ଭୁବନେଶ୍ୱର,୨୨ା୬(ସତ୍ୟଜିତ୍ ରାଉତ) ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଅଧିକ ତଦନ୍ତ ଜାରି ରଖିଛି। ଗିରଫ ୫ ଅଭିଯୁକ୍ତ ଜେଲରେ ଦିନ କାଟୁଥିବାବେଳେ ଏସ୍ଟିଏଫ୍ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଦୁଇ ଅଭିଯୁକ୍ତ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରୀତମ୍ କର ଓ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଞ୍ଚଳର ସରୋଜ କୁମାର ନାୟକଙ୍କର କ୍ରିପ୍ଟୋ ଟ୍ରେଡିଂରେ ଲିଙ୍କ୍ ଥିବା ଏସ୍ଟିଏଫ୍ ପ୍ରମାଣ ପାଇଛି। ଉଭୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ରିପ୍ଟୋରେ ନିବେଶ କରିଛନ୍ତି। ତେଣୁ ସେମାନଙ୍କ ଦୁଇଟି କ୍ରିପ୍ଟୋ ଆକାଉଣ୍ଟକୁ ଏସ୍ଟିଏଫ୍ ବ୍ଲକ୍ କରିଥିବା ବୁଧବାର ସୂଚନା ଦିଆଯାଇଛି।
ଏସ୍ଟିଏଫ୍ର ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରୀତମ୍ ଏକ ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜେସ୍ରେ ଇମେଲ୍ ଆଇଡି ଦ୍ୱାରା ରେଜିଷ୍ଟର ହୋଇଛନ୍ତି। ତାଙ୍କ କ୍ରିପ୍ଟୋ ଆକାଉଣ୍ଟରେ ୨ଟି ବ୍ୟାଙ୍କ ଆକାଉଣ୍ଟ ଓ ଗୋଟିଏ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍) ଆଇଡି ଲିଙ୍କ୍ ରହିଛି। ଗତ ଦୁଇବର୍ଷ ମଧ୍ୟରେ ସେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ କାରବାର କରିଛନ୍ତି। ଏପରିକି ତାଙ୍କ ଆକାଉଣ୍ଟ୍ ରେଡ୍ଫ୍ଲାଗ୍ ଏରିଆରେ ମଧ୍ୟ ଅନ୍ତର୍ଭୁକ୍ତ। ସେହି ଆକାଉଣ୍ଟରେ କଏନ୍ବେସ୍, ଏଫ୍ଟିଏକ୍ସ ଓ ବିଟ୍ମାର୍ଟ ଆଦି ଏକ୍ସଚେଞ୍ଜେସର ଅଜ୍ଞାତ ଉତ୍ସରୁ ଭାରତ ବାହାରୁ କ୍ରିପ୍ଟୋ ଡିପୋଜିଟ୍ ହେବା ସହ କ୍ରିପ୍ଟୋ ଟ୍ରାନ୍ସଫର୍ ମଧ୍ୟ ହୋଇଛି। ଆହୁରି ମଧ୍ୟ ପ୍ରୀତମ୍ କ୍ରିପ୍ଟୋ ପ୍ଲାଟ୍ଫର୍ମରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରେଫର୍ କରିଛନ୍ତି। ଉକ୍ତ ସନ୍ଦିଗ୍ଧଙ୍କର ୧ ହଜାର ବ୍ୟକ୍ତିଙ୍କ ରେଫରାଲ ତଥ୍ୟ ମଧ୍ୟ ରହିଛି। ତେବେ ସମ୍ପୃକ୍ତ ସନ୍ଦିଗ୍ଧ ଜଣକ ଆଇଏସ୍ଆଇ ଏଜେଣ୍ଟ ହୋଇଥିବା ଏସ୍ଟିଏଫ୍ ସନ୍ଦେହ କରୁଛି।
ସେହିପରି ଅଭିଯୁକ୍ତ ସରୋଜ ମଧ୍ୟ ଏକ ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜେସ୍ରେ ଇମେଲ୍ ଆଇଡି ଦ୍ୱାରା ରେଜିଷ୍ଟର କରିଥିବାବେଳେ ସେଥିରେ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ ଓ ଦୁଇଟି ୟୁପିଆଇ ଆଇଡି ଲିଙ୍କ୍ ରହିଛି। ସେ ପ୍ରାୟ ୩୦ ଲକ୍ଷ ଟଙ୍କାର କାରବାର କରିଛନ୍ତି। ଏପରିକି କ୍ରିପ୍ଟୋ ଏକ୍ସଚେଞ୍ଜେସ୍ ବ୍ୟବହାର କରି ବିଦେଶରୁ ଭାରତୀୟ ଟଙ୍କା ମଧ୍ୟ ଉଠାଇଥିବା ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ତଦନ୍ତବେଳେ ଏସବୁ ପ୍ରମାଣ ମିଳିବା ପରେ ଏସ୍ଟିଏଫ୍ ଦୁଇ ଅଭିଯୁକ୍ତଙ୍କ ୨ଟି ଆକାଉଣ୍ଟ ବ୍ଲକ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ମାମଲାରେ ଏସ୍ଟିଏଫ୍ ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତମାନେ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ୍ ଦ୍ୱାରା ଆଇଏସ୍ଆଇ ଏଜେଣ୍ଟଙ୍କୁ ପ୍ରି-ଆକ୍ଟିଭେଟେଡ୍ ସିମ୍ର ଓଟିପି ଶେୟାର କରି ବିପୁଳ ଟଙ୍କା ପାଉଥିଲେ। ଏହି ମାମଲାରେ ଏସ୍ଟିଏଫ୍ ଗତ ମେ’ ୧୩ରେ ନୟାଗଡ଼ର ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କା, ସରୋଜ, ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଥିଲା। ସେହିପରି ଜୁନ୍ ୭ରେ ନୟାଗଡ଼ରୁ ପ୍ରଦ୍ୟୁମ୍ନ କୁମାର ସାହୁ ଓ ୧୦ରେ ୫ମ ଅଭିଯୁକ୍ତ ପ୍ରୀତମ୍ ଗିରଫ ହୋଇଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

