ବାଇଡେନଙ୍କୁ ପତ୍ର ଲେଖିଲେ ଆମେରିକା ସାଂସଦ, କହିଲେ ପାକିସ୍ତାନ ସରକାରଙ୍କୁ ନ ଦିଆଯାଉ ମାନ୍ୟତା
ଓ୍ବାଶିଂଟନ,୨।୩: ଆମେରିକାର ପ୍ରଭାବଶାଳୀ ଆଇନଜୀବୀ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଚିଠି ଲେଖି କହିଛନ୍ତି ଯେ ନିର୍ବାଚନର ବିଶ୍ୱାସଯୋଗ୍ୟ ତଥା ସ୍ବଚ୍ଛ ଅନୁସନ୍ଧାନ ନହେବା ଯାଏଁ ସେମାନଙ୍କୁ ପାକିସ୍ତାନର ନୂତନ ସରକାରକୁ ସ୍ବୀକୃତି ନ ଦିଅନ୍ତୁ।…
ଅଲ୍ଟମ୍ୟାନ୍ଙ୍କୁ କୋର୍ଟକୁ ଟାଣିଲେ ମସ୍କ
ଓ୍ବାଶିଂଟନ୍,୨ା୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଚାଟ୍ଜିପିଟି ନିର୍ମାତା ଓପନ୍ଏଆଇ ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ସାମ୍ ଅଲ୍ଟମ୍ୟାନ୍ଙ୍କୁ ଚୁକ୍ତି ଖିଲାପି ଅଭିଯୋଗରେ କୋର୍ଟର କାଠଗଡ଼ାକୁ ଟାଣିଛନ୍ତି। ବ୍ୟବସାୟିକ ଲାଭ ପରିବର୍ତ୍ତେ ମାନବ ଜାତିର ସୁବିଧା ପାଇଁ ଆର୍ଟିଫିସିଆଲ…
କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନଙ୍କ ପରଲୋକ
ଟରଣ୍ଟୋ,୧।୩: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ ମର୍ଲୋନିଙ୍କ ୮୪ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ଝିଇ ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। କାରୋଲିନା ମର୍ଲୋନି ଟୁଇଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ଦେଶର ୧୮ ତମ ପ୍ରଧାନମନ୍ତ୍ରୀ…
ପରଲୋକରେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ
ଓଟାଓ୍ବା,୧।୩: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ ମଲରୋନିଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ସୂଚନା ଦେଇଛନ୍ତି। କ୍ୟୁର ବାଇ କୋମୋରେ ଏକ ଶ୍ରମିକ ଶ୍ରେଣୀର ପରିବାରରେ ଜନ୍ମଗ୍ରହଣ କରିଥିବା ମଲରୋନିଙ୍କ ପ୍ରାରମ୍ଭିକ ବୃତ୍ତି ରାଜନୀତି…
ସାଉଦିରେ ୫ ୟେମେନ୍ ନାଗରିକଙ୍କ ମୁଣ୍ଡକାଟ୍
ରିୟାଧ, ୧।୩:ହତ୍ୟା ଏବଂ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ୟେମେନ୍ର ୫ ନାଗରିକଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୫ ଜଣ ଅହମଦ୍ ଅଲ୍ ଅରାଦୀ ନାମକ ଜଣେ ସାଥୀଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲେ। ଦୋଷୀ ସାବ୍ୟସ୍ତ…
ଆଣବିକ ଯୁଦ୍ଧ ଭୟ ଦେଖାଇଲେ ପୁଟିନ୍
ମସ୍କୋ,୧।୩:ୟୁକ୍ରେନ୍ରେ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଯଦି ସେମାନଙ୍କ ସୈନ୍ୟ ପଠାନ୍ତି, ତେବେ ଆଣବିକ ଯୁଦ୍ଧର ଭୟ ରହିଛି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ପାର୍ଲାମେଣ୍ଟରେ ଗୁରୁବାର ବାର୍ଷିକ ଅଭିଭାଷଣ ରଖିବା ଅବସରରେ ରୁଷିଆକୁ ଦୁର୍ବଳ କରିବା ପାଇଁ…
ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ: ୪୩ ମୃତ, ଭୟରେ ଛାତ ଉପରୁ ଡେଇଁଲେ ଲୋକେ
ଢାକା,୧।୩: ବାଂଲାଦେଶର ରାଜଧାନୀ ଢାକାରେ ୭ ମହଲା ବିଶିଷ୍ଟ ଶପିଂ ମଲରେ ଅଗ୍ନିକାଣ୍ଡ କାଣ୍ଡ ଘଟି ଅତି କମରେ ୪୩ ଜଣଙ୍କର ମୃତ୍ୟୁଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ କହିଛନ୍ତି, ଗୁରୁବାର ରାତିରେ ଢାକା…
ସହାୟତା ନେବାକୁ କରିଥିଲେ ଅପେକ୍ଷା: ଏୟାରଷ୍ଟ୍ରାଇକ୍ରେ ଚାଲିଗଲା ୧୦୪ ଜୀବନ
ରାଫାହ,୨୯।୨: ଗାଜା ସିଟିରେ ମାନବୀୟ ସହାୟତା ନେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ପାଲେଷ୍ଟିନୀୟମାନଙ୍କ ଉପରେ ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍ କରିବାରୁ ୧୦୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦୦ ଆହତ ହୋଇଛନ୍ତି। ଏତେ ସଂଖ୍ୟାରେ ମୃତାହତଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସର…
୩ ଥର ପ୍ରଧାନମନ୍ତ୍ରୀ ପରେ ଏଥର ସାଂସଦ ଭାବେ ଶପଥ ନେଲେ ସରିଫ
ଇସଲାମାବାଦ,୨୯।୨: ଦେଶର ନୂତନ ନିର୍ବାଚିତ ସାଂସଦମାନେ ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ଜାତୀୟ ସଭାର ଅଧିବେଶନ ଡାକିବା ପରେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ସଂରକ୍ଷିତ ଆସନ ବଣ୍ଟନ ପ୍ରସଙ୍ଗରେ କାର୍ଯ୍ୟନିର୍ବାହୀ…
ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଓ୍ବାଶିଂଟନ,୨୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଇଡେନଙ୍କ ଡାକ୍ତର କେଭିନ ଓ’କନୋର କହିଛନ୍ତି, ସେ ଡ୍ୟୁଟି ପାଇଁ ଫିଟ୍ ଅଛନ୍ତି। ହ୍ବାଇଟ୍ ହାଉସ ବାଇଡେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଶେୟାର କରିଛି। ସେ ତାଙ୍କ କାର୍ଯ୍ୟ ପାଇଁ…
୧୦୦ ବର୍ଷ ଆଗୁଆ ଭାରତ, ଗଗନୟାନ ମିଶନର ସଫଳତା ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ
ଇସଲାମାବାଦ୍,୨୯।୨: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ୨୦୨୫ରେ ଗଗନୟାନ୍ ମିଶନ ମାଧ୍ୟମରେ ୪ଜଣ ଯାତ୍ରୀଙ୍କୁ ମହାକାଶକୁ ପଠାଇବ। ପୃଥିବୀର କକ୍ଷପଥକୁ ପଠାଇବାକୁ ମନୋନୀତ ହୋଇଥିବା ମହାକାଶଚାରୀମାନେ ବର୍ତ୍ତମାନ କଠୋର ତାଲିମ ନେଉଛନ୍ତି। ଭାରତର ଏହି ସଫଳତା ବର୍ତ୍ତମାନ ଭାରତର ପଡୋଶୀ…
ଜଳୁଛି ଟେକ୍ସାସ ଜଙ୍ଗଲ: ପରମାଣୁ ଅସ୍ତ୍ରଶସ୍ତ୍ର ୟୁନିଟ୍ରେ କାମ ବନ୍ଦ
ଓ୍ବାଶିଂଟନ,୨୯ା୨: ଟେକ୍ସାସ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଫଳରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ବୁଧବାର ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରି ଏହି ଅଞ୍ଚଳରେ ବିଦ୍ୟୁତ୍ କାଟ୍ ଘଟାଇଥିବା ବେଳେ ପ୍ରବଳ ପବନ, ଶୁଖିଲା ଘାସ…
Archives


