ନାସା ହାତରେ ୧୮ ଦିନ: ସୁନୀତାଙ୍କ ମହାକାଶ ଯାତ୍ରାକୁ ୮ ସପ୍ତାହ ବିତିଲା

ଓ୍ବାଶିଂଟନ୍‌,୩ା୮: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍‌ ଓ୍ବିଲମୋର ଗତ ଜୁନ୍‌ ୫ରେ ଫ୍ଲୋରିଡାର କେପ୍‌ କାନାଭେରାଲ ସ୍ପେସ୍‌ ଷ୍ଟେଶନ୍‌ରୁ ବୋଇଂର ଷ୍ଟାରଲାଇନର ଏୟାରକ୍ରାଫ୍ଟରେ ମହାକାଶ ଯାତ୍ରା କରିଥିଲେ। ବୋଇଂର କମର୍ସିଆଲ କ୍ରିଉ କାର୍ଯ୍ୟକ୍ରମ ପାଇଁ ଏହି ମିଶନକୁ ଏକ ମାଇଲଖୁଣ୍ଟ ରୂପେ ବିବେଚନା କରାଯାଉଛି। ତେବେ ଉକ୍ତ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୮ ସପ୍ତାହ ପରେ ମଧ୍ୟ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରୁ ଉଭୟେ ଫେରିପାରି ନାହାନ୍ତି। ଆଇଏସ୍‌ଏସ୍‌ରେ ଦୀର୍ଘ ୫୭ ଦିନ ଧରି ଫସିରହିଥିବା ଦୁଇ ମହାକାଶଚାରୀଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ହାତରେ ଆଉ ମାତ୍ର ୧୮ ଦିନ ରହିଛି। ଏହି ସ୍ବଳ୍ପ ଅବଧି ଭିତରେ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଉଭୟଙ୍କୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରାଇବା କ୍ରିଉ-୯ ମିଶନ ପାଇଁ ଜରୁରୀ ହୋଇପଡ଼ିଛି। ଏଥିପାଇଁ ଇଞ୍ଜିନିୟରମାନେ ଅକ୍ଳାନ୍ତ ଉଦ୍ୟମ ଚଳାଇଛନ୍ତି। ଏପରି କି ଏହି ଆହ୍ବାନପୂର୍ଣ୍ଣ ସମୟରେ ସ୍ପେସେକ୍ସ ଡ୍ରାଗନ୍‌ କ୍ୟାପ୍‌ସୁଲକୁ ମିଶନରେ ସାମିଲ କରିବା ସମେତ ଅନ୍ୟ ବିକଳ୍ପଗୁଡ଼ିକ ଉପରେ ମଧ୍ୟ ନାସା ଚିନ୍ତା କରୁଛି।
୧୩ରେ ଆଇଏସ୍‌ଏସ୍‌ରେ ପହଞ୍ଚତ୍ଥିବା ଷ୍ଟାରଲାଇନର ଏୟାରକ୍ରାଫ୍ଟ ମିଶନର ସପ୍ତାହେ ପରେ ସୁନୀତା ଓ ଓ୍ବିଲମୋରଙ୍କୁ ନେଇ ପୃଥିବୀକୁ ଫେରିବା ସ୍ଥିର ହୋଇଥିଲା। ତେବେ ମହାକାଶଯାନ ଆଇଏସ୍‌ଏସ୍‌ର ନିକଟତ ହେବା ବେଳକୁ ଏହାର ୨୮ ଥ୍ରଷ୍ଟର ମଧ୍ୟରୁ ୫ଟି ହଠାତ୍‌ ବନ୍ଦ ହୋଇଯାଇଥିଲା। ଏହାର ସର୍ଭିସ୍‌ ମୋଡ୍ୟୁଲର ୫ଟି ସ୍ଥାନରେ ହିଲିୟମ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା। ସ୍ପେସ୍‌କ୍ରାଫ୍ଟର ଥ୍ରଷ୍ଟର ଓ ହିଲିୟମ୍‌ ସିଷ୍ଟମ୍‌ରେ ସମସ୍ୟା ଯୋଗୁ ଦୁହିଁଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଛି। ନାସାର କମର୍ସିଆଲ କ୍ରିଉ ପ୍ରୋଗ୍ରାମ ମ୍ୟାନେଜର ଷ୍ଟିଭ୍‌ ଷ୍ଟିଚ୍‌ କହିଛନ୍ତି, ସୁନୀତା ଓ ଓ୍ବିଲମୋରଙ୍କ ଫେରିବା ତାରିଖ ସ୍ଥିର ହୋଇନାହିଁ। ପୃଥିବୀର ବାୟୁମଣ୍ଡଳ ଦେଇ ଭୂପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ଥ୍ରଷ୍ଟର ଓ ହିଲିୟମ୍‌ ସିଷ୍ଟମ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ସିଷ୍ଟମ୍‌ ଭଲ ଭାବେ କାର୍ଯ୍ୟ ନ କଲେ ମହାକାଶଚାରୀ ଦ୍ୱୟଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ।
ମିଶନ ଆସନ୍ତା ୧୮ ତାରିଖ ପୂର୍ବରୁ ଲଞ୍ଚ ହୋଇପାରିବ ନାହିଁ। ଏହାର ଲଞ୍ଚତ୍ଂ ବେଳେ ମିଶନରେ ନାସା ମହାକାଶଚାରୀ ଜେନା ଚାର୍ଡମ୍ୟାନ୍‌, ନିକ୍‌ ହେଗ୍‌ ଏବଂ ଷ୍ଟିଫାଇନେ ଓ୍ବିଲସନ୍‌ଙ୍କ ସହ ରୋସ୍‌କୋମୋସ୍‌ କୋସ୍‌ମୋନଟ୍‌ ଆଲେକ୍‌ଜାଣ୍ଡାର ଗୋର୍ବୁନୋଭ୍‌ ଏକ ସ୍ପେସେକ୍ସ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟରେ ଆଇଏସ୍‌ଏସ୍‌କୁ ଯିବେ। ସେତେବେଳେ ଷ୍ଟାରଲାଇନର ଥିବା ସ୍ଥାନକୁ ଖାଲି କରାଯିବା ଜରୁରୀ ହୋଇପଡ଼ିବ। ଷ୍ଟାରଲାଇନର ଅଚଳ ହୋଇ ପଡ଼ିରହିଲେ ନାସା ବିକଳ୍ପ ବ୍ୟବସ୍ଥା କରି ଦୁହଁିଙ୍କୁ ଫେରାଇ ଆଣିବା ଲାଗି ଏକ ସ୍ପେସେକ୍ସ ଡ୍ରାଗନ୍‌ କ୍ୟାପ୍‌ସୁଲ ବ୍ୟବହାର କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ଜାତୀୟ ସଙ୍ଗିତ! ଜମାତ-ଇ-ଇସଲାମି ଦେଲା ଅଲଟିମେଟମ

ଢାକା,୮।୯: ବାଂଲାଦେଶର ଜମାତ-ଇ-ଇସଲାମି ଦଳର ପୂର୍ବତନ ମୁଖ୍ୟଙ୍କ ପୁତ୍ର ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ରବୀନ୍ଦ୍ରନାଥ ଟାଗୋରଙ୍କ...

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri