍ଟୋ ଆକାଉଣ୍ଟରେ ୧.୩ କୋଟି

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ) ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅଧିକ ତଦନ୍ତ ଜାରି ରଖିଛି। ଗିରଫ ୫ ଅଭିଯୁକ୍ତ ଜେଲରେ ଦିନ କାଟୁଥିବାବେଳେ ଏସ୍‌ଟିଏଫ୍‌ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଦୁଇ ଅଭିଯୁକ୍ତ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରୀତମ୍‌ କର ଓ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଞ୍ଚଳର ସରୋଜ କୁମାର ନାୟକଙ୍କର କ୍ରିପ୍ଟୋ ଟ୍ରେଡିଂରେ ଲିଙ୍କ୍‌ ଥିବା ଏସ୍‌ଟିଏଫ୍‌ ପ୍ରମାଣ ପାଇଛି। ଉଭୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ରିପ୍ଟୋରେ ନିବେଶ କରିଛନ୍ତି। ତେଣୁ ସେମାନଙ୍କ ଦୁଇଟି କ୍ରିପ୍ଟୋ ଆକାଉଣ୍ଟକୁ ଏସ୍‌ଟିଏଫ୍‌ ବ୍ଲକ୍‌ କରିଥିବା ବୁଧବାର ସୂଚନା ଦିଆଯାଇଛି।
ଏସ୍‌ଟିଏଫ୍‌ର ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରୀତମ୍‌ ଏକ ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜେସ୍‌ରେ ଇମେଲ୍‌ ଆଇଡି ଦ୍ୱାରା ରେଜିଷ୍ଟର ହୋଇଛନ୍ତି। ତାଙ୍କ କ୍ରିପ୍ଟୋ ଆକାଉଣ୍ଟରେ ୨ଟି ବ୍ୟାଙ୍କ ଆକାଉଣ୍ଟ ଓ ଗୋଟିଏ ୟୁପିଆଇ (ୟୁନିଫାଏଡ୍‌ ପେମେଣ୍ଟ୍ସ ଇଣ୍ଟରଫେସ୍‌) ଆଇଡି ଲିଙ୍କ୍‌ ରହିଛି। ଗତ ଦୁଇବର୍ଷ ମଧ୍ୟରେ ସେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ କାରବାର କରିଛନ୍ତି। ଏପରିକି ତାଙ୍କ ଆକାଉଣ୍ଟ୍‌ ରେଡ୍‌ଫ୍ଲାଗ୍‌ ଏରିଆରେ ମଧ୍ୟ ଅନ୍ତର୍ଭୁକ୍ତ। ସେହି ଆକାଉଣ୍ଟରେ କଏନ୍‌ବେସ୍‌, ଏଫ୍‌ଟିଏକ୍ସ ଓ ବିଟ୍‌ମାର୍ଟ ଆଦି ଏକ୍ସଚେଞ୍ଜେସର ଅଜ୍ଞାତ ଉତ୍ସରୁ ଭାରତ ବାହାରୁ କ୍ରିପ୍ଟୋ ଡିପୋଜିଟ୍‌ ହେବା ସହ କ୍ରିପ୍ଟୋ ଟ୍ରାନ୍ସଫର୍‌ ମଧ୍ୟ ହୋଇଛି। ଆହୁରି ମଧ୍ୟ ପ୍ରୀତମ୍‌ କ୍ରିପ୍ଟୋ ପ୍ଲାଟ୍‌ଫର୍ମରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରେଫର୍‌ କରିଛନ୍ତି। ଉକ୍ତ ସନ୍ଦିଗ୍ଧଙ୍କର ୧ ହଜାର ବ୍ୟକ୍ତିଙ୍କ ରେଫରାଲ ତଥ୍ୟ ମଧ୍ୟ ରହିଛି। ତେବେ ସମ୍ପୃକ୍ତ ସନ୍ଦିଗ୍ଧ ଜଣକ ଆଇଏସ୍‌ଆଇ ଏଜେଣ୍ଟ ହୋଇଥିବା ଏସ୍‌ଟିଏଫ୍‌ ସନ୍ଦେହ କରୁଛି।
ସେହିପରି ଅଭିଯୁକ୍ତ ସରୋଜ ମଧ୍ୟ ଏକ ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜେସ୍‌ରେ ଇମେଲ୍‌ ଆଇଡି ଦ୍ୱାରା ରେଜିଷ୍ଟର କରିଥିବାବେଳେ ସେଥିରେ ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟ ଓ ଦୁଇଟି ୟୁପିଆଇ ଆଇଡି ଲିଙ୍କ୍‌ ରହିଛି। ସେ ପ୍ରାୟ ୩୦ ଲକ୍ଷ ଟଙ୍କାର କାରବାର କରିଛନ୍ତି। ଏପରିକି କ୍ରିପ୍ଟୋ ଏକ୍ସଚେଞ୍ଜେସ୍‌ ବ୍ୟବହାର କରି ବିଦେଶରୁ ଭାରତୀୟ ଟଙ୍କା ମଧ୍ୟ ଉଠାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ତଦନ୍ତବେଳେ ଏସବୁ ପ୍ରମାଣ ମିଳିବା ପରେ ଏସ୍‌ଟିଏଫ୍‌ ଦୁଇ ଅଭିଯୁକ୍ତଙ୍କ ୨ଟି ଆକାଉଣ୍ଟ ବ୍ଲକ୍‌ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ମାମଲାରେ ଏସ୍‌ଟିଏଫ୍‌ ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତମାନେ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ୍‌ ଦ୍ୱାରା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ର ଓଟିପି ଶେୟାର କରି ବିପୁଳ ଟଙ୍କା ପାଉଥିଲେ। ଏହି ମାମଲାରେ ଏସ୍‌ଟିଏଫ୍‌ ଗତ ମେ’ ୧୩ରେ ନୟାଗଡ଼ର ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କା, ସରୋଜ, ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଥିଲା। ସେହିପରି ଜୁନ୍‌ ୭ରେ ନୟାଗଡ଼ରୁ ପ୍ରଦ୍ୟୁମ୍ନ କୁମାର ସାହୁ ଓ ୧୦ରେ ୫ମ ଅଭିଯୁକ୍ତ ପ୍ରୀତମ୍‌ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

+୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri