ଇସ୍ରାଏଲର ସୁରକ୍ଷା କବଚ ହେବ ଆମେରିକା

ଓ୍ବାଶିଂଟନ,୩।୮: ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ବର୍ତ୍ତମାନ ପଶ୍ଚିମ ଏସିଆରେ ଅତିରିକ୍ତ ଯୁଦ୍ଧ ବିମାନ ଏବଂ ନୌସେନା ଜାହାଜ ନିୟୋଜିତ କରିବ। ସୂଚନାଯୋଗ୍ୟ, ଇରାନ ଏବଂ ଇରାନ ସମର୍ଥିତ ମିଲିସିଆଙ୍କ ଧମକକୁ ଦୃଷ୍ଟିରେ ରଖି ଏହି ନିୟୋଜନ କରାଯିବ। ପେଣ୍ଟାଗନ ଡେପୁଟି ପ୍ରେସ ସଚିବ ସାବ୍ରିନା ସିଂ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ପେଣ୍ଟାଗନ କହିଛି ଯେ ଆମେରିକାର ପ୍ରତିରକ୍ଷା ମୁଖ୍ୟ ପଶ୍ଚିମ ଏସିଆକୁ ଅଧିକ ଯୁଦ୍ଧ ବିମାନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି) ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଆମେରିକାର ୟୁରୋପୀୟ କମାଣ୍ଡ ଏବଂ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଅଞ୍ଚଳରେ ଅତିରିକ୍ତ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ସକ୍ଷମ କ୍ରୁଜର ଏବଂ ବିଧ୍ୱଂଶକ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପେଣ୍ଟାଗନ ପ୍ରେସ ସଚିବ ସିଂଙ୍କ ଅନୁଯାୟୀ, ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗତକାଲି ରାତିରେ ଆଲୋଚନା କରିଥିଲେ ଯାହା ପରେ ଆମେରିକା ଏହି ଅଞ୍ଚଳରେ ଅଧିକ ପ୍ରତିରକ୍ଷା କ୍ଷମତା ପ୍ରତି ପ୍ରତିବଦ୍ଧତା ପ୍ରକାଶ କରିଥିଲା। ଲୟଡ ଜେ. ଅଷ୍ଟିନ ତୃତୀୟ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ, ଅଷ୍ଟିନ ଇସ୍ରାଏଲକୁ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ମୋଦିଙ୍କୁ ପସନ୍ଦ କରେ, ଆମେରିକାରେ ଚମକାଇବା ଭଳି ବୟାନ ଦେଲେ ରାହୁଲ

ଟେକ୍ସାସ,୧୦।୯: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତ ସମୟରେ ପୁଣିଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ

ଡାମାସ୍‌କସ୍‌, ୧୦।୯: ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି...

ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା

ଢାକା, ୯।୯: ବାଂଲାଦେଶର ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଭାରତ ପ୍ରତି କଠୋର ମନୋଭାବର ଆଭାସ ମିଳିଛି। ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର...

ଅନ୍ଧାରରେ ଡୁବିଯିବ ବାଂଲାଦେଶ! ଆଦାନୀ ଗ୍ରୁପ୍‌ର ଚେତାବନୀ

ଢାକା,୯।୯: ଶେଖ ହସିନା ସରକାରଙ୍କ ପରାଜୟ ପରେ ବାଂଲାଦେଶରେ ଆର୍ଥିକ ସଙ୍କଟ ଗଭୀର ହେବାରେ ଲାଗିଛି। ଋଣ ପାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ...

ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା…

ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ...

‘ଭାରତରେ ଏବେ କେହି ପ୍ରଧାନମନ୍ତ୍ରୀଙ୍କୁ ଡରୁ ନାହାଁନ୍ତି…’, ବିଦେଶରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ଡଲାସ,୯।୯: ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧୀ ଟେକ୍ସାସରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଭାରତର ଭାଜପା ସରକାର ଉପରେ ଖୁବ ବର୍ଷିଛନ୍ତି। ରାହୁଲ ଗାନ୍ଧୀ...

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, କହିଲା ଭଲ ସମ୍ପର୍କ ଚାହୁଁଛୁ ହେଲେ…

ଢାକା,୯।୯: ଶେଖ ହସିନାଙ୍କ ପତନ ପରେ ବାଂଲାଦେଶର ସ୍ଥିତିରେ ସୁଧାର ଆସୁନାହିଁ, କିନ୍ତୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଅହଂକାର ଦେଖାଇବାକୁ ପଛାଉ ନାହାଁନ୍ତି। ରବିବାର...

ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ

କାରାକସ୍‌,୯ା୯: ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri