ସାରା ବିଶ୍ୱରେ ଭୟର ବାତାବରଣ; ବଢୁଛି ଯୁଦ୍ଧ ଆଶଙ୍କା: ଜାଣନ୍ତୁ କାହିଁକି

ବେରୁଟ୍‌/ତେହରାନ୍‌,୧ା୮: ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା, ଯାହା ବର୍ତ୍ତମାନ ଉଭୟ ଦେଶ ପାଇଁ ଏକ ନିର୍ଣ୍ଣାୟକ କ୍ଷଣ ହୋଇପାରେ। ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବା ପରେ ତେହେରାନରେ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ବର୍ତ୍ତମାନ ହାନିୟେଙ୍କ ମୃତ୍ୟୁ ହେତୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି, ଯୁଦ୍ଧର ବିପଦ ଉପୁଜିଛି।
ସୂଚନାଯୋଗ୍ୟ, ଇସ୍ରାଏଲୀ ବଳ ଲେବାନନ୍‌ର ବେରୁଟ୍‌ରେ ହେଜ୍‌ବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍‌ ଶୁକର୍‌ଙ୍କୁ ଏୟାର ଷ୍ଟ୍ରାଇକ୍‌ କରି ହତ୍ୟା କରିଥିବା ଘୋଷଣା କରିଥିଲା। ଏହାର ଦିନକ ପରେ ଇରାନ୍‌ ରାଜଧାନୀ ତେହରାନ୍‌ରେ ହମାସ୍‌ ସୁପ୍ରିମ ଲିଡର ଇସ୍‌ମାଇଲ୍‌ ହାନିୟେଙ୍କୁ ହତ୍ୟା କରାଯାଇଛି। ଇରାନ୍‌ ହାନିୟେଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି। ଏଥିଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ହମାସ୍‌ ଫାଇଟରଙ୍କ ରକେଟ ମାଡ଼ରେ ୧,୨୦୦ ଇସ୍ରାଏଲୀ ନିହତ ହୋଇଥିବାବେଳେ ସେମାନେ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଇସ୍ରାଏଲ୍‌ ଏହାର ପ୍ରତିଶୋଧ ନେବାକୁ ଯାଇ ଗାଜା ଉପରେ ଆକ୍ରମଣ କରିଥିଲା। ଏଥିରେ ଅଦ୍ୟାବଧି ୩୯,୦୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ଇସ୍ରାଏଲ-ହମାସ୍‌ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ତେହରାନ୍‌ ବାସଭବନରେ ଆମତ୍ନିର୍ବାସନ ଜୀବନ ବିତାଉଥିବା ହମାସ୍‌ର ଶୀର୍ଷ ନେତା ଇସ୍‌ମାଇଲ୍‌ ହାନିୟେଙ୍କୁ ହତ୍ୟା କରାଯାଇଛି। ଇରାନ୍‌ର ନୂଆ ରାଷ୍ଟ୍ରପତି ମସୌଦ ପେଜେଶକିଆନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ଏୟାର ଷ୍ଟ୍ରାଇକ୍‌ରେ ସେ ନିହତ ହୋଇଛନ୍ତି। ହତ୍ୟା ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ଏହା ପଛରେ ଇସ୍ରାଏଲର ହାତ ଥିବା ହମାସ୍‌ ଏବଂ ଇରାନ୍‌ର ଅର୍ଦ୍ଧସାମରିକ ରିଭୋଲ୍ୟୁଶନାରି ଗାର୍ଡ ଅଧିକାରୀମାନେ କହିଛନ୍ତି। ତେବେ ଏହି ଅଭିଯୋଗକୁ ଇସ୍ରାଏଲ୍‌ ପକ୍ଷରୁ ଖଣ୍ଡନ କରାଯାଇ ନାହିଁ।
ହମାସ୍‌ର ଗାଜା ନେତା ୟହୟା ସିନ୍‌ଓ୍ବରଙ୍କୁ ଇସ୍ରାଏଲ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ବୋଲି କୁହାଯାଉଥିବାବେଳେ ହାନିୟେ ଅପେକ୍ଷାକୃତ ମଧ୍ୟମପନ୍ଥୀ ଚେହେରା ଥିଲେ। ଇତିମଧ୍ୟରେ ହମାସ୍‌ ରାଜନୈତିକ ମୁଖ୍ୟଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଇରାନ୍‌ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମ୍‌ନେଇ ଧମକ ଦେଇଛନ୍ତି। ଖାମ୍‌ନେଇ କହିଛନ୍ତି, ଇସ୍ରାଏଲ ହାନିୟେଙ୍କୁ ହତ୍ୟା କରି ନିଜ ପାଇଁ ଏକ କଠୋର ଦଣ୍ଡ ପ୍ରସ୍ତୁତ କରିଛି। ଏହାର ପ୍ରତିଶୋଧ ନେବା ଆମ କର୍ତ୍ତବ୍ୟ ବୋଲି ଆମେ ବୋଲି ଖାମନେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?