ନିଆଁରୁ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ, ଏହି ଅଞ୍ଚଳର ଅଧା ଲୋକ ବିସ୍ଥାପିତ
ଓଟାଓ୍ବା,୧୯।୮: କାନାଡାରେ ବଢୁଥିବା ଜଙ୍ଗଲ ନିଆଁ କାରଣରୁ କେଲୋନା ଏବଂ ୟେଲୋନାଇଫର ବାସିନ୍ଦା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ୟେଲୋନାଇଫର ଉପକଣ୍ଠ ଅଞ୍ଚଳରେ ଜଙ୍ଗଲ ନିଆଁ କାରଣରୁ ଏହାକୁ ଖାଲି କରିବାକୁ ସରକାରୀ ସମୟସୀମା ଶେଷ ହୋଇସାରିଛି, କିନ୍ତୁ ବାସିନ୍ଦାମାନେ ଆକାଶ…
‘ମୁଁ ୧୦୦୦ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପ୍ରସ୍ତୁତ ଅଛି’
ଇସଲାମାବାଦ,୧୯।୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଶୁକ୍ରବାର କହିଛନ୍ତ, ସେ ନିଜ ଦେଶ ପାଇଁ ୧୦୦୦ ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛନ୍ତି। ବାସ୍ତବରେ, ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ୍ ଖାନଙ୍କୁ ତିନି…
ଇମ୍ରାନ୍ଙ୍କୁ ନେଇ ଚିନ୍ତା ପ୍ରକଟ କଲେ ସ୍ତ୍ରୀ ବୁଶ୍ରା ବିବି, ସୁରକ୍ଷା ପାଇଁ ଲେଖିଲେ ଚିଠି
ଇସଲାମାବାଦ,୧୯।୮: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍ ଖାନଙ୍କ ସ୍ତ୍ରୀ ବୁଶ୍ରା ବିବି ତାଙ୍କ ସ୍ବାମୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଆଟକ ଜେଲରେ ବିଷ ଦିଆଯାଇପାରେ ବୋଲି କହିଛନ୍ତି। ପାକ୍ ମିଡିଆ ଏହି ସୂଚନା ଦେଇଛି।…
ଆଇସିସି ଓକିଲ, ବ୍ରିଟେନର ମନ୍ତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ
ମସ୍କୋ,୧୯।୮: ରୁଷିଆ ଶୁକ୍ରବାର ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଓକିଲ ଏବଂ ବ୍ରିଟେନର ମନ୍ତ୍ରୀଙ୍କ ଉପରେ ନୂତନ ପ୍ରତିବନ୍ଧକ ଘୋଷଣା କରିଛି। ପ୍ରକୃତରେ, ଆଇସିସି ଓକିଲ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଏବଂ ବ୍ରିଟେନର ମନ୍ତ୍ରୀମାନେ ୟୁକ୍ରେନ…
ସାତ ଶିଶୁଙ୍କୁ ହତ୍ୟା କରିଥିବା ନର୍ସଙ୍କୁ ଧରାଇବାରେ ଭାରତୀୟ ମୂଳ ବାସିନ୍ଦା ଡାକ୍ତରଙ୍କର ରହିଛି ମୁଖ୍ୟ ଭୂମିକା
ଲଣ୍ଡନ,୧୯।୮: ବ୍ରିଟେନରେ ଜନ୍ମିତ ଭାରତୀୟ ମୂଳବାସିନ୍ଦା ଡାକ୍ତର ରବି ଜୟରାମ ୭ଜଣ ଶିଶୁଙ୍କୁ ହତ୍ୟା କରିଥିବା ନର୍ସଙ୍କୁ ଧରାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡକ୍ଟର ରବି ଜୟରାମ ପ୍ରଥମେ ହତ୍ୟାକାରୀ ନର୍ସଙ୍କ ଉପରେ ସନ୍ଦେହ ସୃଷ୍ଟି କରି ଉଚ୍ଚ କର୍ତ୍ତୃପକ୍ଷଙ୍କ…
ଥମୁନି ଇମ୍ରାନ୍ଙ୍କ ସମସ୍ୟା, ଗୋପନୀୟତା ଅଧିନିୟମ ଅଧିନରେ ମାମଲା ରୁଜୁ, ହୋଇପାରେ ମୃତ୍ୟୁଦଣ୍ଡ
ଇସଲାମାବାଦ,୧୯।୮: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଧିକାରୀ ଗୋପନୀୟତା ଅଧିନିୟମ ୧୯୨୩ ଅଧିନରେ ମାମଲା ରୁଜୁ ହୋଇଛି। ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏଫଆଇଏ) ର ଆତଙ୍କବାଦ ନିରୋଧୀ ଶାଖା ପାକିସ୍ତାନ ତେହେରିକ-ଇ-ଇନସାଫ ଚେୟାରମ୍ୟାନ୍ଙ୍କ ବିରୋଧରେ ଏକ ମାମଲା…
ତାଇୱାନ ଉପରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ଅସନ୍ତୋଷ ପ୍ରକାଶ କଲା ଚାଇନା, ଶିକ୍ଷା ଦେବା ପାଇଁ କଲା ସାମରିକ ଅଭ୍ୟାସ
ବେଜିଂ,୧୯।୮: ତାଇୱାନର ଉପରାଷ୍ଟ୍ରପତି ୱିଲିୟମ ଲାଇଙ୍କ ଆମେରିକା ଗସ୍ତରେ ଚାଇନା ଅସନ୍ତୋଷ ପ୍ରକାଶ କରିଛି। ଶନିବାର ତାଇୱାନରେ ଚାଇନା ସାମରିକ ଅଭ୍ୟାସ ଦେଖିବାକୁ ମିଳିଛି। ବିଚ୍ଛିନ୍ନତାବାଦୀ ବାହିନୀ ପାଇଁ ଏହା ଏକ ଗୁରୁତର ଚେତାବନୀ ବୋଲି ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛି।…
କାନ୍ସ ସ୍କ୍ରିନିଂ ପାଇଁ ଜେଲ ଯାଇଥିବା ଇରାନୀ ନିର୍ଦ୍ଦେଶକଙ୍କୁ ସମର୍ଥନ କଲେ ମାର୍ଟିନ ସ୍କୋର୍ସେସ
ତେହେରାନ,୧୯।୮: ଆମେରୀକି-ଇଟାଲିୟନ ଫିଲ୍ମ ନିର୍ଦ୍ଦେଶକ ମାର୍ଟିନ ସ୍କୋର୍ସେସ ନାମୀ ଇରାନୀ ନିର୍ଦ୍ଦେଶକ ସଇଦ ରୁଷ୍ଟେଙ୍କୁ ସମର୍ଥନ କରିଛନ୍ତି, ଯାହାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ମୁଭି ‘ଲିଲାଜ ବ୍ରଦର୍ସ’ର ଅନଧିକୃତ ସ୍କ୍ରିନିଂ ପାଇଁ ୬ ମାସ ଜେଲ ଦଣ୍ଡ ହୋଇଥିଲା। ଏହାର…
ଭାରତ ତୈଳ କ୍ରୟ କରିବା କମ କରିବାରୁ ଉତ୍ପାଦନ କମାଇ ଦାମ ବଢାଇଲା ରୁଷିଆ
ମସ୍କୋ,୧୯।୮: ଯେତେବେଳେ ଭାରତ ରୁଷିଆରୁ ତେଲ କିଣିବା ଆରମ୍ଭ କଲା, ସେତେବେଳେ ବ୍ୟାରେଲ ପିଛା ପ୍ରାୟ ୧୩ଡଲାର ରିହାତି ମିଳୁଥିଲା। ଅଗଷ୍ଟରେ ଏହା ବ୍ୟାରେଲ ପିଛା ୪ଡଲାରକୁ ଖସି ଆସିଥିଲା, ଏହା ପରେ ଭାରତ ରୁଷରୁ ତେଲ କିଣିବା ହ୍ରାସ କରିଥିଲା।…
୭ ନବଜାତକଙ୍କୁ ହତ୍ୟା, ଆଉ ୬ ଜଣଙ୍କୁ ମାରିବାକୁ ଯାଉଥିଲେ ନର୍ସ
ଲଣ୍ଡନ,୧୯ା୮: ବ୍ରିଟେନର ଏକ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଲୁସି ଲେଟ୍ବି ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ପରେ ଅନ୍ୟ ୬ ଜଣଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ଏହି ମାମଲାରେ ୩୩ ବର୍ଷୀୟା ଲୁସି ଶୁକ୍ରବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୬ ମଧ୍ୟରେ…
ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବାକୁ ୩ ଦେଶ ସହମତ, ଚାଇନା-ଉତ୍ତର କୋରିଆର ଆକ୍ରମଣାତ୍ମକ ଆଚରଣକୁ କଲେ ନିନ୍ଦା
ଓ୍ବାଶିଂଟନ୍,୧୯।୮: ଆମେରିକାରେ ଆୟୋଜିତ ତ୍ରିପାକ୍ଷିକ ସମ୍ମିଳନୀରେ ରାଷ୍ଟ୍ରପତି ଜୋ ବାଇଡେନ, ଦକ୍ଷିଣ କୋରିଆ ଏବଂ ଜାପାନର ନେତା ସାମିଲ ହୋଇଛନ୍ତି। ଏହି ସମୟରେ ସେ ଅର୍ଥନୈତିକ ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ମିଡିଆ ରିପୋର୍ଟ…
ସଙ୍ଗୀତ ପରିବେଷଣ ବେଳେ ବ୍ରାଜିଲ ଗାୟକଙ୍କୁ ଗୁଳିକରି ହତ୍ୟା
ବ୍ରାଜିଲ,୧୯।୮: ଏକ ଲାଇଭ୍ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣବେଳେ ଜଣେ ବ୍ରାଜିଲ୍ ଗାୟକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଗାୟକ ହେଲେ ଏମ୍.ସି. ଶେର୍ଗିନୋ ପୋରାଡ଼ୋ। ସେ ଅଗଷ୍ଟ ୧୩ ତାରିଖରେ ରିସିଫ ଠାରେ ଏକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁଥିଲେ। ଏତିକିବେଳେ…
Archives


